ପଶ୍ଚିମବଙ୍ଗର ବାଙ୍କୁଡ଼ାରେ ଦୁଇ ଟ୍ରେନ ମଧ୍ୟରେ ପୁଣି ଧକ୍କା, ୧୨ ବଗି ଲାଇନ ଚ୍ୟୁତ…

ବାସ୍ତବ ବ୍ୟୁରୋ: ଆଜି ପଶ୍ଚିମବଙ୍ଗର ବାଙ୍କୁରାରେ ପୁଣି ଦୁଇଟି ମାଲବାହୀ ଟ୍ରେନ ମଧ୍ୟରେ ଦୁର୍ଘଟଣା ଘଟିଛି। ରବିବାର ଭୋର ୪ଟାରେ ଦୁର୍ଘଟଣା ଘଟିଥିବା ବେଳେ ମାଲବାହୀ ଟ୍ରେନର ୧୨ଟି ବଗି ଲାଇନଚ୍ୟୁତ ହୋଇଯାଇଛି।

ମିଳିଥିବା ସୂଚନା ଅନୁସାରେ, ଦୁର୍ଘଟଣାଗ୍ରସ୍ତ ଦୁଇଟି ମାଲବାହୀ ଟ୍ରେନ ମଧ୍ୟରୁ ଗୋଟିଏ ଅନ୍ୟଟିକୁ ପଛ ପଟୁ ଧକ୍କା ଦେଇଥିଲା। ଫଳରେ ଦୁଇଟି ଯାକ ଟ୍ରେନ କ୍ଷତିଗ୍ରସ୍ତ ହେବାର ସହ ୧୨ଟି ବଗି ଲାଇନଚ୍ୟୁତ ହୋଇଯାଇଛି। ଓଣ୍ଡା ଷ୍ଟେସନରେ ଦୁର୍ଘଟଣା ଘଟିଥିବାରୁ ରେଳ ସେବା ପ୍ରଭାବିତ ହୋଇଛି।

ଦୁର୍ଘଟଣାରେ କିଛି ବଡ଼ ଅଘଟଣ ଘଟିନି। କିନ୍ତୁ ଗୋଟିଏ ମାଲବାହୀ ଟ୍ରେନର ଡ୍ରାଇଭର ସାମାନ୍ୟ ଆହତ ହୋଇଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ପ୍ଲାଟଫର୍ମ ଓ ସିଗ୍ନାଲ ରୁମ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି।  ସ୍ଥାନୀୟ ଲୋକ ଓ ରେଳ ବିଭାଗ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି।

ରେଳବାଇ ପକ୍ଷରୁ କୁହାଯାଇଛି ଯେ ଦୁର୍ଘଟଣାଗ୍ରସ୍ତ ଦୁଇଟି ଯାକ ମାଲବାହୀ ଟ୍ରେନ ଖାଲି ରହିଥିଲା। କ’ଣ ପାଇଁ ଦୁଇ ଟ୍ରେନ ମଧ୍ୟରେ ଧକ୍କା ହେଲା, ତା’ର କାରଣ ଜଣାପଡ଼ିନି। ଘଟଣା ପରେ ଅଦ୍ରା ଡିଭିଜନରେ ଟ୍ରେନ ସେବା ପ୍ରଭାବିତ ହୋଇଛି।

ଅଦ୍ରା ଡିଭିଜନ ଅଧୀନରେ ପଶ୍ଚିମବଙ୍ଗର ପଶ୍ଚିମ ମେଦିନାପୁର, ବଙ୍କୁରା, ପୁରୁଲିଆ ଓ ବୃନ୍ଦାବନ ରହିଥିବା ବେଳେ ଝାରଖଣ୍ଡର ଧନବାନ, ବୋକାରୋ ଓ ସିଂହଭୂମୀ ରହିଛି। ଏହି ସବୁ ଜିଲ୍ଲାରେ ଟ୍ରେନ ସେବା ପ୍ରଭାବିତ ହୋଇଛି। ରେଳ ଅଧିକାରୀମାନେ ସ୍ଥିତିକୁ ସ୍ୱାଭାବିକ କରିବାକୁ ଚେଷ୍ଟା କରୁଛନ୍ତି। ଖୁବଶୀଘ୍ର ଯାତାୟାତ ସ୍ୱାଭାବିକ ହେବ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି।

ସେୟାର କରନ୍ତୁ

Next Post

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମିଳିଲା ମିଶରର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଅର୍ଡର ଅଫ୍ ଦ ନାଇଲ’

Sun Jun 25 , 2023
ବାସ୍ତବ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଜିପ୍ଟ ଗସ୍ତରେ ଥିବା ବେଳେ ଆଜି ତାଙ୍କୁ ମିଶରର ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କରାଯାଇଛି । ମିଶରର ରାଷ୍ଟ୍ରପତି ଅବ୍ଦେଲ ଫତହ ଅଲ-ସିସି କୋହିରା ଠାରେ ମୋଦୀଙ୍କୁ ‘ଅର୍ଡର ଅଫ ଦ ନାଇଲ (ମିଶରର ସର୍ବୋଚ୍ଚ ରାଜକୀୟ ସମ୍ମାନ)’ରେ ସମ୍ମାନୀତ କରିଛନ୍ତି । ସୂଚନାନୁଯାୟୀ, ଶନିବାର ଦିନ ପ୍ରଧାନମନ୍ତ୍ରୀ ମୋଦୀ ରାଜକୀୟ ଯାତ୍ରା କ୍ରମରେ ମିଶରରେ ପହଂଚିଛନ୍ତି । ଏହି କ୍ରମରେ […]

You May Like

Pin It on Pinterest