
ବାସ୍ତବ ବ୍ୟୁରୋ: ଚଳିତ ବର୍ଷ ମୌସୁମୀ ସ୍ୱାଭାବିକଠାରୁ କମ୍ ରହିବ ବୋଲି ଆଶା କରାଯାଉଛି। ଭାରତର ଘରୋଇ ପାଣିପାଗ ଏଜେନ୍ସି ସ୍କାଏମେଟ୍ ପକ୍ଷରୁ ୨୦୨୩ ପାଇଁ ମୌସୁମୀ ପୂର୍ବାନୁମାନ ଜାରି କରାଯାଇଛି ।
ଏହି ପୂର୍ବାନୁମାନ ଅନୁଯାୟୀ, ଜୁନ୍ରୁ ସେପ୍ଟେମ୍ବର ୪ ମାସରେ ହେଉଥିବା ହାରାହାରି ୮୬୮.୮ ମିଲିମିଟର ବୃଷ୍ଟିପାତ ତୁଳନାରେ ଏବର୍ଷ ୮୧୬.୫ ମିଲିମିଟର ଅର୍ଥାତ୍ ୯୪% (ଏରର ମାର୍ଜିନ୍ +/-୫%) ସମ୍ଭାବନା ରହିଛି। ସ୍କାଏମେଟ୍ ପୂର୍ବରୁ ୨୦୨୩ ଜାନୁଆରି ୪ ତାରିଖରେ ପ୍ରକାଶିତ ପୂର୍ବାନୁମାନରେ ୨୦୨୩ ମୌସୁମୀ ହାରାହାରିଠାରୁ କମ୍ ରହିବ ବୋଲି ଆକଳନ କରିଥିଲା ଏବଂ ଏବେ ଏହାକୁ ବଜାୟ ରଖିଛି ।
ସ୍କାଏମେଟ୍ ର ପରିଚାଳନା ନିର୍ଦେଶକ ଯତୀନ ସିଂହଙ୍କ କହିବାନୁଯାୟୀ, ଲା ନିନାର ପ୍ରଭାବରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ଗତ ୪ଟି ଋତୁରେ ସ୍ୱାଭାବିକଠାରୁ ଅଧିକ/ସ୍ୱାଭାବିକଠାରୁ ଅଧିକ ବର୍ଷା ରେକର୍ଡ କରିଛି । ଏବେ ଲା-ନିନା ଶେଷ ହୋଇଛି ଓ ଏଲ୍ ନିନୋର ସମ୍ଭାବନା ବୃଦ୍ଧି ପାଉଛି । ମୌସୁମୀ ସମୟରେ ଏଲ-ନିନୋର ଅଧିକ ପ୍ରଭାବ ରହିବାର ଆଶଙ୍କା ରହିଛି । ଏହାଯୋଗୁଁ ମୌସୁମୀ ଦୁର୍ବଳ ହେବ ବୋଲି ପୂର୍ବାନୁମାନ କରାଯାଇପାରେ ।
ସ୍କାଏମେଟ୍ ର ପୂର୍ବାନୁମାନରେ ଆହୁରି ମଧ୍ୟ କୁହାଯାଇଛି ଯେ ମୌସୁମୀ ଋତୁର ପ୍ରଥମ ଦୁଇ ମାସ (ଜୁନ-ଜୁଲାଇ)ରେ ନିଅଣ୍ଟ ପରିମାଣ ସାମାନ୍ୟ ରହିବ । କିନ୍ତୁ ଶେଷ ଦୁଇମାସ ଅର୍ଥାତ ଅଗଷ୍ଟ-ସେପ୍ଟେମ୍ବରରେ ନିଅଣ୍ଟ ପରିମାଣ ବଢିବ । ଦେଶର ଅନ୍ୟ ଅଂଚଳ ଅପେକ୍ଷା ଉତ୍ତର ଓ ମଧ୍ୟ ଭାରତରେ ବର୍ଷା ନିଅଣ୍ଟ ପରିମାଣ ଅଧିକ ରହିବ ।
ଦେଶର ଉତ୍ତର ଏବଂ କେନ୍ଦ୍ରୀୟ ଅଞ୍ଚଳରେ ନିଅଣ୍ଟିଆ ବର୍ଷା ହେବାର ସମ୍ଭାବନା ଅଧିକ। କେନ୍ଦ୍ରୀୟ ଅଞ୍ଚଳ ଗୁଜୁରାଟ, ମଧ୍ୟପ୍ରଦେଶ ଏବଂ ମହାରାଷ୍ଟ୍ର ଜୁଲାଇ ଏବଂ ଅଗଷ୍ଟ ମାସରେ ଅଭାବୀ ବର୍ଷା ହୋଇପାରେ। ଏଥି ସହିତ ଉତ୍ତର ଭାରତର ପଞ୍ଜାବ, ହରିୟାଣା, ରାଜସ୍ଥାନ ଏବଂ ଉତ୍ତରପ୍ରଦେଶ ମୌସୁମୀର ଦ୍ୱିତୀୟାର୍ଦ୍ଧରେ ସାଧାରଣ ବୃଷ୍ଟିପାତଠାରୁ କମ୍ ହୋଇପାରେ। ତେବେ ଭାରତୀୟ ପାଣିପାଗ ବିଭାଗ ଯଥା IMD ଏପର୍ଯ୍ୟନ୍ତ ବର୍ଷା ପୂର୍ବାନୁମାନ ପ୍ରକାଶ କରିନାହିଁ।
ଏହି ବର୍ଷ ପାଇଁ ସ୍କାଏମେଟ୍ ର ପୂର୍ବାନୁମାନ
ଏକ୍ସେସ୍ ବର୍ଷା ହେବାର ୦% ସୁଯୋଗ ।
ସାଧାରଣ ଅପେକ୍ଷା ଅଧିକ ବର୍ଷା ହେବାର ୧୫% ସମ୍ଭାବନା ।
ସାଧାରଣ ବର୍ଷା ହେବାର ୨୫% ସମ୍ଭାବନା ।
ସାଧାରଣ ବର୍ଷା ଠାରୁ କମ୍ ୪୦% ସମ୍ଭାବନା ।
ମରୁଡ଼ି ହେବାର ୨୦% ସମ୍ଭାବନା ।