
ବାସ୍ତବ ବ୍ୟୁରୋ: ରାଜସ୍ଥାନରେ ୧୦୦ ୟୁନିଟ୍ ପର୍ଯ୍ୟନ୍ତ ବିଦ୍ୟୁତ୍ ବିଲ ମାଗଣା କରିବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ । ୧୦୦ ୟୁନିଟ୍ ପର୍ଯ୍ୟନ୍ତ ବିଲ ମାଗଣା ଆଉ ବାକି ୧୦୦ ୟୁନିଟ୍ ପାଇ ନିର୍ଦ୍ଦିଷ୍ଟ ଦର ଧାର୍ଯ୍ୟ କରିଛନ୍ତି ରାଜସ୍ଥାନର କଂଗେସ ସରକାର ।
ବଢୁଥିବା ମୁଦ୍ରସ୍ଫିତିକୁ ଦୃଷ୍ଟିରେ ରଖି ଜନସାଧାରଣଙ୍କ ମତାମତ କ୍ରମେ ବିଦ୍ୟୁତ୍ ବିଲ ଛାଡ ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ଗେହଲଟ । ମାଗଣା ଅଫରକୁ ନେଇ ଗତକାଲି କଂଗ୍ରେସକୁ ସମାଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହାଦ୍ୱାରା ଦେଶ ଅଭିବୃଦ୍ଧି ବାଧାପ୍ରାପ୍ତ ହେଉଛି ବୋଲି କହିଥିଲ ମୋଦୀ । ଏହା ପରେ ରାଜସ୍ଥାନରେ ଏଭଳି ଅଫର ଦେଇଛି କଂଗ୍ରେସ ସରକାର ।
ଏହା ପର୍ବରୁ ରାଜସ୍ଥାନ ସରକାର ଗ୍ୟାସ୍ ସିଲିଣ୍ଡର ପିଛା ୫୦୦ ଟଙ୍କା ଲେଖାଏଁ ଛାଡ କରିଥିଲେ । କର୍ଣ୍ଣାଟକରେ ଦଳ ୨୦୦ ୟୁନିଟ୍ ପର୍ଯ୍ୟନ୍ତ ବିଦ୍ୟୁତ୍ ବିଲ ଛାଡ, ପରିବାରର ମହିଳା ମୁଖ୍ୟଙ୍କୁ ମାସିକ ୨ ହଜାର ଟଙ୍କା, ମହିଳାଙ୍କ ପାଇଁ ମାଗଣା ବସଯାତ୍ରା ଭଳି ଲୋଭନୀୟ ଅଫର ଦେଇଥିଲା । ଯେଉଁଥିପାଇଁ କଂଗ୍ରେସ ସେଠାରେ ଏକାକୀ ସଂଖ୍ୟା ଗରିଷ୍ଠତା ହାସଲ କରିବାରେ ସକ୍ଷମ ହୋଇଥିଲା । ରାଜସ୍ଥାନ ବିଧାନସଭା ନିର୍ବାଚନ ଚଳିତ ବର୍ଷ ଶେଷ ଆଡକୁ ହେବାକୁ ଥିବା ବେଳେ ସମାନ ରଣନୀତି ଆପଣାଇ ପୁଣି ସରକାର ଗଢିବାକୁ କଂଗ୍ରେସ ପ୍ରୟାସ କରିଥିବା କୁହାଯାଉଛି ।



