
ବାସ୍ତବ ବ୍ୟୁରୋ-ଫେସବୁକ୍ ନିବେଶ କରିବ ରିଲାଏନ୍ସ ଜିଓରେ ୪୩,୫୭୩ କୋଟି ଟଙ୍କା । ଫେସବୁକ୍ ଓ ରିଲାଏନ୍ସ ଜିଓ ମଧ୍ୟରେ ଚୁକ୍ତି ଦ୍ୱାରା ଜିଓ ପ୍ଲାଟଫର୍ମର ମୂଲ୍ୟ ୪.୬୨ ଲକ୍ଷ କୋଟି ଟଙ୍କା ହୋଇଛି । ଫେସବୁକ୍ ଏବେ ରିଲାଏନ୍ସର ସର୍ବବୃହତ ସଂଖ୍ୟାଲଘୁ ଅଂଶୀଦାର ହୋଇପାରିଛି । ଏହାସହ ରିଲାଏନ୍ସ ଜିଓର ୯.୯୯% ଅଂଶଧନ ଫେସବୁକକୁ ମିଳିଛି । ଦେଶରେ ପ୍ରଥମ ଥର କମ ଅଂଶଧନରେ ଏବେ ବଡ଼ ନିବେଶ କରିଛି ଫେସବୁକ୍ । ଏନେଇ ରିଲାଏନ୍ସ ଜିଓକୁ ଧନ୍ୟବାଦ ଜଣାଇଛନ୍ତି ଫେସବୁକ ସିଇଓ ମାର୍କ ଜୁକରବର୍ଗ । ଏନେଇ ଭାରତର ଲୋକମାନଙ୍କୁ ବ୍ୟବସାୟ ଲାଗି ନୂଆ ଅବସର ମିଳିବବୋଲି ଜୁକରବର୍ଗ କହିଛନ୍ତି । ବିଶେଷ କରି କ୍ଷୁଦ୍ର ବ୍ୟବସାୟୀ ଏହା ଦ୍ୱାରା ଲାଭବାନ ହେବେ ।

ସଠିକ୍ ଖବର ସଠିକ୍ ସମୟରେ ପାଇବା ପାଇଁ ଡାଉନ୍ ଲୋଡ୍ କରନ୍ତୁ.…. bastabtvAPP
