ଆଜି ଦେଶରେ ଦୈନିକ କୋଭିଡ୍‌-୧୯ ସଂକ୍ରମଣ ସଂଖ୍ୟା ୧,୫୯୦; ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୮,୬୦୧

ବାସ୍ତବ ବ୍ୟୁରୋ: ଆଜି ଦେଶରେ ଦୈନିକ କୋଭିଡ୍‌-୧୯ ସଂକ୍ରମଣ ସଂଖ୍ୟା ୧,୫୯୦ ହୋଇଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୮,୦୦୦ ଟପି ଯାଇଥିବା କଥା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ସୂଚନାରୁ ଜଣାପଡ଼ିଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁଯାୟୀ, ଆଜି (ଶନିବାର) ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୧,୫୯୦ କରୋନାଜନିତ ନୂତନ ସଂକ୍ରମଣ ରେକର୍ଡ କରାଯାଇଛି।

୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ୧,୫୯୦ ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୪,୪୭,୦୨,୨୫୭ରେ ପହଞ୍ଚିଛି।

ଗତ ୨୪ ‌ଘଣ୍ଟାରେ ୬ଟି ମୃତ୍ୟୁ ରିପୋର୍ଟ କରାଯିବା ଫଳରେ ଦେଶରେ କୋଭିଡ୍‌-୧୯ଜନିତ ମୃତ୍ୟୁସଂଖ୍ୟା ୫,୩୦,୮୨୪କୁ ବୃଦ୍ଧି ପାଇଛି। ମହାରାଷ୍ଟ୍ର, କର୍ଣ୍ଣାଟକ, ରାଜସ୍ଥାନ ଏବଂ ଉତ୍ତରାଖଣ୍ଡରୁ ଗତ ୨୪ ଘଣ୍ଟାରେ ଏହି ମୃତ୍ୟୁ ରେକର୍ଡ କରାଯାଇଛି।

ଦେଶରେ ଦୈନିକ କୋଭିଡ୍‌-୧୯ ‘ପଜିଟିଭିଟି’ ହାର ୧.୩୩% ଥିବା ବେଳେ ସାପ୍ତାହିକ ‘ପଜିଟିଭିଟି’ ହାର ୧.୨୩% ରହିଥିବା କଥା ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି।

ଗତ ୨୪ ଘଣ୍ଟାରେ କୋଭିଡ୍-୧୯ ସଂକ୍ରମଣରୁ ସୁସ୍ଥ ହୋଇଥିବା ୯୧୦ଜଣ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ଦେଶରେ ସମୁଦାୟ ସୁସ୍ଥତା ସଂଖ୍ୟା ହେଉଛି ୪,୪୧,୬୨,୮୩୨। ସମ୍ପ୍ରତି ଦେଶରେ ସୁସ୍ଥତା ହାର ୯୮.୭୯% ରହିଛି।

ଏହାଛଡ଼ା, ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୮,୬୦୧କୁ ବୃଦ୍ଧି ପାଇଥିବା ରେକର୍ଡ କରାଯାଇଛି। ଏହା ହେଉଛି ଦେଶର ସମୁଦାୟ ସଂକ୍ରମଣର ୦.୦୨%।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ବିଜୁ ଜନତାଦଳର ଛାମୁଆ କର୍ମକର୍ତ୍ତା ମାନଙ୍କୁ ସାଙ୍ଗରେ ନେଇ ୱାର୍ଡ ପରିକ୍ରମା କଲେ ଡ଼ଃ ପ୍ରଭାତ ରଞ୍ଜନ ବିଶ୍ୱାଳ....

Sat Mar 25 , 2023
ସଂଜୟ ଶତପଥୀ(କଟକ):ବିଜୁ ଜନତା ଦଳ ର ଛାମୁଆ କର୍ମକର୍ତ୍ତାଙ୍କୁ ସହ ନିଜେ ଇ ବାଇକ ଚଲେଇ ଚୌଦ୍ୱାର କଟକ ନିର୍ବାଚନ ମଣ୍ଡଳୀ ଅନ୍ତର୍ଭୁକ୍ତ ନିଜ ୱାର୍ଡ ୪୭ନମ୍ବର ପରିକ୍ରମା କରିଛନ୍ତି ପ୍ରାକ୍ତନ ବିଧାୟକ ଡା. ପ୍ରଭାତ ରଞ୍ଜନ ବିଶ୍ୱାଳ। ଶନିବାର ସକାଳୁ ମହାନଦୀ ବିହାର ଅଂଚଳର ବିଭିନ୍ନ ଉନୟନ କାର୍ଯ୍ୟର ସମୀକ୍ଷା କରିବା ସହିତ ଚା ଖଟିରେ ଚା ପିଇ ଲୋକଙ୍କ ଭଲ ମନ୍ଦ ବୁଝିବା ସହିତ ୱାର୍ଡର ସମସ୍ୟା […]

You May Like

Pin It on Pinterest