ବଦଳିଲା ରାଷ୍ଟ୍ରପତି ଭବନରେ ଥିବା  ‘ମୋଗଲ ଗାର୍ଡେନ’ର ନାମ ବଦଳିଲା

ବାସ୍ତବ ବ୍ୟୁରୋ: ଆଜି (ଶନିବାର) ନୂଆଦିଲ୍ଲୀର ରାଷ୍ଟ୍ରପତି ଭବନରେ ଥିବା  ମୋଗଲ ଗାର୍ଡେନର ନାମ ପରିବର୍ତ୍ତନ କରାଯାଇଛି । ଏହାକୁ ଅମୃତ ଉଦ୍ୟାନ ନାମରେ ନାମିତ କରିଛନ୍ତି କେନ୍ଦ୍ର ସରକାର । ଭାରତର ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ପାଳନ କରୁଥିବା ‘ଅମୃତ ମହୋତ୍ସବ’ର ବିଷୟବସ୍ତୁକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ମୋଗଲ ଗାର୍ଡେନର ନାମ ଅମୃତ ଉଦୟାନକୁ ପରିବର୍ତ୍ତନ କରିଛନ୍ତି।

ପ୍ରତିବର୍ଷ ବସନ୍ତ ଋତୁରେ ଏହା ସାଧାରଣ ଜନତାଙ୍କ ପାଇଁ ଖୋଲା ଯାଇଥାଏ । ଏଥର ଏହା ଜାନୁଆରୀ ୩୧ ରେ ଖୋଲାଯିବ ଏବଂ ଲୋକମାନେ ମାର୍ଚ୍ଚ ୨୬ ପର୍ଯ୍ୟନ୍ତ ଏଠାରେ ବୁଲି ପାରିବେ । ପ୍ରତିବର୍ଷ ଭଳି ଏଥର ମଧ୍ୟ ୫ ରୁ ୬ ଲକ୍ଷ ଲୋକ ଆସିବେ ବୋଲି ଆଶା କରାଯାଉଛି ।

୧୫ ଏକର ର ବଗିଚାରେ ୧୩୮ ପ୍ରକାରର ଗୋଲାପ ୧୦,୦୦୦ ରୁ ଅଧିକ ତୁଲିପ ଫୁଲ ଏବଂ ୭୦ ଟି ବିଭିନ୍ନ ପ୍ରଜାତିର ପ୍ରାୟ ୫୦୦୦ ଋତୁକାଳୀନ ଫୁଲ ଅଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଚୀନ୍ ଚନ୍ଦ୍ରର କିଛି ଅଂଶକୁ କାବୁ କରିପାରେ: ନାସାର ଦାବି-ମହାକାଶ କାର୍ଯ୍ୟକ୍ରମ ନାମରେ ଡ୍ରାଗନ୍ ନିଜର ସାମରିକ ଶକ୍ତି ବୃଦ୍ଧି କରୁଛି...

Sat Jan 28 , 2023
ବାସ୍ତବ ବ୍ୟୁରୋ:ମହାକାଶ କାର୍ଯ୍ୟକ୍ରମ ନାମରେ ଚୀନ୍ ନିଜର ସାମରିକ ଶକ୍ତି ବୃଦ୍ଧି କରୁଛି। ଇଣ୍ଡୋ ପାସିଫିକ୍ ସେଣ୍ଟର ଫର ଷ୍ଟ୍ରାଟେଜିକ୍ କମ୍ୟୁନିକେସନର ରିପୋର୍ଟରେ ନାସାର ଜଣେ ଅଧିକାରୀଙ୍କ ଉଦ୍ଧେଶ୍ୟରେ ଏହି ସୂଚନା ଦିଆଯାଇଛି। ଏହି ରିପୋର୍ଟରେ କୁହାଯାଇଛି ଯେ ଚୀନ୍ ଏହାର ମହାକାଶ କାର୍ଯ୍ୟକ୍ରମକୁ ଅର୍ଥନ, ତିକ, ସାମରିକ ଏବଂ ଟେକ୍ନୋଲୋଜି ଶକ୍ତି ବୃଦ୍ଧି କରିବାକୁ ବ୍ୟବହାର କରୁଛି। ଏହା କରି ଚାଇନା ଆମେରିକା ଭଳି ବଡ ଶକ୍ତିକୁ ଚ୍ୟାଲେଞ୍ଜ […]

You May Like

Pin It on Pinterest