ବାସ୍ତବ ବ୍ୟୁରୋ-ଏପ୍ରିଲ୍ ୧୬ ତାରିଖ ସକାଳ ୧୨:୩୦ଟା ସୁଦ୍ଧା ସମଗ୍ର ଦେଶରେ ୧୨,୪୫୬ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୧୫୧୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି । ବାକି ୪୨୩ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ।
Thu Apr 16 , 2020
ବାସ୍ତବ ବ୍ୟୁରୋ-କରୋନା ସମ୍ପର୍କିତ ସୂଚନା ଦେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ କହିଛନ୍ତି ଯେ ତାଲାବନ୍ଦ ନିୟମକୁ ସବୁ ରାଜ୍ୟର ସରକାର କଡ଼ାକଡ଼ି କରୁଛନ୍ତି । ଏହାସହ ଲୋକମାନେ କିପରି ହଇରାଣ ନହେବେ ସେନେଇ ଆବଶ୍ୟକୀୟ ଖାଦ୍ୟ ସାମଗ୍ରୀ ର ଉପଲବ୍ଧତାକୁ ନିରୀକ୍ଷଣ କରାଯାଉଛି । ଜରୁରୀ ସାମଗ୍ରୀ ଯୋଗାଇ ଦେବା ପାଇଁ ରାଜ୍ୟଗୁଡ଼ିକୁ ଗାଇଡ଼ଲାଇନ ମଧ୍ୟ ଜାରି କରାଯାଇଛି । […]