କାନାଡ଼ା ବିମାନବନ୍ଦରରୁ ୧୨୧ କୋଟି ମୂଲ୍ୟର ସୁନା ଚୋରି….

ବାସ୍ତବ ବ୍ୟୁରୋ: କାନାଡାର ସର୍ବବୃହତ ଟରୋଣ୍ଟୋ ଅନ୍ତର୍ଜାତୀୟ ବିମାନବନ୍ଦରରେ ୧୭ ଏପ୍ରିଲ ସନ୍ଧ୍ୟାରେ ପହଞ୍ଚିଥିଲାଏକ ସ୍ୱତନ୍ତ୍ର କଣ୍ଟେନର । ଏଥିରେ ୧୪.୮ ମିଲିୟନ ଡ଼ଲାର ଅର୍ଥାତ୍ ୧୨୧ କୋଟି ଟଙ୍କା ମୂଲ୍ୟର ସୁନା ଏବଂ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ରହିଥିଲା । ଏହାକୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଥିଲା । ପରେ ଏପ୍ରିଲ୍ ୨୦ ରେ ସମସ୍ତ ମାଲ ଚୋରି ହୋଇଥିବା ଜଣା ପଡିଥିଲା । ସେବେଠାରୁ କାନାଡା ପୋଲିସ ଏହାକୁ ଖୋଜୁଛି।

ଅନୁସନ୍ଧାନ ପରେ ଜଣେ ଇନ୍ସପେକ୍ଟର ଏହି ମାମଲାକୁ ଅନନ୍ୟ ବୋଲି ବର୍ଣ୍ଣନା କରିଛନ୍ତି। ତେବେ ସେ କହିଛନ୍ତି ଯେ ଯାଞ୍ଚ ଶେଷ ହେବା ନ ପର୍ଯ୍ୟନ୍ତ ସେ କେଉଁ କମ୍ପାନୀର କାର୍ଗୋ ଥିଲା ଏବଂ କେଉଁ ଏୟାରଲାଇନ୍ସରୁ ଏହା ଅଣା ଯାଇଥିଲା ଏବଂ ଏହାର ଓଜନ କେତେ ତାହା ସେ କହିପାରିବେ ନାହିଁ ।

ଏହି ମାମଲାରେ ଏପର୍ଯ୍ୟନ୍ତ କୌଣସି ଗିରଫଦାରୀ ହୋଇନାହିଁ। ଏହା ପଛରେ ଏକ ବଡ ଗ୍ୟାଙ୍ଗ ଅଛି ବୋଲି ପୋଲିସ ସନ୍ଦେହ କରୁଛି। ଏହି ଗ୍ୟାଙ୍ଗ କାନାଡାରେ ଅଛି ନା ନାହିଁ, ଏହା ଜଣା ପଡିନାହିଁ କିମ୍ବା କୌଣସି ପ୍ରମୁଖ ସୂତ୍ର ମିଳିନାହିଁ।

ସେୟାର କରନ୍ତୁ

Next Post

ଦକ୍ଷିଣ ଓଡ଼ିଶାକୁ କାଳବୈଶାଖୀ ସମ୍ଭାବନା

Fri Apr 21 , 2023
ବାସ୍ତବ ବ୍ୟୁରୋ: ସାରା ରାଜ୍ୟରେ ଅଗ୍ନିବର୍ଷା ହେଉଥିବା ବେଳେ ଆଜି ସକାଳୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ହାଲୁକା ବର୍ଷା ଏବଂ ଥଣ୍ଡା ପବନ ଯୋଗୁ ତାପମାତ୍ରା ଯଥେଷ୍ଟ ହ୍ରାସ ପାଇଛି। ଏପରିକି ରାଜଧାନୀ ଭୁବନେଶ୍ୱରରେ ଗତକାଲି ତୁଳନାରେ ପାରଦ ପାଖାପାଖି ୭ ଡିଗ୍ରୀ ଖସିଛି। ବିଗତ ୧୦ ଦିନର ଗ୍ରୀଷ୍ମ ପ୍ରବାହ ପରେ ରାଜ୍ୟବାସୀ ସାମାନ୍ୟ ଆଶ୍ୱସ୍ତି ଲାଭ କରିଥିବା ବେଳେ ପାଣିପାଗ ବିଭାଗ କହିଛି ୨୬ ତାରିଖ ଯାଏଁ ତାତିରୁ ମିଳିବ ଆଶ୍ୱସ୍ତି। ବିଶେଷ କରି ଦକ୍ଷିଣ […]

You May Like

Pin It on Pinterest