ବାସ୍ତବ ବ୍ୟୁରୋ: ଦ୍ୱିତୀୟ ବିଶ୍ୱଯୁଦ୍ଧ ଯୁଗର ବୋମା ଶୁକ୍ରବାର ଦିନ ଇଂଲଣ୍ଡର ଗ୍ରେଟ୍ ୟାରମାଉଥରେ ନିଷ୍କ୍ରିୟ ହେବା ପୂର୍ବରୁ ବିସ୍ଫୋରଣ ହୋଇଗଲା । ସନ୍ଧ୍ୟା ପ୍ରାୟ ୫ ଟା ସମୟରେ ଏହି ଘଟଣା ଘଟିଥିଲା। ବୋମା ବିସ୍ଫୋରଣର ଶବ୍ଦ ୧୫ ମାଇଲ ଅର୍ଥାତ୍ ୨୪ କିଲୋମିଟର ଦୂର ଯାଏ ଶୁଭିଥିଲା ।
ପୋଲିସର ସୂଚନାନୁସାରେ, ବୋମା ବିସ୍ଫୋରଣରେ କେହି ଆହତ ହୋଇନାହାଁନ୍ତି, ଅଞ୍ଚଳର ସମସ୍ତ ଲୋକ ସୁରକ୍ଷିତ ଅଛନ୍ତି। ଏରିଆ କମାଣ୍ଡର କହିଛନ୍ତି ଯେ ବିସ୍ଫୋରଣ ପରେ ଅନେକ ଘର ଓ କାରର କାଚ ଭାଙ୍ଗି ଯାଇଛି ଏବଂ ବ୍ରିଜର ବାଉଣ୍ଡ୍ରି ମଧ୍ୟ ନଷ୍ଟ ହୋଇଯାଇଛି।

୨୦୦ ରୁ ୪୦୦ ମିଟର ଅଞ୍ଚଳକୁ ଖାଲି କରାଯାଇଥିଲା
ବିବିସି ଅନୁଯାୟୀ, ଦୁଇଟି ଗ୍ୟାସ ପାଇପଲାଇନ ନିକଟରେ ବୋମା ଥିବା ସମ୍ପର୍କରେ ସୂଚନା ମଙ୍ଗଳବାର ଦିନ ମିଳିଥିଲା। ଏହା ପରେ ବୋମା ନିକଟରେ ୨୦୦ ଏବଂ ୪୦୦ ମିଟର ଦୂରରେ ପୋଲିସ, ଜରୁରୀକାଳୀନ ସେବା ଏବଂ ଉଦ୍ଧାରକାରୀ କର୍ମଚାରୀ ନିୟୋଜିତ ହୋଇଥିଲେ। ତେବେ ବୋମା ବିସ୍ଫୋରଣ ପରେ ତାଙ୍କୁ ହଟାଇ ଦିଆଯାଇଛି।
ମଙ୍ଗଳବାର ଦିନ ଏହି ବୋମା ଖବର ପାଇବା ମାତ୍ରେ ସ୍ଥାନୀୟ ପ୍ରଶାସନ ଏହାର ଆଖପାଖ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର କରିଥିଲା । ସମସ୍ତ ରାସ୍ତାକୁ ସିଲ୍ କରାଯାଇଥିଲା।
ବୋମା ବିସ୍ଫୋରଣରେ ହୋଇଥିବା କ୍ଷୟକୁ ହ୍ରାସ କରିବା ପାଇଁ ଏହାକୁ ଚାରିଆଡେ ମାଟିର ଘେରା ବନା ଯାଇଥିଲା। ଏରିଆ କମାଣ୍ଡର ନାଥାନ୍ କ୍ଲାର୍କଙ୍କ ଅନୁଯାୟୀ ଯଦି ଏହି ବୋମା ଚାରିପାଖରେ ବାଲି ବସ୍ତା ପ୍ରତିବନ୍ଧକ ଭାବେ ବ୍ୟବହାର ନ ହୋଇନଥାନ୍ତା ତେବେ ଏହା ସାଂଘାତିକ କ୍ଷତି ଘଟାଇଥାନ୍ତା।