ସରକାରୀ ବାସଭବନ ଖାଲି କରିବାକୁ ରାହୁଲ ଗାନ୍ଧିଙ୍କୁ ନୋଟିସ୍…

ବାସ୍ତବ ବ୍ୟୁରୋ: ଏମପି ପଦ ଯିବା ପରେ ଏବେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ପୁଣି ଏକ ଝଟ୍‌କା। ରାହୁଲ ଗାନ୍ଧୀଙ୍କୁ ନିଜର ସରକାରୀ ବଙ୍ଗଳା ଛାଡ଼ିବାକୁ ନୋଟିସ୍‌। ଏକ ମାସ ମଧ୍ୟରେ ତାଙ୍କ ସରକାରୀ ବାସଭବନ ଖାଲି କରିବାକୁ ପଡିବ। ସୋମବାର ଏଥିପାଇଁ ଲୋକ ସଭାର ଗୃହ କମିଟି ଏକ ବିଜ୍ଞପ୍ତି ଜାରି କରିଛି। ବର୍ତ୍ତମାନ ରାହୁଲ ଦିଲ୍ଲୀର ୧୨ତୁଗଲକ ଲେନ୍‌ ସ୍ଥିତ ସରକାରୀ ବଙ୍ଗଳାରେ ରହୁଛନ୍ତି। ୨୦୦୪ରୁ ସରକାରଙ୍କ ପକ୍ଷରୁ ତାଙ୍କୁ ଏହି ଘର ଆବଣ୍ଟନ କରାଯାଇଥିଲା।

ତେବେ ଏପ୍ରିଲ ୨୨ସୁଦ୍ଧା ରାହୁଲଙ୍କୁ ଏହି ସରକାରୀ ବାସଭବନ ଛାଡିବାକୁ ପଡ଼ିବ। ଉକ୍ତ ନୋଟିସ୍‌ ଅନୁଯାୟୀ, ଅଯୋଗ୍ୟ ହେବାର ଏକ ମାସ ମଧ୍ୟରେ ରାହୁଲଙ୍କୁ ତାଙ୍କ ସରକାରୀ ବାସଭବନ ଖାଲି କରିବାକୁ ପଡ଼ିବ ବୋଲି ଉଲ୍ଲେଖ କରାଯାଇଛି।

ସୂଚନାଯୋଗ୍ୟ, ଗୁରୁବାର ସୁରଟ କୋର୍ଟ ଏକ ମାନହାନୀ ମାମଲାରେ ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ କରି ଦଣ୍ଡାଦେଶ ଶୁଣାଇବା ପରେ ଶୁକ୍ରବାର ଲୋକ ସଭା ସଚିବାଳୟ କଂଗ୍ରେସ ନେତା ରାହୁଲଙ୍କୁ ଲୋକ ସଭାରୁ ଅଯୋଗ୍ୟ ଘୋଷିତ କରିବା ସହ ତାଙ୍କ ସଦସ୍ୟତା ପଦ ରଦ୍ଦ କରିଥିଲେ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ମତୋ ହାଇସ୍କୁଲ ୧୯୯୪ବ୍ଯାଚର ଗୁରୁ ଶିଷ୍ୟ ମାନଙ୍କ ମଧ୍ୟରେ ବନ୍ଧୁ ମୀଳନ ଉତ୍ସବ ପାଳିତ ....

Mon Mar 27 , 2023
ଦେବକିନ୍ତ ମହାନ୍ତି(ଚାନ୍ଦବାଲି)-ସ୍ଥାନୀୟ ମତୋ ହାଇସ୍କୁଲର ୧୯୯୪ ବ୍ଯାଚର ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ଏକ ବନ୍ଧୁମୀଳନ ଉତ୍ସବ ସ୍କୁଲ ପରିଶରରେ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ୧୯୯୪ ବ୍ଯାଚର ବିଭିନ୍ନ ଅନୁଷ୍ଠାନରେ ବହୁ ପ୍ରତିଷ୍ଠିତ ପୂର୍ବତନ ଛାତ୍ରଛାତ୍ରୀ ମାନେ ନିଜ ନିଜର ବାଲ୍ଯ ବନ୍ଧୁ ମାନଙ୍କୁ ଏକାଠି ପାଇ ଖୁସିରେ ବିଭୋର ହୋଇଯାଇଥିଲେ । ତତ୍କାଳୀନ ବରିଷ୍ଠ ଅବସରପ୍ରାପ୍ତ ଶିକ୍ଷକ ପଞ୍ଚାନନ ପଲ୍ଲାଇ, ବିର୍ଷ୍ଣୁମୋହନ ମହାପାତ୍ର,ବୈକୁଣ୍ଠ ରଥ,ସନ୍ଥଚରଣ ନାୟକ,ଅର୍ଜୁନ ସାହୁ,ନନ୍ଦ କିଶୋର ବଳଙ୍କ […]

You May Like

Pin It on Pinterest