ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ବାସ୍ତବ ବ୍ୟୁରୋ-ମଙ୍ଗଳବାର ସକାଳ ଅର୍ଥାତ୍ ଆସନ୍ତାକାଲି ୧୦ଟାରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶରେ ଜାରି ହୋଇଥିବା ୨୧ ଦିନିଆ ଲକ୍ଡାଉନ୍ ଅବଧି ମଙ୍ଗଳବାର ସମାପ୍ତ ହେବାକୁ ଯାଉଛି । ଏହାସହ ଏହି ଲକ୍ଡାଉନ୍ ଅବଧି ବୃଦ୍ଧି ପାଇଁ ବିଭିନ୍ନ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତାବ ରଖାଯାଇଛି । ତେଣୁ ଲକ୍ଡାଉନ୍ ଅବଧି ବୃଦ୍ଧି ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଗତ ଭିଡ଼ିଓ କନଫରେନ୍ସିଂ ଆଲୋଚନା ସମୟରେ ଅଧିକାଂଶ ମୁଖ୍ୟମନ୍ତ୍ରୀ ଦେଶରେ ଜାରି ରହିଥିବା ଲକ୍ଡାଉନ୍ ଅବଧି ବୃଦ୍ଧି କରାଯାଉ ବୋଲି ମତ ରଖିଥିଲେ । ନଚେତ୍ ଦେଶରେ କରୋନା ଭାଇରସ୍ ସଂକ୍ରମଣକୁ ରୋକିବା ଦିଗରେ ଯେଉଁ ସଫଳତା ମିଳିଛି ତାହା ବୃଥା ସାବ୍ୟସ୍ତ ହେବ । ଏବଂ ଲକ୍ଡାଉନ୍ ହଟାଇ ଦିଆଗଲେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାର ସମ୍ଭାବନା ଯଥେଷ୍ଟ ଅଧିକ ବୋଲି ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ନିକଟରେ ମୁଖ୍ୟମନ୍ତ୍ରୀମାନେ ମତ ରଖିଥିଲେ । ଅନ୍ୟପଟେ ଆଗୁଆ ପଦକ୍ଷେପ ସ୍ୱରୂପ ଓଡ଼ିଶା ସରକାର, ପଞ୍ଜାବ, ପଶ୍ଚିମବଙ୍ଗ ଓ ମହାରାଷ୍ଟ୍ର ଭଳି ରାଜ୍ୟ ସରକାର ଲକ୍ଡାଉନ୍ ଅବଧି ଚଳିତ ମାସ ୩୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିସାରିଛନ୍ତି । ଏହାକୁ ଆଖି ଆଗରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧନ କରିବା ଅବସରରେ ଲକ୍ଡାଉନ୍ ଅବଧି ବୃଦ୍ଧି ନେଇ ଘୋଷଣା କରିପାରନ୍ତି । ତେବେ ଏହି ଦ୍ୱିତୀୟ ପର୍ଯ୍ୟାୟ ଲକ୍ଡାଉନ୍ ସମୟରେ ଆହୁରୀ କେତେକ କ୍ଷେତ୍ରରେ କୋହଳ କରାଯିବା ନେଇ ମଧ୍ୟ ଘୋଷଣା କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜଧାନୀରେ,କୋହଳ ହେବନି ଲକଡାଉନ୍ ନିୟମ

Mon Apr 13 , 2020
ବାସ୍ତବ ବ୍ୟୁରୋ-ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜଧାନୀରେ,କୋହଳ ହେବନି ଲକଡାଉନ୍ ନିୟମ ।ରାଜ୍ୟ ସରକାର ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ୍ ପାଇଁ କିଛି ନିମୟରେ ପରିବର୍ତ୍ତନ ଅଣାଯାଇଛି । ଚାଷକାର୍ଯ୍ୟରେ ସହାୟତା ପାଇଁ ଲକଡାଉନକୁ ସାମାନ୍ୟ କୋହଳ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ହେଲେ କଣ୍ଟେନମେଣ୍ଟ୍ ଜୋନ ପାଇଁ ନିୟମରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ । ରାଜଧାନୀ ପାଇଁ ଭିନ୍ନ ନିୟମ ଆଣିବାକୁ ଚିନ୍ତା ଭୁବନେଶ୍ୱର […]

You May Like

Pin It on Pinterest