
ବାସ୍ତବ ବ୍ୟୁରୋ: ଆଜି(ସୋମବାର) ରାଜସ୍ଥାନର ହନୁମାନଗଡ଼ରେ ଭାରତୀୟ ବାୟୁସେନାର ଗୋଟାଏ ଫାଇଟର ଜେଟ୍ ‘ମିଗ୍-୨୧’ ଦୁର୍ଘଟଣାଗ୍ରସ୍ତ ହେବାରୁ ଅନ୍ୟୂନ ୨ଜଣ ସାଧାରଣ ନାଗରିକଙ୍କର ମୃତ୍ୟୁ ଘଟିଥିବା କଥା ବିଭିନ୍ନ ଗଣମାଧ୍ୟମ ରିପୋର୍ଟ ରୁ ଜଣାପଡିଛି।
ହନୁମାନଗଡ଼ର ବହଲୋଲ ନଗର ଗାଁର ଜଣେ ବ୍ୟକ୍ତିଙ୍କ ଛାତ ଉପରେ ବିମାନଟି ଖସି ପଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାଯାଇଛି। ଏହି ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପାଇଲଟ ଆହତ ହୋଇଛନ୍ତି।
ଦୁର୍ଘଟଣା ସଂକ୍ରାନ୍ତରେ ଭାରତୀୟ ବାୟୁସେନା ଜାରି କରିଥିବା ବିବୃତିରେ ଉଲ୍ଲେଖ ଅଛି: ଆଜି ସକାଳେ ନିୟମିତ ସଂକ୍ଷିପ୍ତ ଉଡ଼ାଣ ପ୍ରଶିକ୍ଷଣ ସମୟରେ ସୁରତଗଡ଼ ନିକଟରେ ଭାରତୀୟ ବାୟୁସେନାର ଗୋଟାଏ ‘ମିଗ୍-୨୧’ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନଟି ଜଣେ ବ୍ୟକ୍ତିଙ୍କ ଛାତ ଉପରେ ଗଳି ପଡ଼ିଥିଲା। ଫଳରେ ଘରଟି ଧ୍ୱସଂବିଧ୍ୱସଂ ହୋଇ ଯାଇଥିବା ବେଳେ ବିମାନଟି ଖଣ୍ଡବିଖଣ୍ଡିତ ହୋଇଯାଇଥିଲା। ନିରାପଦରେ ବାହାରି ଆସିଥିବା ପାଇଲଟ୍ମାନେ ସାମାନ୍ୟ ଆହତ ହୋଇଛନ୍ତି। ଦୁର୍ଘଟଣାର କାରଣ ନିରୂପଣ କରିବା ଲାଗି ଏକ ତଦନ୍ତ କମିଟି ଗଠନ କରାଯାଇଛି।