ଦିଲ୍ଲୀ ମୁମ୍ବାଇ ଏକ୍ସପ୍ରେସୱେକୁ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦି..

ବାସ୍ତବ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି (ରବିବାର) ଦେଶର ସର୍ବବୃହତ ଏକ୍ସପ୍ରେସୱେ ଉଦଘାଟନ କରିଛନ୍ତି। ଦିଲ୍ଲୀ ମୁମ୍ବାଇ ଏକ୍ସପ୍ରେସୱେ ଅନ୍ତର୍ଗତ ଦିଲ୍ଲୀ-ଦାଉସା-ଲାଲସୋଟ ଏକ୍ସପ୍ରେସୱେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଛି। ରାଜସ୍ଥାନର ଦୌସାରେ ୧୮ ହଜାର ୧୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସଡକ ପ୍ରକଳ୍ପ ଗୁଡିକର ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ଏହା ସମ୍ପୂର୍ଣ୍ଣ ହୋଇଥିବା ପ୍ରଥମ ପର୍ଯ୍ୟାୟ। ଦିଲ୍ଲୀ ମୁମ୍ବାଇ ଏକ୍ସପ୍ରେସୱେ ୧ ହଜାର ୩୮୬ କିଲୋମିଟର ଲମ୍ବ ସହିତ ଭାରତର ଦୀର୍ଘତମ ଏକ୍ସପ୍ରେସୱେ ହେବ । ଏହା ଦିଲ୍ଲୀ ଏବଂ ମୁମ୍ବାଇ ମଧ୍ୟରେ ଯାତ୍ରା ଦୂରତାକୁ ୧୪ ଶହ ୨୪ କିଲୋମିଟରରୁ ୧୨ ଶହ ୪୨ କିଲୋମିଟର ଅର୍ଥାତ୍ ୧୨% ହ୍ରାସ କରିବ। ଯାତ୍ରା ସମୟ ମଧ୍ୟ ୨୪ ଘଣ୍ଟାରୁ ୧୨ ଘଣ୍ଟା ପର୍ଯ୍ୟନ୍ତ ହ୍ରାସ ପାଇବ । ଏହା ଛଅଟି ରାଜ୍ୟ, ଯଥା ଦିଲ୍ଲୀ, ହରିୟାଣା, ରାଜସ୍ଥାନ, ମଧ୍ୟପ୍ରଦେଶ, ଗୁଜରାଟ ଏବଂ ମହାରାଷ୍ଟ୍ର ଦେଇ ଯିବ। ଏଥି ସହ କୋଟା, ଇନ୍ଦୋର, ଜୟପୁର, ଭୋପାଳ, ଭଦୋଦରା ଏବଂ ସୁରଟ ଭଳି ପ୍ରମୁଖ ସହରକୁ ସଂଯୋଗ କରିବ। ନୂତନ ଭାରତରେ ଅଭିବୃଦ୍ଧି, ବିକାଶ ଏବଂ ସଂଯୋଗର ଇଞ୍ଜିନ୍ ଭାବରେ ଉତ୍କୃଷ୍ଟ ସଡକ ଭିତ୍ତିଭୂମି ସଂରଚନାକୁ ଗୁରୁତ୍ୱ ଦିଆଯାଇଛି।

ଦିଲ୍ଲୀ-ଦଉସା-ଲାଲସୋଟ ଭାଗ ଉଦଘାଟନ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି “ମୁଁ ଆଜି ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ପ୍ରଥମ ଭାଗ ଦେଶକୁ ଉତ୍ସର୍ଗ କରି ଗର୍ବିତ ଅନୁଭବ କରୁଛି। ଏହା ଦେଶର ସବୁଠାରୁ ବଡ ଏବଂ ଆଧୁନିକ ଏକ୍ସପ୍ରେସୱେ ମଧ୍ୟରୁ ଅନ୍ୟତମ। ମୁଁ ଦଉସା ବାସିନ୍ଦା ଏବଂ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଉଛି। ସେ ଆହୁରି ମଧ୍ୟ କହିଛନ୍ତି, ଗତ ୯ବର୍ଷ ଧରି କେନ୍ଦ୍ର ସରକାର ଭିତ୍ତିଭୂମି କ୍ଷେତ୍ରରେ କ୍ରମାଗତ ଭାବରେ ବିପୁଳ ପୁଞ୍ଜି ବିନିଯୋଗ କରୁଛନ୍ତି। ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେ ଏବଂ ପାଶ୍ଚାତ୍ୟ ଉତ୍ସର୍ଗୀକୃତ ମାଲ ପରିବହନ କରିଡର, ରାଜସ୍ଥାନ ଏବଂ ଦେଶ ପାଇଁ ପ୍ରଗତିର ଦୁଇଟି ଦୃଢ଼ ସ୍ତମ୍ଭ ହେବାକୁ ଯାଉଛି।

ଏହା ପରେ ପ୍ରଧାନମନ୍ତ୍ରୀ କଂଗ୍ରେସକୁ ଟାର୍ଗେଟ କରି କହିଛନ୍ତି – “ସୀମା ଅଞ୍ଚଳରେ ରାସ୍ତା ନିର୍ମାଣ କରିବାକୁ କଂଗ୍ରେସ ଡରି କରିଥିଲା। ସେମାନେ ଭାବିଥିଲେ ଯେ ଆମ ଦ୍ୱାରା ନିର୍ମିତ ରାସ୍ତା ଦେଇ ଶତ୍ରୁ ଦେଶ ଭିତରକୁ ଆସିବେ । ମୁଁ ବୁଝିପାରୁ ନାହିଁ କାହିଁକି କଂଗ୍ରେସ ଆମ ସୈନିକମାନଙ୍କ ବୀରତ୍ୱ ଏବଂ ସାହସିକତାକୁ କ୍ଷୁର୍ଣ୍ଣ କରୁଛି?”

ପ୍ରଧାନମନ୍ତ୍ରୀ କହିଛନ୍ତି- ସୀମାରେ ଶତ୍ରୁମାନଙ୍କୁ ଅଟକାଇବା ଏବଂ ସେମାନଙ୍କୁ ଉପଯୁକ୍ତ ଉତ୍ତର ଦେବା ପାଇଁ ଆମର ସେନା ବହୁତ ଭଲ ଭାବରେ ଜାଣିଛି | ସେ ନାମ ନ ନେଇ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କୁ ଟାର୍ଗେଟ କରିଥିଲେ।

ରାଜସ୍ଥାନକୁ ବଞ୍ଚାଇବା ପାଇଁ ବିଜେପି ସରକାର ଆବଶ୍ୟକ
ଯଦି ଗତ ପାଞ୍ଚ ବର୍ଷ ମଧ୍ୟରେ ଡବଲ୍ ଇଞ୍ଜିନ ସରକାର ହୋଇଥାନ୍ତା, ତେବେ ଏଠାରେ ବିକାଶ ତୀବ୍ର ହୋଇଥାନ୍ତା। କଂଗ୍ରେସ ଅଟକି ରହିବା, ବିଭ୍ରାନ୍ତ କରିବା, ଝୁଲେଇକି ରଖିବା ଭଳି କାର୍ଯ୍ୟ କରିଥାଏ, ଯେଉଁ କାରଣରୁ ବିକାଶର କାର୍ଯ୍ୟ ଆଗେଇ ପାରୁନି । ନା ଏହି ଲୋକମାନେ ନିଜେ କାମ କରୁଛନ୍ତି ନା ଅନ୍ୟ କୁ କାମ କରିବାକୁ ଦଉଛନ୍ତି । ଆଇନ ଶୃଙ୍ଖଳା ପରିସ୍ଥିତି ଦିନକୁ ଦିନ ଖରାପ ହେବାରେ ଲାଗିଛି। ରାଜସ୍ଥାନରୁ ଯେଉଁ ପ୍ରକାରର ଖବର ଆସୁଛି, ଏଥିରୁ ଜଣାପଡୁଛି ଯେ ଯଦି ରାଜସ୍ଥାନର ସଂସ୍କୃତି ଏବଂ ଗର୍ବକୁ ବଞ୍ଚାଇବା ପାଇଁ ବିଜେପି ସରକାରକୁ ରାଜ୍ୟକୁ ଆଣିବାକୁ ପଡିବ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

୪ର୍ଥ ରାଜ୍ୟ ସ୍ତରୀୟ ମହେନ୍ଦ୍ର ସ୍ଵାଇଁ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍ ଯାପିତ...

Sun Feb 12 , 2023
ବାସ୍ତବବ୍ୟୁରୋ(ନୟାଗଡ଼): ୧୨ /୦୨-ନୟାଗଡ଼ ଜିଲ୍ଲା ଖଣ୍ଡପଡା ବ୍ଲକ ସ୍ଥିତ ମଧୁବନ ମିନି ଷ୍ଟାଡିୟମ ଠାରେ ଗତ ପାଞ୍ଚ ତାରିଖ ଠାରୁ ଆରମ୍ଭ ହୋଇଥିବା ୪ର୍ଥ ରାଜ୍ୟ ସ୍ତରୀୟ ମହେନ୍ଦ୍ର ସ୍ଵାଇଁ ମେମୋରିଆଲ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ବିପୁଳ ଉତ୍ସାହର ସହିତ ଉଦ୍ଯଯାପିତ ହୋଇ ଯାଇଛି। ମହାନାୟକ ମହେନ୍ଦ୍ର ସ୍ଵାଇଁ ସ୍ମୃତି ପରିଷଦ ଏବଂ ଖଣ୍ଡପଡା ସ୍ପୋର୍ଟସ ଏକାଡେମୀର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ବିଶିଷ୍ଟ ସମାଜସେବୀ ତଥା ଯୁବନେତା […]

You May Like

Pin It on Pinterest