ଗିରଫ ଭୟରେ ଘରୁ ଫେରାର ହୋଇ କିଛି ଘଣ୍ଟା ପରେ ତାଙ୍କ ସମର୍ଥକଙ୍କ ସାମ୍ନାକୁ ଆସି ପ୍ରଧାନମନ୍ତ୍ରୀଙ୍କୁ ଅପରାଧ ମନ୍ତ୍ରୀ କହିଲେ ଇମ୍ରାନ ଖାନ

ବାସ୍ତବ ବ୍ୟୁରୋ: ତୋସାଖାନା ମାମଲାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଗିରଫ କରିବା ପାଇଁ ପାକିସ୍ତାନ ପୋଲିସ ରବିବାର ତାଙ୍କ ଘରେ ପହଞ୍ଚିଥିଲା। ଇସଲାମାବାଦ ପୋଲିସ ଟ୍ୱିଟ୍ କରି କହିଛି ଯେ ଏସପି ତାଙ୍କ ଘରେ ପହଞ୍ଚିବା ପରେ ଇମ୍ରାନ ସେଠାରେ ଉପସ୍ଥିତ ନଥିଲେ। କିଛି ଘଣ୍ଟା ପରେ ଇମ୍ରାନ ଖାନ ଲାହୋରରେ ତାଙ୍କ ସମର୍ଥକଙ୍କୁ ସମ୍ବୋଧିତ କରିଥିଲେ। ସେ କହିଥିଲେ ଯେ “ମୁଁ କେବେ କାହା ଆଗରେ ମୁଣ୍ଡ ନୁଆଁଇ ନାହିଁ, ଆମେ କେବଳ ଆଲ୍ଲାହାଙ୍କ ଆଗରେ ମୁଣ୍ଡ ନୁଆଁଇ ଥାଉ” ।

ଇମ୍ରାନ ତାଙ୍କ ସମର୍ଥକଙ୍କୁ କହିଥିଲେ – “ଆପଣମାନେ ମୋର ଟାଇଗର। ପାକିସ୍ତାନ ଡ୍ରେନକୁ ଖସି ଖସି ଯାଉଛି । ୧୬ ବିଲିୟନ ସ୍କାମ ପାଇଁ ଆମର ପ୍ରଧାନମନ୍ତ୍ରୀ ଦଣ୍ଡିତ ହେବାକୁ ଯାଉଥିଲେ କିନ୍ତୁ ଜେନେରାଲ ବାଜୱା ତାଙ୍କୁ ପ୍ରଧାନମନ୍ତ୍ରୀ ବନେଇ ଦେଇଥିଲେ। ଆମ ଗୃହମନ୍ତ୍ରୀ ୮ ଟି ହତ୍ୟା କରିଛନ୍ତି। ସେ ଆସିଫ ଅଲି ଜରଦାରୀଙ୍କ ବିରୋଧରେ ଅଗଣିତ ହତ୍ୟା କରିଛନ୍ତି। ସେ ସବୁଠାରୁ ବଡ ଚୋର । ନୱାଜ ସରିଫ ଲଣ୍ଡନରୁ ନିଷ୍ପତ୍ତି ନେଉଛନ୍ତି। ଏହି ଲୋକମାନେ ଆମର ଭାଗ୍ୟ ସ୍ଥିର କରନ୍ତି। ଭାରତୀୟ ଚ୍ୟାନେଲଗୁଡିକ ଆମକୁ ପରିହାସ କରୁଛନ୍ତି ।”

ସୂଚନାଯୋଗ୍ୟ, ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଘରେ ରବିବାର ଜାମିନ ବିହୀନ ଗିରଫ ୱାରେଣ୍ଟ ନେଇ ପହଞ୍ଚିଥିବା ପୁଲିସକୁ ଖାଲି ହାତରେ ଫେରିବାକୁ ପଡ଼ିଛି। ପୁଲିସ ଅଧ୍ୟକ୍ଷ ଇମ୍ରାନଙ୍କ ଘରେ ପହଞ୍ଚିବା ପରେ ପୂର୍ବତନ ପ୍ରଧାନମାନ୍ତ୍ରୀ ତାଙ୍କ ଘରୁ କେଉଁଆଡେ ଫେରାର ହୋଇଯାଇଥିବା ଜାଣିବାକୁ ପାଇଥିଲେ। ସମସ୍ତ ଘର ଯାଞ୍ଚ କରିବା ପରେ ପୁଲିସ ଘଟଣାସ୍ଥଳରୁ ନିରାଶ ହୋଇ ଫେରି ଆସିଥିଲା।

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଦାମୀ ଗ୍ରାଫ ହାତଘଣ୍ଟା ସମେତ ଉପହାର କିଣିବା ନେଇ ବିବାଦ ଘେରରେ ଫସି ଯାଇଛନ୍ତି।  ଏହି ସବୁ ଉପହାରକୁ ତୋସାଖାନା ନାମକ ଏକ ରାଜ୍ୟ ଜମା ବିଭାଗଠାରୁ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ରିହାତି ମୂଲ୍ୟରେ ଗ୍ରହଣ କରିଥିଲେ ଏବଂ ପରେ ଏହାକୁ ଲାଭରେ ବିକ୍ରି କରିଥିବା ଅଭିଯୋଗ ହୋଇଥିଲା।

ଫେବୃଆରି ୨୮ ତାରିଖରେ ଅନେକ ମାମଲାରେ ଇମ୍ରାନ ଖାନ  ଶୁଣାଣି ସମୟରେ ଭିନ୍ନଭିନ୍ନ କୋର୍ଟରେ ହାଜର ହୋଇଥିଲେ। କିଛି କୋର୍ଟରେ କେ‌ତୋଟି ମାମଲାରେ ତାଙ୍କୁ ଆଶ୍ବସ୍ତି ମିଳିଥିବା ବେଳେ ତୋସାଖାନା ମାମଲାରେ ତାଙ୍କ ଉପରେ ଗିରଫଦାରୀର ଖଣ୍ଡା ଝୁଲିଥିଲା।

କୋର୍ଟ ଇମ୍ରାନ ଖାନଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି କରିଥିଲେ। ବାସ୍ତବରେ ଫେବୃଆରି ୨୮ ତାରିଖରେ ଇମ୍ରାନ ଖାନଙ୍କୁ ଭିନ୍ନଭିନ୍ନ ଚାରିଟି ମାମଲାରେ କୋର୍ଟରେ ହାଜର ହେବାର ଥିଲା। ସେ ବାକି ସ୍ଥାନମାନଙ୍କରେ ହାଜର ହୋଇଥିଲେ, କିନ୍ତୁ ତୋସାଖାନା ମାମଲାର ଶୁଣାଣି ସମୟ‌ରେ ହାଜର ହୋଇ ନଥିଲେ।

କୁହାଯାଉଛି କି ଏହି ମାମଲାରେ ପୂର୍ବରୁ ବି ଇମ୍ରାନ କୋର୍ଟରେ ହାଜର ହୋଇ ନଥିଲେ। ଏହି କାରଣରୁ କୋର୍ଟ ଅସନ୍ତୋଷ ବ୍ୟକ୍ତ କରି ଇମ୍ରାନଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି କରିଛନ୍ତି।

ଇମ୍ରାନଙ୍କ ସମର୍ଥକଙ୍କୁ ପୋଲିସ ଚେତାବନୀ ଦେଇଛି
ଇମ୍ରାନ ଖାନଙ୍କ ଗିରଫଦାରୀରେ ବାଧା ନଦେବାକୁ ଇସଲାମାବାଦ ପୋଲିସ ପିଟିଆଇ କର୍ମଚାରୀଙ୍କୁ ଚେତାବନୀ ଦେଇଛି। ଯେଉଁମାନେ କୋର୍ଟର ଆଦେଶରେ ବାଧା ସୃଷ୍ଟି କରୁଛନ୍ତି ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ଟୁଇଟ୍ କରିଛି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ତ୍ରିପୁରାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ପ୍ରତିମା ଭୌମିକ

Mon Mar 6 , 2023
ବାସ୍ତବ ବ୍ୟୁରୋ : ତ୍ରିପୁରାରେ ୩୨ ଟି ଆସନରେ ବହୁମତ ହାସଲ କରି ବିଜେପି ନିର୍ବାଚନରେ ​​ଜିତିଛି, କିନ୍ତୁ କିଏ ସିଏମ ହେବ ସେନେଇ ନିଷ୍ପତ୍ତି ନିଆଯାଇ ନାହିଁ। ତେବେ ଏଥର ରାଜ୍ୟରେ ବିଜେପି ମହିଳା ମୁଖ୍ୟମନ୍ତ୍ରୀ ହେବା ନେଇ ଚର୍ଚ୍ଚା ଜୋର ଧରିଛି। ଏହା ଦ୍ୱିତୀୟ ଥର ହେବ ଜଣେ ମହିଳା ରାଜ୍ୟର ନେତୃତ୍ୱ ନେବେ। କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ରାଷ୍ଟ୍ରମନ୍ତ୍ରୀ ପ୍ରତିମା ଭୌମିକ ଧନପୁର […]

You May Like

Pin It on Pinterest