
ବାସ୍ତବ ବ୍ୟୁରୋ-ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ କହିଛନ୍ତି ଯେ ଦେଶରେ ଏପର୍ଯ୍ୟନ୍ତ କରୋନା ଭାଇରସର ଗୋଷ୍ଠୀ ସଂକ୍ରମଣ ହୋଇନାହିଁ । କରୋନା ସମ୍ପର୍କିତ ସମସ୍ତ ରାଜ୍ୟ ମାନଙ୍କ ସହିତ ଆଲୋଚନା କରାଯାଇଛି । ହଟସ୍ପଟ୍ ଓ କଣ୍ଟେନମେଣ୍ଟ ଜୋନ ବିଷୟରେ ଆଲୋଚନା ମଧ୍ୟ ହୋଇଛି । ରାଜ୍ୟ ଓ କେନ୍ଦ୍ର ଉଭୟ କରୋନା ବିରୋଧରେ ମିଳିତ ଉଦ୍ୟମରେ ଲଢ଼େଇ ଜାରି ରଖିଛନ୍ତି ।

ଜିଲ୍ଳାମାନଙ୍କୁ ୩ଟି ବିଭାଗରେ ବିଭକ୍ତ କରାଯାଇଛି । ସେଗୁଡ଼ିକ ହେଲା ହଟସ୍ପଟ ଜିଲ୍ଲା, ଅଣ-ହଟସ୍ପଟ ଜିଲ୍ଲା ଓ ଗ୍ରୀନ ଜୋନ୍ ଜିଲ୍ଲା । ହଟସ୍ପଟ ଜିଲ୍ଲାଗୁଡ଼ିକରେ ନିୟମିତଭାବେ ସଂକ୍ରମଣ ମାମଲା ସାମନାକୁ ଆସୁଛି, ଅଣ-ହଟସ୍ପଟ ଗୁଡ଼ିକରେ ଅଳ୍ପ କିଛି ମାମଲା ଦେଖାଦେଉଛି ଓ ଗ୍ରୀନ ଜୋନ ଜିଲ୍ଲାଗୁଡ଼ିକରେ କୌଣସି ମାମଲା ଜଣାପଡ଼ିନାହିଁ ବୋଲି ସେ କହିଛନ୍ତି । ଦେଶରେ ୧୭୦ଟି ଜିଲ୍ଲା ହଟସ୍ପଟ୍ ଜିଲ୍ଲା ଭାବେ ଚିହ୍ନଟ କରାଯାଇଛି ବୋଲି ଅଗ୍ରୱାଲ କହିଛନ୍ତି । କିଛି ଅଞ୍ଚଳରେ ୨୦ ଏପ୍ରିଲରୁ କିଛି କଟକଣା କୋହଳ କରାଯିବା ନେଇ ସୂଚନା ରହିଛି । ଯଦି ଆପଣଙ୍କୁ ଆମର ଏ ପ୍ରଚେଷ୍ଟା ଭଲ ଲାଗୁଚି,ନିଶ୍ଚୟ ଶେୟାର କରନ୍ତୁ, ଆପଣ ଭଲ ପାଉଥିବା ବନ୍ଧୁ ମାନଙ୍କୁ ।ହଁ ସଠିକ୍ ଖବର ସଠିକ୍ ସମୟରେ ପାଇବା ପାଇଁ ,ଡାଉନ୍ ଲୋଡ୍ କରନ୍ତୁ…bastabtv APP…



