ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ମୁଶରଫଙ୍କ ଦେହାନ୍ତ…

ବାସ୍ତବ ବ୍ୟୁରୋ: ଆଜି (ରବିବାର) ପାକିସ୍ତାନର ଏକଛତ୍ରବାଦୀ ଶାସକ ତଥା ପୂର୍ବତନ ରାଷ୍ଟ୍ରପତି ପର୍‌ୱେଜ୍‌ ମୁଶାରଫ୍‌ଙ୍କ ଦେହାନ୍ତ ହୋଇଛି। ୭୯ ବର୍ଷିୟ ମୁଶରଫ୍‌ ‘ଆମିଲଇଡୋସିସ୍‌’ ନାମରେ ଏକ ବି‌ରଳ ରୋଗଦ୍ବାରା ଆକ୍ରାନ୍ତ ହୋଇଥିଲେ। ସମଗ୍ର ଶରୀର ଅଙ୍ଗପ୍ରତ୍ୟେଙ୍ଗ ଏବଂ ଟିସ୍ୟୁରେ ‘ଆମିଲଇଡ୍‌’ ନାମରେ ଗୋଟାଏ ପ୍ରୋଟିନ୍‌ ଜମିବାରୁ ତାଙ୍କୁ ଏହି ରୋଗ ହୋଇଥିଲା ବୋଲି ତାଙ୍କ ପରିବାରସୂତ୍ରରୁ ପ୍ରକାଶ। ଏଥିଯୋଗୁଁ ତାଙ୍କ ଅଙ୍ଗପ୍ରତ୍ୟେଙ୍ଗ ଏବଂ ଟିସ୍ୟୁଗୁଡ଼ିକ ଠିକ୍‌ ଭାବେ କାମ କରୁ ନ ଥିଲେ।

୨୦୧୬ରୁ ସେ ଦୁବାଇରେ ବାସ କରୁଥିଲେ। ଚିକିତ୍ସା ଲାଗି ତାଙ୍କୁ କିଛି ମାସ ହେବ ସଂଯୁକ୍ତ ଆରବ ଏମିରେଟସ୍‌ର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

୧୯୯୯ରେ ସେନା ବିଦ୍ରୋହ ପରେ ମୁଶରଫ୍‌ ପାକିସ୍ତାନ କ୍ଷମତାସୀନ ହୋଇଥିଲେ। ମୁଶରଫ ୨୦ ଜୁନ୍ ୨୦୦୧ ରୁ ୧୮ ଅଗଷ୍ଟ ୨୦୦୮ ପର୍ଯ୍ୟନ୍ତ ପାକିସ୍ତାନର ରାଷ୍ଟ୍ରପତି ଥିଲେ। ଏହାର ୯ ବର୍ଷ ପରେ ଗଣ ଆନ୍ଦୋଳନ ଯୋଗୁଁ କ୍ଷମତାରୁ ଓହରି ଯାଇଥିଲେ। ୨୦୧୬ରେ ତାଙ୍କ ବିରୋଧ ଦେଶଦ୍ରୋହ ବିଚାର ଚାଲିଥିବା ବେଳେ ପାକିସ୍ତାନୀ କୋର୍ଟ ତାଙ୍କୁ ଦେଶଦ୍ରୋହ ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ। ଏହା ପରେ ସେ ଦେଶ ଛାଡି ଦୁବାଇ ଯାଇଥିଲେ, ତାଙ୍କୁ ପଳାତକ ଘୋଷିତ କରାଯାଇଥିଲା।

ସେବେଠାରୁ ସେ ଇଂଲଣ୍ଡ ଓ ମଧ୍ୟପ୍ରାଚ୍ୟରେ ଆତ୍ମନିର୍ବାସିତ ହୋଇ ବାସ କରୁଥିଲେ। କିନ୍ତୁ, ଗତବର୍ଷ ଜୁଲାଇ ମାସରେ ମୁଶରଫ ପାକିସ୍ତାନ ଫେରିଆସି ବାକି ଜୀବନ କଟାଇବାକୁ ଇଚ୍ଛା ପ୍ରକାଶ କରିଥିଲେ। ପାକିସ୍ତାନ ସେନା ମଧ୍ୟ ତାଙ୍କ ଇଚ୍ଛାକୁ ସ୍ବୀକୃତି ଦେଇଥିଲା। କିନ୍ତୁ, ରାଜନୈତିକ ବିରୋଧ ଯୋଗୁଁ ତାଙ୍କର ଆଶା ପୂରଣ ହୋଇ ପାରି ନ ଥିଲା।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଫନ୍ ଆଣ୍ଡ ଲର୍ଣ୍ଣ ପ୍ଲେ ସ୍କୁଲର ବାର୍ଷିକୋତ୍ସବମହାସମାରୋହରେ ପାଳିତ....

Mon Feb 6 , 2023
ସଂଜୟ ଶତପଥୀ(କଟକ): କଟକ ରାଜା ବଗିଚାର ଜଣାଶୁଣା ଘରୋଇ ବିଦ୍ୟାଳୟ, ଫନ୍ ଆଣ୍ଡ ଲର୍ଣ୍ଣ ପ୍ଲେ ସ୍କୁଲର ବାର୍ଷିକୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି ।ଏହା କଟକର କର୍ମବୀର ଗୈାରୀଶଙ୍କର ରାୟ ଟାଉନ୍ ହଲ୍ ପରିସରରେ ସ୍କୁଲର ସଭାପତି ଶ୍ରୀ ଯୋଗେନ୍ଦ୍ର ବସ୍ତିଆଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଉଦଘାଟକ ଭାବେ ଡ଼ଃ ରମେଶ ଚନ୍ଦ୍ର ଦାସ ଯୋଗଦେଇଥିଲା‌ ବେଳେ ମୂଖ୍ୟ ଅତିଥି ଶ୍ରୀ ବିକାଶ ଦାସ, ସମ୍ମାନିତ ଅତିଥି […]

You May Like

Pin It on Pinterest