୧୦୦୦ ଉପରେ ଦେଶରେ ଦୈନିକ କୋଭିଡ୍‌-୧୯ ସଂକ୍ରମଣ ସଂଖ୍ୟା…

ବାସ୍ତବ ବ୍ୟୁରୋ: ଆଜି ଦେଶରେ କୋଭିଡ୍‌-୧୯ ସଂକ୍ରମଣ ସଂଖ୍ୟା ୧୦୦୦ ଉପରେ ଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇ ୧୨,୦୦୦ ତଳକୁ ଚାଲି ଆସିଥିବା କଥା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନାରୁ ଜଣାପଡ଼ିଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ବୁଧବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୧,୦୨୧ କରୋନାଜନିତ ନୂତନ ସଂକ୍ରମଣ ରେକର୍ଡ କରାଯାଇଛି।

୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ୧,୦୨୧ ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୪,୪୯, ୮୩,୧୫୨ରେ ପହଞ୍ଚିଛି।

ଗତ ୨୪ ‌ଘଣ୍ଟାରେ ୪ଟି ମୃତ୍ୟୁ ରିପୋର୍ଟ କରାଯିବା ଫଳରେ ଦେଶରେ କୋଭିଡ୍‌-୧୯ଜନିତ ମୃତ୍ୟୁସଂଖ୍ୟା ୫,୩୧,୭୯୪କୁ ବୃଦ୍ଧି ପାଇଛି।

ଗତ ୨୪ ଘଣ୍ଟାରେ କୋଭିଡ୍-୧୯ ସଂକ୍ରମଣରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ଦେଶରେ ସମୁଦାୟ ସୁସ୍ଥତା ସଂଖ୍ୟା ହେଉଛି ୪,୪୪,୩୯,୯୬୫। ସମ୍ପ୍ରତି ଦେଶରେ ସୁସ୍ଥତା ହାର ୯୮.୭୯% ରହିଛି।

ଏହାଛଡ଼ା, ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୧,୩୯୩କୁ ହ୍ରାସ ପାଇଥିବା ରେକର୍ଡ କରାଯାଇଛି। ଏହା ହେଉଛି ଦେଶର ସମୁଦାୟ ସଂକ୍ରମଣର ୦.୦୩%।

ସେୟାର କରନ୍ତୁ

Next Post

ଭାରତ ମହାସାଗରରେ ବୁଡ଼ିଗଲା ଚୀନ୍‌ର ମାଛମରା ବୋଟ୍‌; ୩୯ ନାବିକ ନିଖୋଜ

Wed May 17 , 2023
ବାସ୍ତବ ବ୍ୟୁରୋ: ଭାରତ ମହାସାଗରରେ ଚୀନ୍‌ର ଗୋଟାଏ ମାଛମରା ବୋଟ୍‌ ବୁଡ଼ିଯିବାରୁ ସେଥିରେ ଥିବା ୩୯ଜଣ ନାବିକ ନିଖୋଜ ହୋଇଯାଇଥିବା କଥା ଏକ ଗଣମାଧ୍ୟମ ରିପୋର୍ଟ କରିଛି। ମଙ୍ଗଳବାର ରାତି ପ୍ରାୟ ୩ଟା ବେଳେ ଉକ୍ତ ବୋଟ୍‌ ବୁଡ଼ିଯାଇଥିବା କଥା ‘ଚାଇନା ସେଣ୍ଟ୍ରାଲ୍‌ ଟେଲିଭିଜନ୍’ ନାମକ ଚୀନ୍‌ର ରାଷ୍ଟ୍ରାୟତ  ସମ୍ବାଦ ପ୍ରସାରଣକାରୀ କହିଛି। ଉକ୍ତ ବୋଟ୍‌ରେ ଥିବା କ୍ରୁ’ମାନଙ୍କ ମଧ୍ୟରେ ଥିଲେ ୧୭ଜଣ ଚୀନ୍‌, ୧୭ଜଣ ଇଣ୍ଡୋନେସିଆ ଏବଂ ୫ଜଣ […]

You May Like

Pin It on Pinterest