
ବାସ୍ତବ ବ୍ୟୁରୋ: ଆଜି ‘କ୍ବାକ୍ବାରେଲି ସାଇମଣ୍ଡ୍ସ୍’ (କ୍ୟୁଏସ୍) ରିଲିଜ୍ କରିଥିବା ‘ୱାର୍ଡଲଡ୍ ୟୁନିଭର୍ସିଟି ରାଙ୍କିଙ୍ଗ୍’ରେ ସମଗ୍ର ବିଶ୍ବର ୧୫୦ଟି ଶ୍ରେଷ୍ଠ ବିଶ୍ବବିଦ୍ୟାଳୟରୁ ‘ଆଇଆଇଟି-ବମ୍ବେ’ ଅନ୍ୟତମ ବୋଲି ଉଲ୍ଲେଖ ଅଛି।
ମୁମ୍ବାଇର ‘ଦି ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି’ ବା ‘ଆଇଆଇଟି-ବମ୍ବେ’ ମଧ୍ୟ ଅଫିସିଆଲ୍ ଷ୍ଟେଟ୍ମେଣ୍ଟ୍ ଜାରି କରି ଏ କଥା ସୂଚନା ଦେଇଛି। ପ୍ରଥମ କରି ସର୍ବୋଚ୍ଚ ରାଙ୍କ୍କୁ ଉଠିଥିବାରୁ ‘କ୍ୟୁଏସ୍’ର ସଂସ୍ଥାପକ ତଥା ‘ସିଇଓ’ ନନ୍ଜିଓ କ୍ବାକ୍ବାରେଲି ମଧ୍ୟ ‘ଆଇଆଇଟି-ବମ୍ବେ’କୁ ଅଭିନନ୍ଦନ ଜଣାଇଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ରାଙ୍କିଙ୍ଗ୍ ସିଷ୍ଟମ୍ ପାଇଁ ସେମାନେ ୨୯୦୦ ପ୍ରତିଷ୍ଠାନ ରାଙ୍କ୍କୁ ନେଇଛନ୍ତି। ଏଥିରେ ୪୫ଟି ଭାରତୀୟ ବିଶ୍ବବିଦ୍ୟାଳୟ ରାଙ୍କ୍ ପାଇଛନ୍ତି।
ପ୍ରତିବର୍ଷ ‘କ୍ୟୁଏସ୍ ୱାର୍ଲଡ୍ ୟୁନିଭର୍ସିଟି ରାଙ୍କିଙ୍ଗ୍’ ସମଗ୍ର ବିଶ୍ବରେ ଥିବା ବିଶ୍ବବିଦ୍ୟାଳୟମାନଙ୍କର ରାଙ୍କ୍ ମୂଲ୍ୟାୟନ କରିଥାଏ। ପୂର୍ବରୁ ୨୦୧୬ରେ ‘ଆଇଆଇଟି-ବାଙ୍ଗାଲୋର୍’ ଏହି ତାଲିକାର ୧୪୭ତମ ସ୍ଥାନରେ ଥିଲା।
‘ଆଇଆଇଟି-ବମ୍ବେ’ ବିବୃତି ଅନୁସାରେ, ଗତବର୍ଷ ‘କ୍ୟୁଏସ୍’ ରାଙ୍କ୍ର ୧୭୭ତମ ସ୍ଥାନରେ ଥିବା ‘ଆଇଆଇଟି-ବମ୍ବେ’ ୧୪୯ତମ ସ୍ଥାନକୁ ଉନ୍ନୀତ ହେବା ସହିତ ‘ଭାରତର ୧ ନମ୍ବର ବିଶ୍ବବିଦ୍ୟାଳୟ ମାନ୍ୟତା ପାଇଛି।



