ସ୍ପେନର ଲଢୁଆ ବିମାନ ଦୁର୍ଘଟଣାଗ୍ରସ୍ତ…

ବାସ୍ତବ ବ୍ୟୁରୋ: ସ୍ପେନର ରାଜଧାନୀ ଜରଗୋଜା ଏୟାରବେସରେ ଏକ ଏଫ୍/ଏ-୧୮ ହର୍ନେଟ୍ ଲଢୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ପରେ ବିମାନରେ ନିଆଁ ଲାଗିଯାଇଥିଲା। ଏହାର ଏକ ଭିଡିଓ ଟ୍ୱିଟରରେ ଖୁବ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଦେଖାଯାଉଛି ଯେ ଲଢୁଆ ବିମାନଟି ଖସିପଡ଼ିବା ପରେ ସେଥିରେ ବଡ଼ ବିସ୍ଫୋରଣ ହେଉଛି ।

ଏହି ଭିଡିଓରେ ଦେଖିବାକୁ ମିଳୁଛି ଯେ ଆମେରିକା ନିର୍ମିତ ଏଫ୍-୧୮ ହର୍ନେଟ୍ ଲଢୁଆ ବିମାନ ବହୁତ ଉଚ୍ଚତାରୁ ଏୟାରବେସ୍ ଆଡ଼କୁ ଦ୍ରୁତ ଗତିରେ ଆସୁଛି । କିନ୍ତୁ ଅବତରଣ ପୂର୍ବରୁ ପାଇଲଟ୍ ବିମାନ ଉପରୁ ନିୟନ୍ତ୍ରଣ ହରାଇଦେଉଛନ୍ତି ଓ ତାହା ଦ୍ରୁତ ଗତିରେ ଖସିପଡ଼ୁଛି ଓ ତାପରେ ବଡ଼ ବିସ୍ଫୋରଣ ହେଉଛି ।

ସ୍ପେନର ପ୍ରତିରକ୍ଷା ମନ୍ତ୍ରଣାଳୟ ଟୁଇଟ୍ କରି କହିଛି ଯେ ବିମାନର ପାଇଲଟ୍ ଦୁର୍ଘଟଣା ପୂର୍ବରୁ ବାହାରିଯାଇଥିଲେ ଓ  ତାଙ୍କୁ ଆହତ ଅବସ୍ଥାରେ ଡାକ୍ତରଖାନା ନିଆଯାଇଥିଲା । ଏବେ ତାଙ୍କ ଜୀବନ ପ୍ରତି କୌଣସି ବିପଦ ନାହିଁ।

ସ୍ପେନର ପବ୍ଲିକ ନ୍ୟୁଜ୍ ଏଜେନ୍ସି ଇଏଫ୍ଇ ରିପୋର୍ଟ ଅନୁଯାୟୀ, ଏହି ଲଢୁଆ ବିମାନ ଏକ ଉଡ଼ାଣ ପ୍ରଦର୍ଶନୀ ପାଇଁ ପ୍ରଶିକ୍ଷଣ ନେଉଥିବା ବେଳେ ଏହି ଘଟଣା ଘଟିଥିଲା।

ସେୟାର କରନ୍ତୁ

Next Post

ନୂଆ ମନ୍ତ୍ରୀଙ୍କ ଶପଥ କାଲି ସକାଳ ୯-୫୦ରେ ମନ୍ତ୍ରୀ, ବିଧାୟକଙ୍କୁ ହେଡକ୍ୱାର୍ଟର ନଛାଡ଼ିବାକୁ ନିର୍ଦ୍ଦେଶ....

Sun May 21 , 2023
ମନୋଜ ମହାନ୍ତି(ଭୁବନେଶ୍ବର): ସବୁ କଳ୍ପନା ଜଳ୍ପନାର ଅନ୍ତ, କାଲି ସକାଳ ୯ଟା ୫୦ରେ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଶପଥ ନେବେ ନୂଆ ମନ୍ତ୍ରୀ । ଏନେଇ ମୁଖ୍ୟ ଶାସନ ସଚିବଙ୍କ ପକ୍ଷରୁ ସୂଚନା ଜାରି କରାଯାଇଛି।ହେଲେ ନୂଆ ମନ୍ତ୍ରୀମାନଙ୍କ ନାମ ଏଯାଏ ଅସ୍ପଷ୍ଟ । ଆସନ୍ତାକାଲି ଠିକ୍ ସକାଳ ୯ଟା ୫୦ମିନିଟ୍ ରେ ନୂଆ ମନ୍ତ୍ରୀଙ୍କ ଶପଥ ଗ୍ରହଣ ।ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟାଳୟ ପକ୍ଷରୁ ଶପଥ ଗ୍ରହଣ […]

You May Like

Pin It on Pinterest