ପ୍ୟାରିସରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦୀ 

ବାସ୍ତବ ବ୍ୟୁରୋ: ଆଜି ବାୟୁସେନାର ସ୍ୱତନ୍ତ୍ର ବିମାନରେ ଯାଇ ଫ୍ରାନ୍ସରେ ପହଞ୍ଚିଛନ୍ତି ନରେନ୍ଦ୍ର ମୋଦୀ । ତେବେ ପ୍ରଧାନମନ୍ତ୍ରୀଙ୍କର ଏହା ଷଷ୍ଠ ଫ୍ରାନ୍ସ ଯାତ୍ରା । ପ୍ରଧାନମନ୍ତ୍ରୀ ପ୍ୟାରିସରେ ପହଞ୍ଚିବା ପରେ ଫ୍ରାନ୍ସ ପ୍ରଧାନମନ୍ତ୍ରୀ ଏଲିଜାବେଥ୍ ତାଙ୍କୁ ସ୍ୱାଗତ କରିଛନ୍ତି ।

ଫ୍ରାନ୍ସରେ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଥମେ ଫ୍ରାନ୍ସ ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ । ଏହାପରେ ସିନେଟର ଅଧ୍ୟକ୍ଷଙ୍କ ସହ କଥାବାର୍ତ୍ତା କରିବେ । ଏହାପରେ ଯାଇ ମୋଦୀ ଭାରତୀୟ ସମୁଦାୟର ଲୋକଙ୍କୁ ଭେଟିବା ସହିତ, ଏଲିସିୟନ ପ୍ୟାଲେସରେ ରାତ୍ରିଭୋଜନରେ ଯୋଗ ଦେବେ ।

ଭାରତୀୟ ସମୟ ମୁତାବକ, ମୋଦୀ ଆଜି ଅପରାହ୍ନ ୪ଟାରେ ଫ୍ରାନ୍ସରେ ପହଞ୍ଚିଛନ୍ତି । ଫ୍ରାନ୍ସରେ ପହଞ୍ଚିବା ପରେ ତାଙ୍କୁ ସ୍ୱାଗତ କରାଯାଇଛି ।

ଭାରତୀୟ ସମୟ ମୁତାବକ ସନ୍ଧ୍ୟା ସାଢେ ୭ଟାରେ ମୋଦୀ ସିନେଟରେ ପହଞ୍ଚିବେ । ସେଠାରେ ସେ ସିନେଟର ଅଧ୍ୟକ୍ଷ ଗେରାଡ୍ ଲାର୍ଚରଙ୍କୁ ସାକ୍ଷାତ କରିବେ ।

ରାତି ପ୍ରାୟ ୮ଟା ୪୫ ମିନିଟରେ ମୋଦୀ ଫ୍ରାନ୍ସ ପ୍ରଧାନମନ୍ତ୍ରୀଙ୍କ ସହ ବୈଠକ କରିବେ । ଏହପରେ ମୋଦୀ ମୋଦୀ ଲା ସିନ୍ ମ୍ୟୁଜିକାଲ କଳାକେନ୍ଦ୍ରରେ ଭାରତୀୟ ସମୁଦାୟଙ୍କ ଆଗରେ ଅଭିଭାଷଣ ରଖିବେ । ତେବେ ରାତ୍ରି ପ୍ରାୟ ସାଢେ ୧୨ଟା ସମୟରେ ମୋଦୀ ଫ୍ରାନ୍ସ ରାଷ୍ଟ୍ରପତିଙ୍କ ଦ୍ୱାରା ଆୟୋଜିତ ଏକ ରାତ୍ରି ଭୋଜନରେ ଭାଗନେବେ ବୋଲି ଜଣାପଡିଛି ।

ମୋଦୀଙ୍କର ଏହି ଫ୍ରାନ୍ସ ଗସ୍ତ ସମୟରେ ସେ ବାଷ୍ଟିଲ୍ ଡେ ପାରେଡରେ ଭାଗନେବେ । ଯେଉଁଥିରେ ସ୍ୱତନ୍ତ୍ର ଅତିଥି ଭାବେ ତାଙ୍କୁ ନିମନ୍ତ୍ରଣ କରାଯାଇଛି । ଏଥର ବାଷ୍ଟିଲ ଡେ ପରେଡରେ, ପିଏମ୍ ମୋଦୀ ଏକମାତ୍ର ଗଣମାନ୍ୟ ବ୍ୟକ୍ତି ଭାବେ ଯୋଗଦେବେ ।

ସେୟାର କରନ୍ତୁ

Next Post

ଆସନ୍ତାକାଲି ଉତକ୍ଷେପଣ ହେବ ଚନ୍ଦ୍ରଯାନ-୩; କାଉଣ୍ଟଡାଉନ ଆରମ୍ଭ

Thu Jul 13 , 2023
ବାସ୍ତବ ବ୍ୟୁରୋ: ଆସନ୍ତା କାଲି ( ଜୁଲାଇ ୧୪) ଅର୍ଥାତ ଶୁକ୍ରବାର ଅପରାହ୍ନ ୨ଟା ୩୫ମିନିଟରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସତିଶ ଧାୱନ ଲଞ୍ଚ୍ ପ୍ୟାଡରୁ ଉତକ୍ଷେପଣ ହେବ ଚନ୍ଦ୍ରଯାନ-୩। ଏଥିପାଇଁ ଆଜି ଦିନ ଗୋଟାଏରୁ କାଉଣ୍ଟଡାଉନ୍ ଆରମ୍ଭ ହୋଇସାରିଛି। ଗତକାଲି(ବୁଧବାର) ମଧ୍ୟ ରିହରସଲ୍ ସରିଛି। ଯଦି ଚନ୍ଦ୍ରଯାନ-୩ ସଫଳ ହୁଏ ତେବେ ଚନ୍ଦ୍ରପୃଷ୍ଠରେ ପାଦ ଥାପିବାରେ ଭାରତ ହୋଇଯିବ ବିଶ୍ୱର ଚତୁର୍ଥ ଦେଶ। ଏହା ପୂର୍ବରୁ ଆମେରିକା, ଚୀନ ଏବଂ ରୁଷିଆ […]

You May Like

Pin It on Pinterest