ନେପାଳରେ କ୍ରାଶ୍‌ ହୋଇଗଲା ୬ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ହେଲିକପ୍ଟର

ବାସ୍ତବ ବ୍ୟୁରୋ: ୬ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ହେଲିକପ୍ଟର ନେପାଳର ମାଉଣ୍ଟ ଏଭରେଷ୍ଟ ନିକଟ ଲାମଜୁରାରେ କ୍ରାଶ୍‌ କରି ଯାଇଥିବା ଜଣାଯାଇଛି। ସକାଳ ପ୍ରାୟ ୧୦ଟା ୧୫ମିନିଟରେ ହେଲିକପ୍ଟର ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇ ଯାଇଥିଲା ଓ ତାହା ନିଖୋଜ ହୋଇ ଯାଇଥିଲା।

ହେଲିକପ୍ଟରଟି ୬ ଯାତ୍ରୀଙ୍କୁ ଧରି ଆଜି ସକାଳେ ସୋଲୁଖୁମ୍ବୁରୁ କାଠମାଣ୍ଡୁ ଅଭିମୁଖେ ଯାତ୍ରା କରୁଥିଲା। ଉକ୍ତ ୬ ଜଣଙ୍କ ମଧ୍ୟରେ ୫ ଜଣ ବିଦେଶୀ ନାଗରିକ ବୋଲି ଜଣାପଡ଼ିଛି। ପ୍ରାୟ ୧୦ଟା ସମୟରେ କଣ୍ଟ୍ରୋଲ ଟାୱାର ସହ ହେଲିକପ୍ଟରର ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା। ହେଲିକପ୍ଟରର ଭଗ୍ନାବଶେଷ ଲାମଜୁରା ନିକଟସ୍ଥ ଗାଁରେ ପଡ଼ିଥିବା ଦେଖିବାକୁ ମିଳିଛି।

ହେଲିକପ୍ଟରଟି କାଠମାଣ୍ଡୁର ମ୍ୟାନେଜ ଏୟାରଲାଇନ୍ସର ହେଲିକପ୍ଟର ବୋଲି ଜଣାଯାଇଛି। ଏହି ଏୟାରଲାଇନ୍ସ ସଂସ୍ଥା ଦେଶରେ ଭଡ଼ା ବାବଦରେ ହେଲିକପ୍ଟର ଯୋଗାଇଥାଏ।

ସେୟାର କରନ୍ତୁ

Next Post

ବାହାନଗା ଟ୍ରେନ ଟ୍ରାଜେଡି : ୭ଜଣ ରେଳ କର୍ମଚାରୀଙ୍କୁ ନିଲମ୍ବିତ

Wed Jul 12 , 2023
ବାସ୍ତବ ବ୍ୟୁରୋ: ବାହାନଗା ଟ୍ରେନ ଟ୍ରାଜେଡିରେ ୭ଜଣ ରେଳ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି । ଦାୟିତ୍ୱରେ ଅବହେଳା କାରଣରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । କାର୍ଯ୍ୟାନୁଷ୍ଠାନ ନେଇ ଜିଏମ ଅନିଲ କୁମାର ମିଶ୍ରା ସୁଚନା ଦେଇଛନ୍ତି । ବାହାନଗା ଦୁର୍ଘଟଣା ପରେ ଦକ୍ଷିଣ-ପୂର୍ବ ରେଳ ସୁରକ୍ଷା କମିସନର ରେଳବାଇ ବୋର୍ଡକୁ ଯେଉଁ ରିପୋର୍ଟ ଦେଇଥିଲେ, ସେଥିରେ ମାନବୀୟ ତ୍ରୁଟି ବିଶେଷ କରି ସିଗନାଲ, ବୈଷୟିକ ତ୍ରୁଟି ଓ କର୍ମଚାରୀଙ୍କ ଅବହେଳାକୁ ଦାୟୀ କରାଯାଇଥିଲା […]

You May Like

Pin It on Pinterest