ଦେଶରେ ୨୪ ଘଣ୍ଟାରେ ୧,୩୩୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ବାସ୍ତବ ବ୍ୟୁରୋ-କରୋନା ସମ୍ପର୍କିତ ଅପଡ଼େଟ ଦେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ୪ଲକ୍ଷ ୪୯ହଜାର ୮୧୦ଟି ନମୁନା ପରୀକ୍ଷା କରାଯାଇଥିବା ଆଇସିଏମଆର ପକ୍ଷରୁ ସୂଚନା ମିଳିଛି । ଦେଶର ୨୦୧ଟି ଲ୍ୟାବରେ ଟେଷ୍ଟିଂ ଚାଲିଛି । ଭାରତରେ ବତ୍ତର୍ମାନ ସୁଦ୍ଧା ୫୯୦ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହାସହ ୧୮୬୦୧ଜଣ କରୋନା ସଂକ୍ରମିତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩,୨୫୨ ଜଣ ସଂକ୍ରମିତ ସମ୍ପୂର୍ଣ୍ଣ ଠିକ୍ ହୋଇଛନ୍ତି । ଏବେ ଦେଶରେ୧୪୭୫୯ ଜଣ ସଂକ୍ରମିତଙ୍କ ଚିକିତ୍ସା ଚାଲିଛି । ଗୋଟିଏ ଦିନରେ ୭୦୫ଜଣ ସଂକ୍ରମିତ ଠିକ୍ ହୋଇଛନ୍ତି । ୧୪ଦିନ ହେଲା ଦେଶର ୬୧ ଜିଲ୍ଲାରେ କରୋନା କେସ୍ ଆସିନି । ୨୪ଘଣ୍ଟାରେ ୧,୩୩୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ଅଗ୍ରୱାଲ ସୂଚନା ଦେଇଛନ୍ତି ।

ରାପିଡ୍ ଟେଷ୍ଟିଂ କିଟ ଗୁଡ଼ିକର ଫଳାଫଳରେ ଭିନ୍ନତା ପରିଲକ୍ଷିତ ହେଉଥିବାରୁ ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାପିଡ ଟେଷ୍ଟ ନକରିବାକୁ ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମଆର) ପକ୍ଷରୁ ପରାମର୍ଶ ଜାରି କରାଯାଇଛି ।

ଆଇସିଏମଆର ପକ୍ଷରୁ  ଡ. ରମନ ଗଙ୍ଗାଖେଡକର କହିଛନ୍ତି ଯେ  ରାପିଡ ଟେଷ୍ଟ କିଟ (ଆରଟି-ପିସିଆର)  ଗୁଡ଼ିକର ଫଳାଫଳରେ ଭିନ୍ନତା ପରିଲକ୍ଷିତ ହେଉଥିବାରୁ ଏସବୁ କିଟଗୁଡ଼ିକର ଯାଞ୍ଚ କରିବାକୁ ବିଭିନ୍ନ ସ୍ଥାନକୁ ଟିମ ପ୍ରେରଣ କରାଯିବ । ଏହି ଯାଞ୍ଚ ପୂରଣ ନହେବା ପର୍ଯ୍ୟନ୍ତ ରାପିଡ ଟେଷ୍ଟ ବନ୍ଦ କରିବାକୁ ରାଜ୍ୟମାନଙ୍କୁ ଆଇଏସଏମଆର ଓ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି ।ଏହା ପୂର୍ବରୁ ରାପିଡ୍ ଟେଷ୍ଟ କିଟ ସଂପର୍କରେ ରାଜସ୍ଥାନ ସରକାର ଆପତ୍ତି ଉଠାଇ ଏହି ପରୀକ୍ଷାକୁ ବନ୍ଦ କରିଦେଇଥିଲେ । ଏହି କିଟଗୁଡ଼ିକରେ ଭୁଲ ଫଳାଫଳ ବାହାରୁଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ରାଜ୍ୟର ବହୁ ଜିଲ୍ଲାରେ ପ୍ରବଳ କାଳବୈଶାଖୀ ସମ୍ଭାବନା

Tue Apr 21 , 2020
ବାସ୍ତବ ବ୍ୟୁରୋ-ରାଜ୍ୟର ଉତ୍ତର ଉପକୂଳ, ଉତ୍ତର ଆଭ୍ୟନ୍ତର ଠାରୁ ଆରମ୍ଭ କରି ଦକ୍ଷିଣ ଉପକୂଳ ଓ ଦକ୍ଷିଣ ଆଭ୍ୟନ୍ତରର ବହୁ ଜିଲ୍ଲାରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କାଳବୈଶାଖୀ ଜନିତ ପ୍ରବଳ ଘୂର୍ଣ୍ଣିଝଡ଼ ହେବାର ସମ୍ଭାବନା ରହିଛି ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟ । ସୂଚନା ଅନୁଯାୟୀ ବାଲେଶ୍ୱର, ଭଦ୍ରକ, ଯାଜପୁର, ଖୋର୍ଦ୍ଧା, କେନ୍ଦ୍ରାପଡ଼ା, କଟକ, ଢ଼େଙ୍କାନାଳ, ଜଗତସିଂହପୁର, କେନ୍ଦୁଝର ଓ […]

You May Like

Pin It on Pinterest