ବାସ୍ତବ ବ୍ୟୁରୋ: ମୌସୁମୀ ଆସିବାରେ ବିଳମ୍ବ ହେବା, ବର୍ଷା ସ୍ୱାଭାବିକ ଭାବେ ନହେବା, ଅନେକ ସମୟରେ ଚିନ୍ତାର କାରଣ ହେଉଛି । ଏଭଳି ସ୍ଥିତିର ମୁକାବିଲା ପାଇଁ ଦେଶର ଜଣାଣୁଣା ଶିକ୍ଷାନୁଷ୍ଠାନ କାନପୁର ଆଇଆଇଟି ପକ୍ଷରୁ କୁତ୍ରିମ ବର୍ଷାର ପରୀକ୍ଷଣ କରାଯାଇଛି ।
ଉତ୍ତରପ୍ରଦେଶ ବୁନ୍ଦେଲଖଣ୍ଡର ଏକ ଅଂଚଳରେ କ୍ଲାଉଡ୍ ସିଡିଂ କରିବା ସହ କୁତ୍ରିମ ବର୍ଷାର ପରୀକ୍ଷଣ କରାଯାଇଛି । ସୂଚନା ଅନୁସାରେ ଏକ ବିମାନ ଯୋଗେ ୫ହଜାର ଫୁଟ ଉଚ୍ଚରୁ ଆକାଶରେ ଭାସୁଥିବା ମେଘ ଖଣ୍ଡ ଉପରକୁ ଏକ ପ୍ରକାର ରାସାୟନିକ ପାଉଡର ସ୍ପ୍ରେ କରାଯାଇଥିଲା । ଆଉ ତାପରେ ବର୍ଷା ହୋଇଥିଲା । ଆଉ ଏହି ପରୀକ୍ଷଣ ସଫଳ ହୋଇଥିବା ଆଇଆଇଟି କାନପୁର ପକ୍ଷରୁ କୁହାଯାଇଛି ।
ବୁନ୍ଦେଲଖଣ୍ଡରେ ବର୍ଷା ସ୍ୱାଭାବିକ ଭାବେ ହେଉନଥିବାରୁ ଏହି ଅଭାବକୁ ପୂରଣ ପାଇଁ ୨୦୧୭ ମସିହାରୁ ଉତରପ୍ରଦେଶ ସରକାର ଯୋଜନା କରି ଆସୁଥିଲେ । ଚୀନର ସହାୟତାରେ ମହୋବା ଅଂଚଳରେ ମଧ୍ୟ କୁତ୍ରିମ ବର୍ଷାର ପରୀକ୍ଷା କରାଯାଇଥିଲା । ହେଲେ ଚୀନ୍ କୁତ୍ରିମ ବର୍ଷା ନେଇ ଜ୍ଞାନ କୌଶଳ ଦେଇନଥିଲା । ତାପରେ ଆଇଆଇଟି କାନପୁରକୁ ଏ ଦିଗରେ କାର୍ଯ୍ୟ କରିବାକୁ କହିଥିଲେ ଯୋଗୀ ସରକାର ।



