୭.୮ ତୀବ୍ରତାସମ୍ପନ୍ନ ଭୂକମ୍ପ, ୪ ଟି ଦେଶରେ ବିନାଶ…

ବାସ୍ତବ ବ୍ୟୁରୋ: ଆଜି (ସୋମବାର) ଅପରାହ୍ଣ ସାଢେ ଗୋଟାଏରେ ଭୂକମ୍ପରେ ଦୋହଲି ଯାଇଛି ଚାରିଟି ଦେଶ, ତୁର୍କୀ, ସିରିଆ, ଲେବାନନ୍ ଏବଂ ଇସ୍ରାଏଲ୍ । ଭୂକମ୍ପ କେନ୍ଦ୍ର ତୁର୍କୀ ର ଆଲବିଷ୍ଟାନ ଜିଲ୍ଲା ଏବଂ ଏହାର ନିକଟବର୍ତ୍ତୀ ସିରିଆ ଅଞ୍ଚଳରେ ସବୁଠାରୁ ଅଧିକ ବିନାଶ ଦେଖିବାକୁ ମିଳୁଛି।  ଏହି  ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୭.୮ ବୋଲି ଜଣାପଡ଼ିଛି । ନ୍ୟୁଜ୍ ଏଜେନ୍ସି ରଏଟର୍ସ ଅନୁଯାୟୀ – ଏପର୍ଯ୍ୟନ୍ତ ତୁର୍କୀରେ ୧୦୧୪ ଜଣ ଲୋକ ପ୍ରାଣ ହରାଇଛନ୍ତି। ୫୩୮୫ ଜଣ ଆହତ ହୋଇଥିବା ଖବର ରହିଛି।

ସିରିଆରେ ୫୮୫ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୧୫୦୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଉଭୟ ଦେଶ ତୁର୍କୀ, ସିରିଆରେ ମୋଟ ମୃତ୍ୟୁ ସଂଖ୍ୟା ପ୍ରାୟ ୧୬୦୦ ରେ ପହଞ୍ଚିଛି।ତେବେ ଲିବାନନ୍ ଏବଂ ଇସ୍ରାଏଲରେ ମଧ୍ୟ କମ୍ପନ ଅନୁଭୂତ ହୋଇଥିଲା, କିନ୍ତୁ ଏଠାରେ କୌଣସି କ୍ଷୟକ୍ଷତି ହୋଇନାହିଁ।

ସୂଚନାଯୋଗ୍ୟ, ଆଜି ସ୍ଥାନୀୟ ସମୟ ଭୋର ୪ ଟା ୧୭ରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୭ ରେକର୍ଡ କରାଯାଇଥିଲା । ପ୍ରଥମ ଝଟକାର ୧୫ ମିନିଟ୍ ପରେ ସେଠାରେ ଆଉ ଏକ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା, ଯାହାର ତୀବ୍ରତା ୬.୭ ରହିଥିଲା। ଏହି ଭୂମିକମ୍ପ ଯୋଗୁ ଅନେକ କ୍ଷୟକ୍ଷତି ଘଟିଥିଲା। ଭୂମିକମ୍ପ ଭୋର ସମୟରେ ଆସିଥିବାରୁ ସେତେବେଳେ ଅନେକ ଲୋକ ଶୋଇଥିଲେ । ଫଳରେ ମୃତ୍ୟୁସଂଖ୍ୟା ଅଧିକ ହୋଇଛି । ଏହା ପରେ ପରେ ଅପରାହ୍ନରେ ପୁଣି ଆଉ ଗୋଟେ ଭୂମି କମ୍ପ ଅନୁଭୂତ ହୋଇଥିଲା ।

ଭୟଙ୍କର ଭୂମିକମ୍ପ ପରେ ବଢ଼ି ଚାଲିଛି ମୃତ୍ୟୁସଂଖ୍ୟା। ଏଠାରେ ତାସ୍‌ ପରି ଭୁଶୁଡି ଯାଇଛି ବଡ଼ ବଡ଼ କୋଠା।  ଏବେବି ଭଗ୍ନାବଶେଷ ତଳେ ଅନେକ ଲୋକ ଚାପି ରହିଥିବା ଆଶଙ୍କା କରାଯାଉଛି। ତୁର୍କୀ ଓ ସିରିଆରେ ପ୍ରବଳ ଥଣ୍ଡା ଓ ବରଫ ଝଡ଼ ଯୋଗୁଁ ବି ଉଦ୍ଧାର କାମ ବାଧାପ୍ରାପ୍ତ ହୋଇଛି । ତୁର୍କୀରେ ଉଦ୍ଧାର କାମ ପାଇଁ ଭାରତ ସହାୟତା ପଠାଇବାକୁ ଘୋଷଣା କରିଛି । ଭାରତ ସରକାର ସହାୟତା ପାଇଁ ରିଲିଫ ସାମଗ୍ରୀ ସହିତ NDRF ଏବଂ ମେଡିକାଲ ଟିମର ସର୍ଚ୍ଚ ଏବଂ ଉଦ୍ଧାରକାରୀ ଦଳ ତୁର୍କୀକୁ ପଠାଉଛନ୍ତି। ଭୂମିକମ୍ପ ଏତେ ଶକ୍ତିଶାଳୀ ଥିଲା ଯେ ତାହା ସାଇପ୍ରସ ଓ ଇଜିପ୍ଟରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଥିଲା ।

ବିଦ୍ୟାଳୟ ଏବଂ କଲେଜଗୁଡ଼ିକ ଏକ ସପ୍ତାହ ପର୍ଯ୍ୟନ୍ତ ବନ୍ଦ ରହିବ
ତୁର୍କୀର ଉପରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ବିବୃତ୍ତି ଦିଆଯାଇଛି। କୁହାଯାଇଛି ଯେ- ଦେଶର ୧୦ ଟି ସହରରେ ଜରୁରୀକାଳୀନ ଏବଂ ରେଡ୍ ଆଲର୍ଟ ଜାରି ରହିବ । ସମସ୍ତ ସ୍କୁଲ ଏବଂ କଲେଜ ଏକ ସପ୍ତାହ ପର୍ଯ୍ୟନ୍ତ ବନ୍ଦ ରହିବ । ବର୍ତ୍ତମାନ ୨୦୦ ବିମାନକୁ ବାତିଲ କରାଯାଇଛି। ଆମେ ସାମରିକ ପାଇଁ ଏକ ଏୟାର କରିଡର ନିର୍ମାଣ କରୁଛୁ । ଏଥିରେ କେବଳ ବିମାନ ଅବତରଣ ଏବଂ ଉଡ଼ାଣ ପାଇଁ ଅନୁମତି ଦିଆଯିବ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଏସିଆର ସର୍ବବୃହତ ହେଲିକପ୍ଟର କାରଖାନାର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ...

Mon Feb 6 , 2023
ବାସ୍ତବ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି (ସୋମବାର) କର୍ଣ୍ଣାଟକର ତୁମକୁରୁରେ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ (HAL) ର ହେଲିକପ୍ଟର କାରଖାନାର ଉଦଘାଟନ କରିଛନ୍ତି। ପ୍ରଧାନମନ୍ତ୍ରୀ ଲାଇଟ୍ ୟୁଟିଲିଟି ହେଲିକପ୍ଟର ମଧ୍ୟ ଉନ୍ମୋଚନ କରିଛନ୍ତି। ଏହି ଅବସରରେ ବିରୋଧୀ ଦଳ ଉପରେ ଟାର୍ଗେଟ କରି ମୋଦୀ କହିଛନ୍ତି ଯେ ଏହି HAL କୁ ବାହାନା ବନେଇ ଆମ ସରକାର ବିରୋଧରେ ଅପପ୍ରଚାର କରୁଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, “ମିଥ୍ୟା ଯେତେ […]

You May Like

Pin It on Pinterest