କଙ୍ଗୋରେ ପ୍ରକୃତିର ତାଣ୍ଡବ; ପ୍ରବଳ ବର୍ଷା ଓ ଭୂସ୍ଖଳନରେ ୧୭୫ ମୃତ…

ବାସ୍ତବ ବ୍ୟୁରୋ: ଗୁରୁବାର ଦିନ କେନ୍ଦ୍ରୀୟ ଆଫ୍ରିକୀୟ ଦେଶ କଙ୍ଗୋର ପୂର୍ବାଞ୍ଚଳରେ ଭୀଷଣ ବୃଷ୍ଟିପାତଜନିତ ଆକସ୍ମିକ ବନ୍ୟା ଏବଂ ପାହାଡ଼ସ୍ଖଳନଜନିତ ମୃତ୍ୟୁସଂଖ୍ୟ ୨୦୦ ଅତିକ୍ରମ କରିଯାଇଥିବା କଥା ଦକ୍ଷିଣ କିବୁ ପ୍ରଦେଶର ସ୍ଥାନୀୟ ସରକାରୀ ଅଧିକାରୀମାନେ କହିଛନ୍ତି।

କାଲେହେର ପ୍ରଶାସକ ଟୋମାସ୍‌ ବ୍ୟାଙ୍କେଜ୍‌ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ, ଶନିବାରସୁଦ୍ଧା ୨୦୩ଟି ଶବ ଉଦ୍ଧାର କରାଯାଇଛି। ନିଖୋଜ ହୋଇଯାଇଥିବା ଆହୁରି ଅନେକଙ୍କୁ ଠାବ କରିବା ଲାଗି ଉଦ୍ୟମ ଜାରି ରହିଛି।

ଶହ ଶହ ଘର ଭାସି ଯାଇଥିବା ନ୍ୟାମୁକୁବି ଗାଁରେ ଉଦ୍ଧାରକାରୀମାନେ ଶନିବାର ଦିନ ଶବ ସନ୍ଧାନ ନିମନ୍ତେ କାଦୁଅ ଏବଂ ଭଙ୍ଗାରୁଜା ଘରମାନଙ୍କରେ ତଲାସ କରୁଥିଲେ।

ଗୁରୁବାର ଦିନ ଦକ୍ଷିଣ କିବୁ ପ୍ରଦେଶର କାଲେହେ ଅଞ୍ଚଳରେ ପ୍ରବଳ ବର୍ଷା ହେବାରୁ ନଦୀ ସବୁ କୂଳଲଙ୍ଘି ବୁଶୁଶୁ ଏବଂ ନ୍ୟାମୁକୁବି ଗାଁ’କୁ ବନ୍ୟାପ୍ଳାବିତ କରିଥିଲା। ନ୍ୟାମୁକୁବିରେ ସାପ୍ତହିକ ହାଟ ବସିଥିବା ବେଳେ ପାହାଡ଼ ଧସି ପଡ଼ିବାରୁ ଅନେକ ଲୋକ ପୋତି ହୋଇପଡ଼ିଥିଲେ।

ପ୍ରବଳ ବର୍ଷା ଯୋଗୁଁ ନଦୀ ସବୁ କୂଳଲଙ୍ଘିବାରୁ ଅନେକ ଗାଁରେ ବନ୍ୟା ଜଳ ପ୍ରବେଶ କରି ଘରଦ୍ବାର ଭସାଇ ନେବା ସହିତ ଜମିବାଡ଼ି ନଷ୍ଟ କରିପକାଇଛି।

ସେୟାର କରନ୍ତୁ

Next Post

ଦେଶରେ ଦୈନିକ କୋଭିଡ୍‌-୧୯ ସଂକ୍ରମଣ ସଂଖ୍ୟା ୨,୦୦୦ ତଳେ...

Mon May 8 , 2023
ବାସ୍ତବ ବ୍ୟୁରୋ: ଆଜି ଦେଶରେ କୋଭିଡ୍‌-୧୯ ସଂକ୍ରମଣ ସଂଖ୍ୟା ହ୍ରାସ ପାଇ ୨୦୦୦ ତଳକୁ ଚାଲି ଆସିଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ହ୍ରାସ ପାଇ ୨୬,୦୦୦ ତଳକୁ ଚାଲି ଆସିଥିବା କଥା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନାରୁ ଜଣାପଡ଼ିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ସୋମବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୨,୩୮୦ କରୋନାଜନିତ ନୂତନ ସଂକ୍ରମଣ ରେକର୍ଡ କରାଯାଇଛି। […]

You May Like

Breaking News

Pin It on Pinterest