ରାଜନୀତିରେ ମହିଳା ! ମହିଳାଙ୍କୁ ନେଇ ଚାଲିଛି ରାଜନୈତିକ ସମିକରଣ । ଏବେ ଏବେ ଓଡ଼ିଶାରେ ନବୀନ ମହିଳା କାର୍ଡ ଖେଳି ମହିଳା ପ୍ରାର୍ଥୀଙ୍କ ମନରେ ଉତ୍ସାହ ସୃଷ୍ଟି କରିବା ସହ ମହିଳା ପ୍ରାର୍ଥୀ ଖୋଜିବରେ ବ୍ୟସ୍ତ ଥବାବେଳେ, ପୁଣି ଏହି ମହିଳାମାନଙ୍କୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଖେଳିଛନ୍ତି ମହିଳା କାର୍ଡ । ଯେଉଁଥିରେକି ୪୨ଟି ଲୋକସଭା ନିର୍ବାଚନ ପାଇଁ ତାଲିକା ପ୍ରକାଶ କରିଛି ତୃଣମୂଳ କଂଗ୍ରେସ ବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ମମତାଙ୍କ କହିବା ଅନୁଯାୟୀ ପ୍ରାର୍ଥୀ ତାଲିକାରେ ପ୍ରକାଶପାଇଥିବା ସର୍ବାଧିକ ୪୧ ପ୍ରତିଶତ ମହିଳାଙ୍କୁ ପ୍ରାର୍ଥୀ କରାଯିବ । ୪୨ଟି ଲୋକସଭା ଆସନରେ ୧୬ଜଣ ମହିଳାଙ୍କୁ ପ୍ରାର୍ଥୀ କରିଛି ଟିଏମସି । ଏବଂ ସାସଦରେ ଥିବା ୧୦ଜଣଙ୍କୁ ଟିକେଟ ତାଲିକାରୁ ବାଦ୍୍ ଦିଆଯାଇଛି । ଏବଂ ସେହି ୧୦ଜଣଙ୍କୁ ଦଳୀୟ କାର୍ଯ୍ୟ ଓ ପ୍ରଚାର କରିବେ ବୋଲି ଦଳ ପକ୍ଷରୁ କୁହାଯାଉଛି । ସେହି ମହିଳା ପ୍ରାର୍ଥୀ ମାନଙ୍କ ମଧ୍ୟରୁ ୪ଜଣ ସିନେ ତାରକାଙ୍କୁ ପ୍ରାର୍ଥୀ କରିଥିବା ମଧ୍ୟ କୁହାଯାଉଛି । ଆସାନସୋଲ ଆସନରୁ ମୁନମୁନ ସେନ, ବୀରଭୂମରୁ ଶତାବ୍ଦୀ ରାୟ, ଯାଦବପୁରରୁ ମିିମି ଚକ୍ରବର୍ତ୍ତୀ ଓ ବସୀର ହାଟ ଆସନରୁ ନୁସରତ ଜହାଁ ନିର୍ବାଚନ ଲଢ଼ିବାନେଇ ସ୍ପଷ୍ଟ ହୋଇଥିବାବେଳେ ଦଳ ଓଡ଼ିଶା, ଆସାମ, ବିହାର ଓ ଆଣ୍ଡାମନରୁ ପ୍ରାର୍ଥୀ ଦେଇଛି । ପଶ୍ଚିମବଙ୍ଗରେ ମୋଟ ସାତଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବାକୁ ଥିବାବେଳେ ଅପ୍ରିଲ ୧୧ରୁ ଆରମ୍ଭ ହୋଇ ମେ ୧୯ରେ ସରିବ ।
Next Post
ନବୀନ ନିବାସରେ ଆଶାୟୀ ପ୍ରାର୍ଥୀଙ୍କ ଲମ୍ବା ଲାଇନ୍ ।
Wed Mar 13 , 2019
ନିର୍ବାଚନକୁ ମାତ୍ର ଆଉ ଏକ ମାସ ଥିବାରୁ ନବୀନ ନିବାସରେ ଦେଖିବାକୁ ମିଳୁୁଛି ନେତାଙ୍କ ଲମ୍ବା ଲାଇନ୍ । ଗତ ୩ଦିନ ହେବ ନବୀନ ନିବାସର ଏହି ଲମ୍ବା ଲାଇନ୍ ଦେଖିବାକୁ ମିଳୁଛି । ପ୍ରଥମ ପ୍ରର୍ଯ୍ୟାୟରେ ଅପ୍ରିଲ ୧୧ତାରିରେ ବ୍ରହ୍ମପୁର, କୋରାପୁଟ, ନବରଙ୍ଗପୁର, ଏବଂ କଳାହାଣ୍ଡି ଲୋକସଭା ଆସନ ଓ ବିଧାନସଭା ଆସନରେ ଭୋଟ ଗ୍ରହଣ ହେବ । ଏବଂ ଏହି ନିର୍ବାଚନ ପ୍ରାର୍ଥୀ ନେଇ ବିଜେଡ଼ିରେ ଅଙ୍କକଷା […]

You May Like
-
3 years ago
ବଡଦାଣ୍ଡେ ମହାମହିମ ରାଷ୍ଟ୍ରପତି….
-
3 years ago
ପୁଣି ବଢ଼ିଲା ସିଏନଜି ମୂଲ୍ୟ…
-
6 years ago
ଆଜିର ଖାସ୍ ଖବର
-
5 years ago
ଆଜିର ଖାସ୍ ଖବର