ସୁଦାନରେ ଫସି ରହିଥିବା ୪ ହଜାର ଭାରତୀୟଙ୍କୁ ଆଣିବା ପାଇଁ ଆରମ୍ଭ ହେଲା ‘ଅପରେସନ୍ କାବେରୀ’

ବାସ୍ତବ ବ୍ୟୁରୋ: ଆଜି ଏପ୍ରିଲ ୧୫ ରେ ଆରମ୍ଭ ହୋଇଥିବା ସୁଦାନର ସେନା ଏବଂ ଅର୍ଦ୍ଧସାମରିକ-ରାପିଡ୍ ସପୋର୍ଟ ଫୋର୍ସ (ଆରଏସଏଫ) ମଧ୍ୟରେ କ୍ଷମତା ଦଖଲକୁ ନେଇ ଗୃହଯୁଦ୍ଧ ଆଜି ଦଶମ ଦିନରେ ପହଞ୍ଚିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଅନୁଯାୟୀ, ଏପର୍ଯ୍ୟନ୍ତ ୪୧୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩,୫୫୧ ଜଣ ଆହତ ହୋଇଛନ୍ତି ।

ସୁଦାନର ଗୃହଯୁଦ୍ଧ ମଧ୍ୟରେ ସେଠାରେ ଫସି ରହିଥିବା ପ୍ରାୟ ୪ହଜାର ଭାରତୀୟମାନଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରିବା ପାଇଁ ଭାରତ ସରକାର ‘ଅପରେସନ୍ କାବେରୀ’ ଆରମ୍ଭ କରିଛନ୍ତି। ଏହି ଅପରେସନ ଅଧିନରେ ଭାରତୀୟ ଭାରତ ଫେରିବେ। ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି ଯେ ସୁଦାନରେ ଫସି ରହିଥିବା ଭାରତୀୟମାନଙ୍କୁ ଉଦ୍ଧାର କରିବା ପାଇଁ ଭାରତ ସରକାରଙ୍କ ଦ୍ୱାରା ‘ଅପରେସନ୍ କାବେରୀ’ ଆରମ୍ଭ ହୋଇଛି।

ସେ କରିଥିବା ଟ୍ବିଟରେ ଲେଖାଯାଇଛି ଯେ, “ସୁଦାନରେ ଫସି ରହିଥିବା ଆମ ନାଗରିକଙ୍କୁ ଫେରାଇ ଆଣିବା ପାଇଁ ଅପରେସନ୍ କାବେରୀ ଆରମ୍ଭ ହୋଇଛି। ପ୍ରାୟ ୫୦୦ଜଣ ଭାରତୀୟ ପୋର୍ଟ ସୁଦାନ ସହରରେ ପହଞ୍ଚିଛନ୍ତି। ଆହୁରି ଅଧିକ ଭାରତୀୟ ରାସ୍ତାରେ ଅଛନ୍ତି। ଆମର ଜାହାଜ ଏବଂ ବିମାନ ସେମାନଙ୍କୁ ନିରାପଦରେ ଘରକୁ ଫେରାଇ ଆଣିବାକୁ ପ୍ରସ୍ତୁତ। ସୁଦାନରେ ଥିବା ଆମର ସମସ୍ତ ଭାଇଭଉଣୀଙ୍କୁ ସାହାଯ୍ୟ କରିବାକୁ ଭାରତ ପ୍ରତିବଦ୍ଧ।”

ତେବେ ବାୟୁସେନାର ଦୁଇଟି ସି-୧୩୦ ବିମାନ ଓ ନୌସେନା ଜାହାଜ ଆଇଏନ୍‌ଏସ୍ ସୁମେଧା ସୁଦାନରେ ପହଞ୍ଚିସାରିଛି। ବାୟୁସେନା ଜାହାଜ ସାଉଦି ଆରବର ଜେଦ୍ଦାଠାରେ ମୁତୟନ ଥିବାବେଳେ ଆଇଏନ୍‌ଏସ୍ ସୁମେଧା ସୁଦାନ ବନ୍ଦରରେ ପହଞ୍ଚିଛି।

ଉଲ୍ଲେଖଯୋଗ୍ୟ, ସୁଦାନରେ ସେନା ଓ ଅର୍ଦ୍ଧସାମରିକ ରାପିଡ୍ ସପୋର୍ଟ ଫୋର୍ସ (ଆର୍‌ଏସ୍‌ଏଫ୍‌) ମଧ୍ୟରେ କ୍ଷମତା ଦଖଲକୁ ନେଇ କିଛିଦିନ ହେଲା ଭୟଙ୍କର ଗୃହଯୁଦ୍ଧ ଚାଲିଛି। ଏକଚ୍ଛତ୍ରବାଦୀ ଶାସକ ଓମର ଅଲ୍-ବାସିରଙ୍କ ପତନର ଚାରିବର୍ଷ ପରେ ଏବଂ ସେନା ବିଦ୍ରୋହ ଦ୍ବାରା ସରକାର ପତନର ଦୁଇବର୍ଷ ପରେ ନୂଆ ନାଗରିକ ସରକାର ଗଠନ ପାଇଁ ସହମତି ପ୍ରକାଶ ପାଇ ନ ପାରିବାରୁ ଏପରି ହିଂସା ଦେଖାଦେଇଛି।

ସେୟାର କରନ୍ତୁ

Next Post

୧୨୪ କେଜି ଗଞ୍ଜେଇ ସହ ଦୁଇ ଅଭିଯୁକ୍ତ ଗିରିଫ....

Tue Apr 25 , 2023
ଜୟସେନ୍ ରଇତ(ଗଜପତି): ଦିନକୁ ଦିନ ଗଜପତି ଜିଲ୍ଲାର ମୋହନା ଓ ଅଡବା ଥାନା ଅଞ୍ଚଳରେ ପୋଲିସ ଜୋର ଜାର ପାଟ୍ରୋଲିଙ୍ଗ ସହ ଗାଡି ଯାଞ୍ଚ ଏବଂ ଗଞ୍ଜେଇ ଚାଡାଉକରି ଗଞ୍ଜେଇ ମାଫିଆ ମାନଙ୍କ ନିଦ ହାଯାଉଥିଲେ ମଧ୍ୟ ଏହି ଗଞ୍ଜେଇ ଚାଲାଣରେ ପୂର୍ଣଛେଦ ପଡୁନାହିଁ । ଆଜି ଅଡବା ପୋଲିସ ଏସଆଇ ବି॰ଏନ ରେଡ୍ଡୀଙ୍କ ନେତୃତ୍ବରେ ଗୁଳୁବା ପଞ୍ଚାୟତର ଶୁଣ୍ଡିପଡା ଓ କୁଡିକିମା ଅଞ୍ଚଳରେ ପାଟ୍ରୋଲିଙ୍ଗ କରୁଥିବା ବେଳେ ଶୁଣ୍ଡିପଡା […]

You May Like

Pin It on Pinterest