ପ୍ରସିଦ୍ଧ କଣ୍ଠଶିଳ୍ପୀ ବାଣୀ ଜୟରାମ୍ ଙ୍କ ଦେହାନ୍ତ,ନିକଟରେ ତାଙ୍କୁ ପଦ୍ମ ଭୂଷଣରେ ସମ୍ମାନିତ କରାଯାଇଥିଲା….

ବାସ୍ତବ ବ୍ୟୁରୋ: ଭେଟେରାନ ଦକ୍ଷିଣ ଭାରତୀୟ ଗାୟିକା ବାଣୀ ଜୟରାମ୍ ଙ୍କର ଆଜି (ଶନିବାର) ଦେହାନ୍ତ ହୋଇଛି। କିଛି ଦିନ ତଳେ ତାଙ୍କୁ ପଦ୍ମ ଭୂଷଣରେ ସମ୍ମାନିତ କରାଯାଇଥିଲା ।

ସୂଚନା ମୁତାବକ, ଚେନ୍ନାଇସ୍ଥିତ ତାଙ୍କ ଘରେ ବାଣୀ ଜୟରାମଙ୍କ ପରଲୋକ ହୋଇଛି । ମୃତ୍ୟୁବେଳକୁ ବାଣୀ ଜୟରାମଙ୍କୁ ୭୮ବର୍ଷ ବୟସ ହୋଇଥିଲା। ତେବେ କେଉଁ କାରଣ ପାଇଁ ତାଙ୍କର ଦେହାନ୍ତ ହେଲା, ତାହା ଜଣା ପଡିନାହିଁ । ତାଙ୍କ ମୃତ୍ୟୁରେ ସଂଗୀତ ଦୁନିଆରେ ଶୋକର ଲହରୀ ଖେଳିଯାଇଛି। କଟରେ ବାଣୀ ଜୟରାମ ଜଣେ ସଫଳ ଗାୟିକା ଭାବରେ ସଙ୍ଗୀତ ଶିଳ୍ପ‌ରେ ୫୦ ବର୍ଷ ପୂରଣ କରିଥିଲେ। ସେ ନିଜ କ୍ୟାରିୟରରେ ୧୦,୦୦୦ରୁ ଅଧିକ ଗୀତ ରେକର୍ଡ କରିଥିଲେ।

ସେ ଧୀରେ ଧୀରେ ଶାମ ହୁଇ, ମେଁ ହୁଁ ମଞ୍ଜିଲ, ମେରା ମନ ହେ ତେରା ଶିରିଡି, ତୁ ଔର ମେଁ, ଏରି ମେଁ ତୋର ପ୍ରେମ ଦିୱାନୀ ଭଳି ଅନେକ ଲୋକପ୍ରିୟ ଗୀତରେ ସେ କଣ୍ଠଦାନ କରିଥି‌ଲେ ।

ବାଣୀ ଜୟରାମ ତାମିଲ, ତେଲୁଗୁ, କନ୍ନଡ, ମାଲାୟାଲମ୍, ହିନ୍ଦୀ, ଉର୍ଦ୍ଦୁ, ମରାଠୀ, ବଙ୍ଗାଳୀ, ଭୋଜପୁରୀ ଏବଂ ଓଡିଆରେ ଅନେକ ଗୀତ ଗାଇଥିଲେ। ତାମିଲନାଡୁ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, କେରଳ, ଗୁଜୁରାଟ ଏବଂ ଓଡିଶାରୁ ତାଙ୍କୁ ରାଜ୍ୟ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଥିଲା।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ହିଟ୍ ୱେଭ୍ ଯୋଗୁଁ ଚିଲ୍ ର ଜଙ୍ଗଲରେ ନିଆଁ, ପ୍ରାଣ ହରାଇଲେନି ୧୩ ଜଣ: ଆର୍ଜେଣ୍ଟିନା ଏବଂ ବ୍ରାଜିଲର ୬୩ ବିମାନ ନିଆଁ ଲିଭାଇବା ପାଇଁ ନିୟୋଜିତ ହୋଇଛନ୍ତି

Sat Feb 4 , 2023
ବାସ୍ତବ ବ୍ୟୁରୋ: ଚିଲ୍ ରେ ଗ୍ରୀଷ୍ମ ପ୍ରବାହ ହେତୁ ଅନେକ ଜଙ୍ଗଲରେ ନିଆଁ ଲାଗିଯାଇଛି । ଅଗ୍ନିକାଣ୍ଡରେ ଏପର୍ଯ୍ୟନ୍ତ ୧୩ ଜଣଙ୍କର ମୃତ୍ୟୁ ହୋଇଛି। ଏଥିସହିତ ପ୍ରାୟ ୧୪ ହଜାର ହେକ୍ଟର (35 ହଜାର ଏକର) ଜମି ପୋଡି ପାଉଁଶ ହୋଇଯାଇଛି। ଅଧିକାରୀ କହିଛନ୍ତି ଯେ ରାଜଧାନୀ ସାଣ୍ଟିଆଗୋ ଠାରୁ ପ୍ରାୟ ୫୦୦ କିଲୋମିଟର ଦୂରରେ ଥିବା ସାଣ୍ଟା ଜୁଆନା ସହରରେ ଜଣେ ଅଗ୍ନିଶମ କର୍ମଚାରୀଙ୍କ ସମେତ ୧୧ ଜଣଙ୍କର […]

You May Like

Pin It on Pinterest