ବାସ୍ତବ ବ୍ୟୁରୋ: ଭାରତ ନେତୃତ୍ୱରେ ହେବାକୁ ଥିବା ଜି -୨୦ ସମ୍ମିଳନୀରେ ବୈଦେଶିକ ମନ୍ତ୍ରୀମାନେ ଆଜି ଏବଂ ଆସନ୍ତାକାଲି ଭେଟିବେ। ବୈଦେଶିକ ମନ୍ତ୍ରୀଙ୍କ ଉପସ୍ଥିତି ଦୃଷ୍ଟିରୁ ଏହା ସବୁଠୁ ବଡ ବୈଠକ ହେବ। ଜି -୨୦ ଦେଶ ବ୍ୟତୀତ ସମଗ୍ର ବିଶ୍ୱରୁ ୪୦ ଜଣ ପ୍ରତିନିଧୀ ଏଥିରେ ଅଂଶଗ୍ରହଣ କରିବେ।
ରାଷ୍ଟ୍ରପତି ଭବନର ସାଂସ୍କୃତିକ କେନ୍ଦ୍ରରେ ହେବାକୁ ଥିବା ବୈଠକରେ ଜି -୨୦ ସଦସ୍ୟ ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ, ବ୍ରାଜିଲ, କାନାଡା, ଚୀନ୍, ୟୁରୋପୀୟ ୟୁନିଅନ୍, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ଜାପାନ, ମେକ୍ସିକୋ, ଦକ୍ଷିଣ କୋରିଆ, ରୁଷ, ସାଉଦି ଆରବ, ଦକ୍ଷିଣ ଆଫ୍ରିକା, ତୁର୍କୀ, ଆମେରିକା ଅଂଶଗ୍ରହଣ କରିବେ। ଇଣ୍ଡୋନେସିଆର ରାଷ୍ଟ୍ରପତି ମଧ୍ୟ ଏହି ସଭାରେ ଯୋଗଦେବେ । ଜି -୨୦ ସଦସ୍ୟଙ୍କ ବ୍ୟତୀତ ବାଂଲାଦେଶ, ଇଜିପ୍ଟ, ମରିସସ୍, ନେଦରଲ୍ୟାଣ୍ଡ, ନାଇଜେରିଆ, ଓମାନ, ସିଙ୍ଗାପୁର, ସ୍ପେନ୍ ଏବଂ ୟୁଏଇର ବୈଦେଶିକ ମନ୍ତ୍ରୀମାନଙ୍କୁ ମଧ୍ୟ ଏହି ବୈଠକ ଆମନ୍ତ୍ରଣ କରାଯାଇଛି। ଏହି ସଭାରେ ସାରା ବିଶ୍ୱ ରୁ ୪୦ ରୁ ଅଧିକ ପ୍ରତିନିଧୀ ଏବଂ ୧୩ ଟି ଆନ୍ତର୍ଜାତୀୟ ସଂଗଠନ ଯୋଗଦେବେ। ଅଧ୍ୟକତା ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର କରିବେ।
ମାର୍ଚ୍ଚ ୨ ଅର୍ଥାତ ଗୁରୁବାର ଦିନ ଏହି ବୈଠକ ଅନୁଷ୍ଠିତ ହେବ, କିନ୍ତୁ ବୁଧବାର ରାତିରେ ଗୋଟିଏ ଛାତ ତଳେ ବୈଦେଶିକ ମନ୍ତ୍ରୀମାନେ ଏକାଠି ହେବା ଆରମ୍ଭ ହେବ। ସମସ୍ତ ନେତା ବୁଧବାର ରାତ୍ରୀ ଭୋଜନରେ ଯୋଗଦେବେ। ଜି -୨୦ ରେ ଭାରତର ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହା ଦ୍ୱିତୀୟ ମନ୍ତ୍ରୀ ସ୍ତରୀୟ ବୈଠକ ହେବ। ବେଙ୍ଗାଲୁରୁରେ ଅର୍ଥମନ୍ତ୍ରୀ ଏବଂ କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ଣ୍ଣରଙ୍କ ପ୍ରଥମ ମନ୍ତ୍ରୀସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା।
ରୁଷ-ୟୁକ୍ରେନ ଯୁଦ୍ଧକୁ ଶେଷ କରିବା ପାଇଁ ପଦକ୍ଷେପ ନିଆଯାଇପାରେ
ଜି -୨୦ ବୈଦେଶିକ ମନ୍ତ୍ରୀ ବୈଠକରେ ରୁଷର ବୈଦେଶିକ ମନ୍ତ୍ରୀ ମଧ୍ୟ ଯୋଗଦେବେ। ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ପ୍ରସଙ୍ଗ ମଧ୍ୟ ଏହି ବୈଠକରେ ଆଲୋଚନା ହୋଇପାରେ। ଏକ ବର୍ଷରୁ ଅଧିକ ସମୟ ଧରି ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଚାଲିଛି। ଭାରତ ଅଧ୍ୟକ୍ଷତାରେ ହେବାକୁ ଥିବା ଜି -୨୦ ଶିଖର ସମ୍ମିଳନୀର ଟ୍ୟାଗ୍ ଲାଇନ୍ ହେଉଛି ଭସୁଧଇଭ କୁଟୁମ୍ବକମ୍ ଯଥା ଗୋଟିଏ ପୃଥିବୀ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତ। ଏଭଳି ପରିସ୍ଥିତିରେ ରୁଷ -ୟୁକ୍ରେନରେ ଶାନ୍ତି ଫେରାଇ ଆଣିବାକୁ ଏକ ପ୍ରୟାସ କରାଯିବାର ଆଶା କରାଯାଉଛି।



