ମଣିପୁରରେ ଆଦିବାସୀମାନଙ୍କ ପ୍ରଦର୍ଶନରେ ହିଂସା: ୭୦୦୦ ଗ୍ରାମବାସୀଙ୍କୁ ଉଦ୍ଧାର କରି ଫ୍ଲାଗ୍‌ ମାର୍ଚ କଲେ ସେନା ଓ ଆସାମ ରାଇଫଲ୍‌

 ବାସ୍ତବ ବ୍ୟୁରୋ: ବୁଧବାର ଦିନ ଅର୍ଥାତ ଗତକାଲି ମଣିପୁରରେ ଅନୁସୂଚିତ ଜନଜାତି ପାହ୍ୟା ପାଇଁ ଅଣଆଦିବାସୀ ମଣିପୁରୀମାନଙ୍କ ଦାବି ବିରୋଧରେ ଚୁରାଚାନ୍ଦପୁର ଅଞ୍ଚଳର ତୋର୍‌ବୁଙ୍ଗ୍‌ରେ ‘ଅଲ୍‌ ଟ୍ରାଇବାଲ୍‌ ଷ୍ଟୁଡେଣ୍ଟ୍‌ ୟୁନିୟନ୍‌ ମଣିପୁର’ (ଏଟିଏସ୍‌ୟୁଏମ୍‌) ଡାକରା ଦେଇଥିବା ‘ଟ୍ରାଇବାଲ୍‌ ସଲିଡାରିଟି ମାର୍ଚ’ ସମୟରେ ହିଂସାକାଣ୍ଡ ବ୍ୟାପିବାରୁ ଜିଲ୍ଲାର କେତେକ ପ୍ରଭାବିତ ଅଞ୍ଚଳରେ ସେନା ଓ ଆସାମ ରାଇଫଲ୍‌ ଯବାନମାନଙ୍କୁ ମୁତୟନ କରାଯାଇଥିଲା।

ହଜାର ହଜାର ପ୍ରତିବାଦକାରୀ ଭାଗ ନେଇଥିବା ଏହି ରାଲି ଚାଲିଥିବା ବେଳେ ତୋରବୁଙ୍ଗ୍‌ ଅଞ୍ଚଳରେ ଆଦିବାସୀ ଓ ଅଣଆଦିବାସୀଙ୍କ ମଧ୍ୟରେ ହିଂସାର ସୂତ୍ରପାତ ହୋଇଥିଲା ବୋଲି ଜଣେ ପୁଲିସ ଅଧିକାରୀ କହିଛନ୍ତି।

ହିଂସା-ପ୍ରପୀଡ଼ିତ ମଣିପୁରରେ ପ୍ରାୟ ଏବେ ସୁଦ୍ଧା ୭ ହଜାର ରୁ ଉର୍ଦ୍ଧ ଗ୍ରାମବାସୀଙ୍କୁ ଉଦ୍ଧାର କରି ସେନା ଓ ଆସାମ୍‌ ରାଇଫଲ୍‌ ସେମାନଙ୍କର ‘କଣ୍ଟିଜେନ୍‌ସି ଅପରେଟିଙ୍ଗ୍‌ ବେସ୍‌’ ଏବଂ ରାଜ୍ୟ ସରକାରଙ୍କର ବିଭିନ୍ନ ପ୍ରାନ୍ତରେ ଥିବା କେ‌ତେକ ଅନୁଷ୍ଠାନରେ ଆଶ୍ରୟ ଦେଇଛନ୍ତି ବୋଲି ଜଣେ ସରକାରୀ ଅଧିକାରୀ କହିଛନ୍ତି।

ଏହାଛଡ଼ା, ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ଲାଗି ସେନା ଯବାନମାନେ ସେ ସବୁ ଅଞ୍ଚଳରେ ଫ୍ଲାଗ୍‌ ମାର୍ଚ ମଧ୍ୟ କରୁଛନ୍ତି ବୋଲି ଜଣେ ସେନା ମୁଖପାତ୍ର ଗଣମାଧ୍ୟମକୁ କହିଛନ୍ତି।

ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ସ୍ବାଭାବିକ କରିବାକୁ ବୁଧବାର ରାତିରେ ସେନା ‘ଏରିଆ ଡୋମିନେସନ୍‌ ଏକ୍ସର୍‌ସାଇଜେସ୍‌’ କରିଥିଲା। ମଣିପୁର ସରକାର ମଧ୍ୟ ଆସନ୍ତା ୫ ଦିନ ପାଇଁ ସମଗ୍ର ରାଜ୍ୟରେ ମୋବାଇଲ୍‌ ଇଣ୍ଟର୍‌ନେଟ୍‌ ସେବା ବନ୍ଦ କରାଇବା ସହିତ ୮ଟି ଜିଲ୍ଲାରେ ହିଂସାକାଣ୍ଡ ପରେ ପରେ ୧୪୪ ଧାରା ଜାରି କରିଛନ୍ତି।

ଗୃହମନ୍ତ୍ରୀ ଅମିତ ଶାହା ମଣିପୁର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂଙ୍କ ସହ ଫୋନରେ କଥା ହୋଇ ପରିସ୍ଥିତି ସମ୍ପର୍କରେ ପଚାରି ବୁଝିଥିଲେ। ଶାନ୍ତି ବଜାୟ ରଖିବା ପାଇଁ ଆଜି ସକାଳେ ବିରେନ ସିଂ ଏକ ଭିଡିଓ ବାର୍ତ୍ତା ଦେଇଥିଲେ ।

ସେୟାର କରନ୍ତୁ

Next Post

ଜମ୍ମୁ ଓ କଶ୍ମୀରର କିସ୍ତୱାଡ଼ରେ ସେନା ହେଲିକପ୍ଟର୍‌ ଦୁର୍ଘଟଣାଗ୍ରସ୍ତ

Thu May 4 , 2023
ବାସ୍ତବ ବ୍ୟୁରୋ: ଆଜି(ଗୁରୁବାର) ସକାଳେ ଜମ୍ମୁ ଓ କଶ୍ମୀରର କିସ୍ତୱାଡ଼ ଜିଲ୍ଲା ଅନ୍ତର୍ଗତ ମାର୍‌ୱା ତହସିଲ୍‌ ଅଞ୍ଚଳର ମାଛନା ଗାଁ’ରେ ଗୋଟାଏ ସେନା ହେଲିକପ୍ଟର୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି।ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟର୍‌ରେ ପ୍ରାୟ ୩ଜଣ ଲୋକ ଥିଲେ। ସେନାର ଗୋଟାଏ ‘ଏଏଲ୍‌ଏଚ୍‌ ଧ୍ରୁବ ହେଲିକପ୍ଟର୍‌’ ଜମ୍ମୁ ଓ କଶ୍ମୀରର କିସ୍ତୱାଡ଼ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଆହତ ହୋଇଥିଲେ ବି ପାଇଲଟ୍‌ମାନେ ନିରାପଦ ଅଛନ୍ତି ଓ ସେମାନଙ୍କର ଚିକିତ୍ସା ଚାଲିଛି ବୋଲି ସେନା ଅଧିକାରୀମାନେ […]

You May Like

Pin It on Pinterest