ବାସ୍ତବ ବ୍ୟୁରୋ-ସାରା ବିଶ୍ୱରେ କରୋନା ଭାଇରସ୍ କାୟା ବିସ୍ତାର କରିଚାଲିଛି ଏଥିରେ ବିଶ୍ବବ୍ୟାପୀ ୨୩ ଲକ୍ଷ ୫୦ ହଜାର ଲୋକ ଆକ୍ରାନ୍ତ ହୋଇଛନ୍ତି ଏବଂ ୧ ଲକ୍ଷ ୬୩ ହଜାର ଲୋକଙ୍କ ମୃତ୍ୟୁ ହୋଇଛି । ସବୁଠୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକା ବର୍ତି ପାରିନି । ଆମେରିକାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୩୫ ହଜାରରେ ପହଞ୍ଚିଥିବା ବେଳେ ପ୍ରାୟ ୪୦ ହଜାର ଲୋକ କରୋନାରେ ପ୍ରାଣ ହରାଇଛନ୍ତି। ଆମେରିକାରେ କରୋନାର ହଟ୍ସ୍ପଟ୍ କୁହାଯାଉଥିବା ନ୍ୟୁୟର୍କରେ ଆଜି ମୃତ୍ୟୁ ସଂଖ୍ୟା ୫୫୦ ରହିଛି ।
*ଅନ୍ୟପକ୍ଷେ ସ୍ପେନ୍ରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିଲେ ମଧ୍ୟ ମୃତକଙ୍କ ସଂଖ୍ୟା ଲଗାତାର କମୁଛି। ସ୍ପେନ୍ରେ ୧ ଲକ୍ଷ ୯୫ ହଜାର ୯୪୪ ଜଣ ଭାଇରସ୍ ସଂକ୍ରମିତ ହୋଇଛନ୍ତି। ୨୦ ହଜାର ୪୫୩ ଜଣଙ୍କ ମୃତ୍ୟୁ ହୋଇଛି।

*ଇଟାଲିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୭୫ ହଜାର ୯୨୫ ଥିବାବେଳେ ମୃତ୍ୟୁସଂଖ୍ୟା ୨୩ ହଜାର ୨୨୭ରେ ପହଞ୍ଚିଛି।
*ଫ୍ରାନ୍ସରେ ମୃତ୍ୟୁସଂଖ୍ୟା ୧୯ ହଜାର ୩୨୩ରେ ପହଞ୍ଚିଛି ଏବଂ ବ୍ରିଟେନ୍ରେ ମୃତ୍ୟୁସଂଖ୍ୟା ୧୫ ହଜାର ୪୬୪ରେ ପହଞ୍ଚିଛି। ରୁଷ୍ରେ ଗତ ୨୪ ଘଣ୍ଟା ମଧ୍ୟରେ ୬,୦୦୦ରୁ ଅଧିକ ଜଣ ଭାଇରସ୍ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି।
*ଏହାସହ ରୁଷ୍ରେ ଆକ୍ରାନ୍ତଙ୍କ ସଂଖ୍ୟା ୪୨ ହଜାର ୮୫୩ରେ ପହଞ୍ଚିଛି।
*ଦକ୍ଷିଣ କୋରିଆରେ ଆକ୍ରାନ୍ତଙ୍କ ସଂଖ୍ୟା କମିଥିଲେ ମଧ୍ୟ ସୁସ୍ଥ ହୋଇଥିବା ରୋଗୀ ପୁଣିଥରେ କରୋନା ପଜିଟିଭ୍ ହେବା ସଂଖ୍ୟା ଏଠାରେ ବଢ଼ିଛି। ଦକ୍ଷିଣ କୋରିଆରେ ସୁସ୍ଥ ହୋଇଥିବା ୮ ହଜାର ୪୨ ରୋଗୀଙ୍କ ମଧ୍ୟରୁ ୧୭୯ ଜଣଙ୍କ ଶରୀରରେ କରୋନା ପଜିଟିଭ୍ ଅଛି।

*ସେପଟେ ଚୀନ୍ର ଉହାନ୍, କରୋନା ଭାଇରସ୍ର ଉତ୍ପତ୍ତି ସ୍ଥଳ ହୋଇଥିବାବେଳେ, ଚୀନ୍ ଏବେ ଉହାନ୍କୁ ନୋ ରିସ୍କ ଏରିଆ ଘୋଷଣା କରିଛି। ଉହାନ୍ର ମୃତ୍ୟୁସଂଖ୍ୟାକୁ ୫୦ ପ୍ରତିଶତ ବୃଦ୍ଧି କରିବାପରେ ଏହାକୁ ଏବେ ଲୋ ରିସ୍କ ଏରିଆ ଘୋଷଣା କରିଛି।
*ପାକିସ୍ତାନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୯୦୦ରେ ପହଞ୍ଚିଛି। ଗତ ୨୪ ଘଣ୍ଟା ମଧ୍ୟରେ ପାକିସ୍ତାନରେ ୫୧୪ ନୂଆ ମାମଲା ସ୍ପଷ୍ଟ ହୋଇଛି। କରୋନା ଯୋଗୁଁ ପାକିସ୍ତାନରେ ୧୫୯ ଜଣଙ୍କର ମୃତ୍ୟୁ ହୋଇଛି।
*ସବୁଠୁ ଅଧିକ ସଂକ୍ରମଣ ଥିବା ରାଷ୍ଟ୍ର ଭାବେ ତୁର୍କୀ ଇରାନ୍କୁ ଟପିଯାଇଛି। ତୁର୍କୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୨ ହଜାର ୩୨୯ରେ ପହଞ୍ଚିଛି। ଇରାନ୍ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୨ ହଜାର ୨୧୧ ଥିବାବେଳେ ତୁର୍କୀରେ ଆକ୍ରାନ୍ତଙ୍କ ସଂଖ୍ୟା ୮୨ ହଜାର ୩୨୯ରେ ପହଞ୍ଚିଛି।

ଦିନ କୁ ଦିନ ମହାମାରୀ କରୋନାର ସ୍ଥିତି ଜଟିଳ ହେଉଥିବାବେଳେ, ଏହାର ନିରାକରଣ ପାଇଁ କିଛି ଔଷଧ ବା ଟୀକା ଏବେ ପର୍ଯ୍ୟନ୍ତ ବାହାରିନଥିବାରୁ ସବୁ ରାଷ୍ଟ୍ର ଏବେ ଚିନ୍ତାରେ ଅଛନ୍ତି ।
ସଠିକ୍ ଖବର ସଠିକ୍ ସମୟରେ ପାଇବା ପାଇଁ ଡାଉନ୍ ଲୋଡ୍ କରନ୍ତୁ bastabtv APP ଆପଣଙ୍କ ସ୍ମାର୍ଟଫୋନ୍ ରେ…..



