୧୫ରେ କରିବ ଲ୍ୟାଣ୍ଡଫଲ୍‌ ‘ବିପର୍ଯ୍ୟୟ’

ବାସ୍ତବ ବ୍ୟୁରୋ: ପୂର୍ବ କେନ୍ଦ୍ର ଆରବ ସାଗରରେ ଅତି ଭୀଷଣ ସାଇକ୍ଲୋନିକ ଷ୍ଟର୍ମର ରୂପ ନେଇ ଏହା ଉତ୍ତର ଦିଗରେ ଗତି କରୁଛି ବାତ୍ୟା ‘ବିପର୍ଯ୍ୟୟ’। ଆସନ୍ତା ୧୫ ତାରିଖ ସକାଳେ ଗୁଜରାଟର ସୌରାଷ୍ଟ୍ର ଏବଂ ପାକିସ୍ତାନର କରାଚି ଉପକୂଳ ମଧ୍ୟରେ ବାତ୍ୟା ‘ବିପର୍ଯ୍ୟୟ’ ସ୍ଥଳଭାଗ ଛୁଇଁବ। ସ୍ଥଳଭାଗ ଛୁଇଁବାବେଳେ ବାତ୍ୟା ବ୍ୟାପକ କ୍ଷତି ଘଟାଇପାରେ। ପବନର ବେଗ ସର୍ବାଧିକ ୧୫୦ କିମି ମଧ୍ୟରେ ରହିପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

ବାତ୍ୟା ‘ବିପର୍ଯ୍ୟୟ’ ସମୁଦ୍ର ମଧ୍ୟରେ ଘଣ୍ଟା ପ୍ରତି ୫ କିମି ବେଗରେ ସ୍ଥଳଭାଗ ଆଡକୁ ଗତି କରୁଛି। ବାତ୍ୟା ‘ବିପର୍ଯ୍ୟୟ’ ପ୍ରଭାବରେ ଗୁଜରାଟର ଉପକୂଳ ଜିଲ୍ଲାଗୁଡିକରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏଥିନିମନ୍ତେ ସୌରାଷ୍ଟ୍ର ଓ କଚ୍ଛ ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି।

ଆଜି ଅପରାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ବିପର୍ଯ୍ୟୟ’ ର ମୁକାବିଲା ନିମନ୍ତେ ଏକ ସମୀକ୍ଷା ବୈଠକରେ ଯୋଗ ଦେବେ। ଏହି ଅବସରରେ ସେ ବିଭିନ୍ନ ସୁରକ୍ଷା ମୂଳକ ପଦକ୍ଷେପର ସମୀକ୍ଷା କରିବେ। 

କଚ୍ଛ, ଦ୍ୱାରକା, ପୋରବନ୍ଦର, ଜାମନନଗର, ରାଜକୋଟ, ଜୁନାଗଡ଼, ମୋରବିରେ ଏହାର ପ୍ରଭାବ ଅଧିକ ପଡ଼ିପାରେ। ଏଥି ନିମନ୍ତେ ସୌରାଷ୍ଟ୍ର ଏବଂ କଚ୍ଛ ଜିଲ୍ଲା ପାଇଁ ଆଲର୍ଟ ଜାରି କରାଯାଇଛି। ବାତ୍ୟା ପ୍ରଭାବରେ ମୁମ୍ବାଇରେ ଗତ ରାତିରୁ ସମୁଦ୍ରରେ ବଡ଼ ଜୁଆର ଆସୁଥିବା ଦେଖିବାକୁ ମିଳିଛି।

ବାତ୍ୟା ‘ବିପର୍ଯ୍ୟୟ’ର ମୁକାବିଲା ନିମନ୍ତେ କଚ୍ଛ ଜିଲ୍ଲା ପ୍ରଶାସନ ତରଫରୁ ସମୁଦ୍ର ତଟରେ ୧୪୪ ଧାରା ଜାରି କରାଯାଇଛି। ଏପରିକି ସମଦ୍ର ତଟରେ ଲୋକଙ୍କ ଚଳପ୍ରଚଳକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ଗୁଜରାଟର ଉତ୍ତର ଓ ଦକ୍ଷିଣ ତଟରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି। ସମୁଦ୍ର କୂଳ ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଉଛି। ଏ ପର୍ଯ୍ୟନ୍ତ ୧୩୦୦ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇ ସାରିଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ସେୟାର କରନ୍ତୁ

Next Post

ପ୍ରକାଶ ପାଇଲା ଯୁକ୍ତ ତିନିରେ ନାମ ଲେଖା ବିଜ୍ଞପ୍ତି

Mon Jun 12 , 2023
ବାସ୍ତବ ବ୍ୟୁରୋ : ଆଜି ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଯୁକ୍ତ ତିନିରେ ନାମ ଲେଖାଇବାକୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଜୁନ ୧୯ରୁ ଜୁଲାଇ ୪ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ www.samsodisha.gov.in ରେ ଆବେଦନ କରିପାରିବେ । ଜୁଲାଇ ୧୪ରେ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା, ଦ୍ଵିତୀୟ ପର୍ଯ୍ୟାୟ ମେଧା ତାଲିକା ଜୁଲାଇ ୨୭, ତୃତୀୟ ପର୍ଯ୍ୟାୟ ମେଧା ତାଲିକା ଅଗଷ୍ଟ ୩, ଅଗଷ୍ଟ ୨୧ରେ ଚତୁର୍ଥ ପର୍ଯ୍ୟାୟ, ପଞ୍ଚମ […]

You May Like

Pin It on Pinterest