‘ଆଇଆଇଟି’-ଖଡ଼ଗପୁର ଲାଲ୍‌ ବାହାଦୁର ଶାସ୍ତ୍ରୀ ହଲ୍‌ରେ ଅଗ୍ନିକାଣ୍ଡ

ବାସ୍ତବ ବ୍ୟୁରୋ: ଶନିବାର ପାହାନ୍ତାରେ ପଶ୍ଚିମବଙ୍ଗସ୍ଥିତ ‘ଆଇଆଇଟି’-ଖଡ଼ଗପୁରର ଲାଲ୍‌ ବାହାଦୁର ଶାସ୍ତ୍ରୀ ହଲ୍‌ ଅଫ୍‌ ରେସିଡେନ୍‌ସ୍‌ (ଏଲ୍‌ବିଏସ୍‌ ହଲ୍‌) ନାମରେ ଜଣାଶୁଣା ‘କମନ୍‌ରୁମ୍‌’ରେ ଭୟାବହ ଅଗ୍ନିକାଣ୍ଡ ଘଟିଥିବା ସମ୍ବାଦ ସରବହରା ସଂସ୍ଥାନ ‘ପିଟିଆଇ’ ରିପୋର୍ଟ କରିଛି।

ଅଗ୍ନିକାଣ୍ଡ ସମୟରେ ଉତ୍ତୋଳିତ ଭିଡିଓରେ ଦେଖାଯାଉଛି, ହୁତୁହୁତୁ ହୋଇ ଜଳୁଥିବା ‘ଏଲ୍‌ବିଏସ୍‌ ହଲ୍‌’ରୁ ପ୍ରବଳ ଧୂଆଁ ବାହାରୁଛି।

ସୂଚନାନୁଯାୟୀ, ଗତ ରାତି ପ୍ରାୟ ୩ଟା ବେଳେ ‘ଆଇଆଇଟି’ର ଲାଲ୍‌ ବାହାଦୁର ଶାସ୍ତ୍ରୀ ହଲ୍‌ରେ ହଠାତ୍‌ ନିଆଁ ଜଳିଉଠିଥିଲା। ଏହି ଅଗ୍ନିକାଣ୍ଡ ଯୋଗୁଁ ଶିକ୍ଷାର୍ଥୀମାନଙ୍କ ବିଛଣାପତ୍ର ସମେତ ଅନ୍ୟାନ୍ୟ ଅନେକ ସାମଗ୍ରୀ ପୋଡ଼ି ପାଉଁସ ହୋଇଯାଇଛି। ନିଆଁ ଲିଭାଇବା ପାଇଁ ତୁରନ୍ତ ଦମକଳକୁ ଖବର ଦିଆଯାଇଥିଲା। ଖଡ଼ଗପୁର ଓ ସାଲୁଆରୁ ଦୁଇଟି ଦମକଳ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ। ପ୍ରାୟ ୧ ଘଣ୍ଟା ମଧ୍ୟରେ ନିଆଁ ଲିଭିଯାଇଥିଲା।

ଏହି ଅଗ୍ନିକାଣ୍ଡ ଯୋଗୁଁ କେହି ମୃତାହତ ହୋଇଥିବାର ରିପୋର୍ଟ ମିଳିନାହିଁ।

ତେବେ କାହିଁକି ନିଆଁ ଲାଗିଲା ତାର ପ୍ରକୃତ କାରଣ ଜଣାପଡ଼ି ନ ଥିଲେ ବି ବିଦ୍ୟୁତ୍‌ ସର୍ଟ ସର୍କିଟ୍‌ ଯୋଗୁଁ ଅଗ୍ନିକାଣ୍ଡ ଘଟିଥାଇ ପାରେ । ଏଥିପାଇଁ ଅଗ୍ନିଶମ ବିଭାଗ ତଦନ୍ତ ଆରମ୍ଭ କରିଛି।

ସେୟାର କରନ୍ତୁ

Next Post

ଗ୍ରାହକ ସେବକେନ୍ଦ୍ର କରି ଲକ୍ଷ୍ୟାଧିକ ଟଙ୍କା ନେଇ ଚମ୍ପଟ ମାରିଲେ ପରିବାର....

Sun Jul 2 , 2023
ଭବାନିପାଟଣା: ଗ୍ରାହକ ସେବକେନ୍ଦ୍ର କରି ଗାଁ ଲୋକଙ୍କ ଲକ୍ଷାଧିକ ଟଙ୍କା ନେଇ ଚମ୍ପଟ ମାରିଛନ୍ତି ଗୋଟିଏ ପରିବାର । ଏଭଳି ଏକ ଘଟଣା ଘଟିଛି ।କଳାହାଣ୍ତି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ମୋହନଗୁଡା ଗ୍ରାମରେ ଏକ ଗ୍ରାହକ ସେବାକେନ୍ଦ୍ର କରି ଲୋକଙ୍କଠୁ ଲକ୍ଷାଧିକ ଟଙ୍କା ନେଇ ଫେରାର ହୋଇଯାଇଛନ୍ତି ଗୋଟିଏ ପରିବାର । ମୋହନଗୁଡା ଗାଁର ହରିଶଚନ୍ଦ୍ର ରାଉତ ଏବଂ ତାଙ୍କ ମାଆ ଶରସ ରାଉତଙ୍କ ସହ ଆଉ ଦୁଇ […]

You May Like

Pin It on Pinterest