ନିକୋବାର ଦ୍ବୀପପୁଞ୍ଜ ଏବଂ ଗୁଜୁରାଟ ର ଦ୍ୱାରକାଠାରେ ଭୂମିକମ୍ପ ଅନୁଭୂତ

ବାସ୍ତବ ବ୍ୟୁରୋ:ଆଜି (ସୋମବାର) ବଡ଼ି ସକାଳେ ନିକୋବର ଦ୍ବୀପପୁଞ୍ଜ ଠାରେ ୫.୦ ତୀବ୍ରତାସମ୍ପନ୍ନ ଭୂମିକମ୍ପ ସଂଘଠିତ ହୋଇଥିବା କଥା ‘ନ୍ୟାସ୍‌ନାଲ୍‌ ସେଣ୍ଟର୍‌ ଫର୍‌ ସିସ୍ମୋଲୋଜି’ କହିଛି। ସେହିପରି ଆଜି ସକାଳ ପ୍ରାୟ ୬:୩୦ରେ ଗୁଜୁରାଟ ର ଦ୍ୱାରକାଠାରେ ମଧ୍ୟ ୪.୩ ତୀବ୍ରତା ର ଭୂମିକମ୍ପ ଅନୁଭୂତ ହୋଇଥିଲା ।

ନିକୋବର ଦ୍ବୀପପୁଞ୍ଜ ଠାରେ ଭୋର୍‌ ପ୍ରାୟ ୫.୭ରେ ସଂଘଠିତ ହୋଇଥିବା ଏହି ଭୂମିକମ୍ପ ଯୋଗୁଁ କୌଣସି ଧନଜୀବନ କ୍ଷୟକ୍ଷତି ହୋଇଥିବାର ରିପୋର୍ଟ ମିଳିନାହିଁ।‘ନ୍ୟାସ୍‌ନାଲ୍‌ ସେଣ୍ଟର୍‌ ଫର୍‌ ସିସ୍ମୋଲୋଜି’ କହିବା ଅନୁସାରେ, ନିକୋବର ଦ୍ବୀପପୁଞ୍ଜକୁ ଦୋହଲାଇ ଦେଇଥିବା ଭୂମିକମ୍ପଟି ଭୂଗର୍ଭର ୧୦ କିଲୋମିଟର୍‌ ଅଭ୍ୟନ୍ତରରେ ସଂଘଠିତ ହୋଇଥିଲା।

ଉଲ୍ଲେଖଯୋଗ୍ୟ, ଜାନୁଆରି ମାସରେ ମଧ୍ୟ ଆଣ୍ଡାମାନ୍‌ ସାଗର ନିକଟରେ ୪.୯ ତୀବ୍ରତାସମ୍ପନ୍ନ ଭୂମିକମ୍ପ ସଂଘଠିତ ହୋଇଥିଲା। ‘ଏନ୍‌ସିଏସ୍‌’ କହିବା ଅନୁସାରେ ଭୂଗର୍ଭର ୭୭ କିଲୋମିଟର୍‌ ଅଭ୍ୟନ୍ତରରେ ଥିଲା ଏହାର ଉତ୍ପତ୍ତିସ୍ଥଳ।

ଏହି ଦ୍ବୀପପୁଞ୍ଜରେ ଗତବର୍ଷ ୨୪ ଘଣ୍ଟା ମଧ୍ୟରେ ଏହି ଦ୍ବୀପପୁଞ୍ଜରେ ସମୁଦାୟ ୨୨ ଥର ଭୂକମ୍ପନ ଅନୁଭୂତ ହୋଇଥିଲା। ରିକ୍ଟର୍‌ସ୍କେଲ୍‌ରେ ଏହି ଭୂକମ୍ପନଗୁଡ଼ିକର ତୀବ୍ରତା ୩.୮ରୁ ୫.୦ ମଧ୍ୟରେ ଥିଲା।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ବୃନ୍ଦାବନରେ ବିଧବା ମାଆମାନେ ଖେଳିଲେ ଫୁଲର ହୋଲି...

Mon Mar 6 , 2023
ବାସ୍ତବ ବ୍ୟୁରୋ : ସୋମବାର ଦିନ ବିଧବା ମାଆମାନେ ବୃନ୍ଦାବନରେ ଥିବା ଗୋପୀନାଥ ମନ୍ଦିରରେ ଫୁଲ ଏବଂ ଅଭିର ସହିତ ହୋଲି ଖେଳିଲେ। ଏଥିରେ ଅଂଶଗ୍ରହଣ କରିବାକୁ ଏକ ହଜାରରୁ ଅଧିକ ଦେଶୀ ତଥା ବିଦେଶୀ ମହିଳା ମଧ୍ୟ ପହଞ୍ଚିଥିଲେ। ବିଦେଶୀ ପର୍ଯ୍ୟଟକମାନେ କହିଛନ୍ତି – ଚମତ୍କାର, ପ୍ରଥମ ଥର ପାଇଁ ଏପରି ଦୃଶ୍ୟ ଦେଖି, ପ୍ରଥମ ଥର ପାଇଁ ଏପରି ଆନନ୍ଦ ଅନୁଭବ କରୁଛୁ । ଗୋପୀନାଥ ମନ୍ଦିରର […]

You May Like

Pin It on Pinterest