ଅନ୍‌ଲାଇନ୍ ଗେମିଂ ପାଇଁ କେନ୍ଦ୍ର ଜାରି କଲା ନୂଆ ନିୟମ…

ବାସ୍ତବ ବ୍ୟୁରୋ: ଏକ ଦଳ ପ୍ରସ୍ତୁତ କର, ପୁରସ୍କୃତ ହୁଅ, ବାଜି ଲଗାଅ, ନିଜର ଭାଗ୍ୟ ପରିବର୍ତ୍ତନ କର । ଏପରି ପ୍ରଲୋଭନକାରୀ ବିଜ୍ଞାପନ ବନ୍ଦ କରିଦିଆଯିବ ।

କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ନିକଟରେ ଦେଶର କିଛି ମୁଖ୍ୟସ୍ରୋତର ଇଂରାଜୀ ଓ ହିନ୍ଦୀ ଖବରକାଗଜରେ ବେଟିଂ ୱେବସାଇଟର ବିଜ୍ଞାପନ ଏବଂ ପ୍ରଚାର ବିଷୟବସ୍ତୁ ପ୍ରସାରଣ ଘଟଣାକୁ ନେଇ ତୀବ୍ର ଆପତ୍ତି ଉଠାଇଛି। ଏ ଘଟଣା ଦୃୃଷ୍ଟିଗୋଚର ହେବାପରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଏକ ଆଡଭାଇଜରି ଜାରି କରି ଗଣମାଧ୍ୟମ ସଂସ୍ଥା, ମିଡିଆ ପ୍ଲାଟଫର୍ମ ଏବଂ ଅନଲାଇନ୍‌ ବିଜ୍ଞାପନ ମିଡିଆାଙ୍କୁ ବେଟିଂ ପ୍ଲାଟଫର୍ମର ବିଜ୍ଞାପନ କିମ୍ବା ପ୍ରଚାର ବିଷୟବସ୍ତୁ ପ୍ରସାରଣରୁ ନିଜକୁ ଦୂରେଇ ରହିବାକୁ ପରାମର୍ଶ ଦେଇଛି।

ଏକ ସରକାରୀ ବିବୃତିରେ କୁହାଯାଇଛି ଯେ ଖବରକାଗଜ, ଟେଲିଭିଜନ ଚ୍ୟାନେଲ ଏବଂ ଅନଲାଇନ୍‌ ସମ୍ବାଦ ପ୍ରକାଶକଙ୍କ ସମେତ ଗଣମାଧ୍ୟମର ସମସ୍ତ ଫର୍ମାଟ ଉଦ୍ଦେଶ୍ୟରେ ଏହି ଆଡଭାଇଜରି ଜାରି କରାଯାଇଛି ଏବଂ ନିକଟ ଅତୀତରେ ଗଣମାଧ୍ୟମରେ ଏଭଳି ବିଜ୍ଞାପନ ପ୍ରକାଶ ପାଇଥିବାର ନିର୍ଦ୍ଦିଷ୍ଟ ଉଦାହରଣ ଦିଆଯାଇଛି।

ଏକ ନିର୍ଦ୍ଦିଷ୍ଟ ବେଟିଂ ପ୍ଲାଟଫର୍ମ ଦ୍ୱାରା ଦର୍ଶକଙ୍କୁ ଏହାର ୱେବସାଇଟରେ ଏକ କ୍ରୀଡ଼ା ଲିଗ୍‌ ଦେଖିବାକୁ ପ୍ରୋତ୍ସାହିତ କରିବା ଉପରେ ମଧ୍ୟ ମନ୍ତ୍ରାଳୟ ଆପତ୍ତି ଉଠାଇଛି; ଯାହା ପ୍ରାଥମିକ ଦୃଷ୍ଟିରୁ କପିରାଇଟ୍‌ ଆଇନ, ୧୯୫୭ର ଉଲ୍ଲଂଘନ କରିଥିବା ଜଣାପଡ଼ୁଛି ବୋଲି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

ପ୍ରେସ୍‌ କାଉନସିଲ୍‌ ଅଫ୍‌ ଇଣ୍ଡିଆର ସାମ୍ବାଦିକତା ଆଚରଣ ନିୟମର ବ୍ୟବସ୍ଥାରେ ଉଲ୍ଲେଖ ରହିଛି ଯେ ଖବରକାଗଜଗୁଡ଼ିକ ବେଆଇନ ଖବର କିମ୍ବା ବେଆଇନ ବାର୍ତ୍ତା ବହନ କରୁଥିବା କୌଣସି ବିଜ୍ଞାପନ ପ୍ରକାଶ କରିବା ଉଚିତ ନୁହେଁ ବୋଲି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

ଆଇଟି ମନ୍ତ୍ରୀ ଚନ୍ଦ୍ରଶେଖର କହିଛନ୍ତି ଯେ ସେଲ୍ଫ ରେଗୁଲେଟୋରୀ ଅର୍ଗାନାଇଜେସନ୍ (SRO) ଦ୍ୱାରା ଅନଲାଇନ୍ ଗେମ୍ ଯାଞ୍ଚ କରାଯିବ ବୋଲି ସରକାର କହିଛନ୍ତି।

ଗଣମାଧ୍ୟମରେ ଚାଲୁଥିବା ବେଟିଂ ବିଜ୍ଞାପନ ସମ୍ପର୍କରେ ସରକାର କହିଛନ୍ତି ଯେ ଆଇନ ଅନୁଯାୟୀ ବେଟିଂ ଏବଂ ଜୁଆ ବେଆଇନ। ଏହାକୁ ପ୍ରୋତ୍ସାହନରୁ ଦୂରେଇ ରୁହନ୍ତୁ । ସରକାର କହିଛନ୍ତି ଯେ ଯଦି କୌଣସି ମିଡିଆ ପ୍ଲାଟଫର୍ମ ସିଧାସଳଖ କିମ୍ବା ପରୋକ୍ଷରେ ବେଟିଂ ବିଜ୍ଞାପନ କରେ, ତେବେ ଏହା ଆଇନର ଉଲ୍ଲଂଘନ ବୋଲି ଧରାଯିବ ଏବଂ ତାଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ସେୟାର କରନ୍ତୁ

Next Post

ଆଜି ଦେଶରେ ଦୈନିକ କୋଭିଡ୍‌-୧୯ ସଂକ୍ରମଣ ସଂଖ୍ୟା ୬,୦୦୦ ଉପରେ

Fri Apr 7 , 2023
ବାସ୍ତବ ବ୍ୟୁରୋ: କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନାରୁ ଜଣାପଡ଼ିଛି ଯେ ଆଜି ଦେଶରେ କୋଭିଡ୍‌-୧୯ ସଂକ୍ରମଣ ସଂଖ୍ୟା ୧୩% ବୃଦ୍ଧି ପାଇ ୬,୦୦୦ ଟପି ଯାଇଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୮,୦୦୦ ରହିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁଯାୟୀ, ଆଜି (ଶୁକ୍ରବାର) ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୬,୦୫୦ କରୋନାଜନିତ ନୂତନ ସଂକ୍ରମଣ ରେକର୍ଡ କରାଯାଇଛି। ୨୪ ଘଣ୍ଟାରେ ଚିହ୍ନଟ […]

You May Like

Pin It on Pinterest