
ବାସ୍ତବ ବ୍ୟୁରୋ: ଆଜି (ବୁଧବାର) ଦେଶରେ କୋଭିଡ୍-୧୯ ସଂକ୍ରମଣ ସଂଖ୍ୟା ୪,୪୦୦ ଉପରେ ଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୩,୦୦୦ ଉପରେ ଅଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ବୁଧବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୪,୪୩୫ କରୋନାଭାଇରସ୍ଜନିତ ନୂତନ ସଂକ୍ରମଣ ରେକର୍ଡ କରାଯାଇଛି।
ଭାରତୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ସକ୍ରିୟ ମାମଲାରେ ବୃଦ୍ଧି ଦେଖିବାକୁ ମିଳିଛି। ଦୈନିକ ପଜିଟିଭ୍ ହାରରେ ବୃଦ୍ଧି ଘଟିଛି। ସେହିପରି ସୁସ୍ଥତା ହାରରେ ମଧ୍ୟ ବୃଦ୍ଧି ହୋଇଛି। ସକ୍ରିୟ ମାମଲା ୨୫ ହଜାର ମୁହାଁ ହୋଇଛି।
ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୪,୪୩୧ ଛୁଇଁଛି। ସେହିପରି ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୧୧ ରେ ପହଞ୍ଚିଛି।
ଏହି ସମୟରେ ସକ୍ରିୟ ମାମଲା ୨୩ ହଜାର ଟପିଛି। ଏହା ୨୩ ହଜାର ୦୯୧ ରେ ପହଞ୍ଚିଛି।
ସେହିପରି ୨୪ ଘଣ୍ଟାରେ ୨,୫୦୮ ଜଣ ସୁସ୍ଥ ହୋଇଛନ୍ତି।
ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୫ ଲକ୍ଷ ୩୦ ହଜାର ୯୧୬ ଛୁଇଁଛି। ସଂକ୍ରମଣ ଆରମ୍ଭଠାରୁ ଇତିମଧ୍ୟରେ ମୋଟ ୪ କୋଟି ୪୭ ଲକ୍ଷ ୩୩ ହଜାର ୭୧୯ ଜଣ ଆକ୍ରାନ୍ତ ହୋଇଥିବାବେଳେ ୪ କୋଟି ୪୧ ଲକ୍ଷ ୭୯ ହଜାର ୭୧୨ ଜଣ ସୁସ୍ଥ ହୋଇ ସାରିଛନ୍ତି। ଏହାଛଡ଼ା, ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୩,୦୯୧କୁ ବୃଦ୍ଧି ପାଇଥିବା ରେକର୍ଡ କରାଯାଇଛି।



