୮ ଦିନିଆ ରିମାଣ୍ଡରେ ଗଲେ ଇମ୍ରାନ ଖାନ…

ବାସ୍ତବ ବ୍ୟୁରୋ: ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ୮ ଦିନିଆ ରିମାଣ୍ଡରେ ନେଇଛି ଦେଶର ଟପ୍‌ ଦୁର୍ନୀତି ନିରୋଧ ଶାଖା। ଗତକାଲି(ମଙ୍ଗଳବାର) ଗିରଫ ହେବା ପରେ ଆଜି ନ୍ୟାଶନାଲ ଆକାଉଣ୍ଟବିଲିଟୀ(ଏନବିଏ) ଇମ୍ରାନ ଖାନଙ୍କୁ ଇସଲାମାବାଦର ସ୍ୱତନ୍ତ୍ର କୋର୍ଟରେ ହାଜର କରିଥିଲା।

ସୂଚନାନୁଯାୟୀ, ଇମ୍ରାନ ଖାନଙ୍କୁ ଏନବିଏ ୧୦ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଥିବା ବେଳେ କୋର୍ଟ ୮ ଦିନର ଅନୁମତି ଦେଇଛନ୍ତି। ମଙ୍ଗଳବାର ଇମ୍ରାନ ଗୋଟିଏ ମାମଲାର ନିୟମିତ ଶୁଣାଣି ପାଇଁ ଇସଲାମାବାଦ ହାଇକୋର୍ଟରେ ହାଜର ହୋଇଥିଲେ। ଏହି ସମୟରେ କୋର୍ଟ ପରିସରରୁ ତାଙ୍କୁ ପାକ୍‌ ରେଞ୍ଜର୍ସମାନେ ଅଜଣା ସ୍ଥାନକୁ ଗିରଫ କରି ନେଇ ଯାଇଥିଲେ।

ଆଜି ପୁଲିସ ମୁଖ୍ୟାଳୟରେ ସ୍ୱତନ୍ତ୍ର କୋର୍ଟ ପ୍ରସ୍ତୁତ କରାଯିବା ସହ ସେଠାରେ ଇମ୍ରାନ ଖାନଙ୍କୁ ହାଜର କରାଯାଇଥିଲା। ତେବେ କୋର୍ଟରେ ହାଜର ହେବା ପୂର୍ବରୁ ଇମ୍ରାନ ଖାନ ତାଙ୍କ ଓକିଲଙ୍କୁ ଭେଟିଥିଲେ। ଗିରଫ ପରେ ତାଙ୍କୁ ନିର୍ଯାତନା ଦିଆଯାଇଥିବା ଇମ୍ରାନ ଆଜି କୋର୍ଟଙ୍କୁ କହିଛନ୍ତି। ଖାନ କହିଛନ୍ତି, ଗିରଫ ପରେ ତାଙ୍କୁ ଅଜଣା ସ୍ଥାନରେ ରଖାଯାଇ ନିର୍ଯାତନା ଦିଆଯାଇଛି।

ଏପରି କି ତାଙ୍କୁ ୱାଶରୁମ ବ୍ୟବହାର ପାଇଁ ମଧ୍ୟ ଅନୁମତି ଦିଆଯାଇ ନଥିଲା। ଧୀରେଧୀରେ କେମିତି ହାର୍ଟଆଟାକ ହେବ, ସେନେଇ ଗୋଟିଏ ଇଞ୍ଜକେସନ ମଧ୍ୟ ସୁରକ୍ଷାକର୍ମୀମାନେ ତାଙ୍କୁ ଦେଇଥିବା ଇମ୍ରାନ ଅଭିଯୋଗ କରିଛନ୍ତି। ଏକଥା ଶୁଣିବା ପରେ ମଧ୍ୟ କୋର୍ଟ ଇମ୍ରାନ ଖାନଙ୍କୁ ୮ ଦିନିଆ ରିମାଣ୍ଡରେ ପଠାଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ମେ’ ୧୭ରେ କରାଯିବ।

ସେୟାର କରନ୍ତୁ

Next Post

ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ...

Wed May 10 , 2023
ବାସ୍ତବ ବ୍ୟୁରୋ : ପୁରୀରେ ଅନୁଷ୍ଠିତ ହେବାକୁ ଥିବା ବନ୍ଦେ ଭାରତ ଏକ୍ସପ୍ରେସର ଲୋକାର୍ପଣ କାର୍ଯ୍ୟକ୍ରମରେ ଯୋଗ ଦେଇପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏନେଇ ବିଜେପି ସାଧାରଣ ସଂପାଦକ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । ସେ କହିଛନ୍ତି, “ଯେହେତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରତିଟି ବନ୍ଦେ ଭାରତ ଏକ୍ସପ୍ରେସର ଲୋକାର୍ପଣ କାର୍ଯ୍ୟକ୍ରମରେ ଯୋଗ ଦେଉଥିବାର ଦେଖିବାକୁ ମିଳୁଛି, ସେଦୃଷ୍ଟିରୁ ସେ ପୁରୀରେ ବି ବନ୍ଦେ ଭାରତ ଏକ୍ସପ୍ରେସର ଲୋକାର୍ପଣ […]

You May Like

Pin It on Pinterest