୭୦ ଟଙ୍କା ହେଲା ଟମାଟୋ ଦାମ୍; ସବସିଡି ଟମାଟୋ ଦାମ ପୁଣି କମ କଲେ କେନ୍ଦ୍ର ସରକାର

ବାସ୍ତବ ବ୍ୟୁରୋ: ଟମାଟୋ ଦର ପୁଣି କମ୍ କଲେ କେନ୍ଦ୍ର ସରକାର । ସରକାରଙ୍କ ତରଫରୁ ସାଧାରଣ ଲୋକଙ୍କୁ ଯୋଗେଇ ଦିଆଯାଉଥିବା ସବସିଡି ଟମାଟୋ ଏଣିକି କିଲୋ ପିଛା ୮୦ ଟଙ୍କା ନୁହେଁ ବରଂ ୭୦ ଟଙ୍କାରେ ବିକ୍ରି ହେବ ବୋଲି ସରକାର ଘୋଷଣା କରିଛନ୍ତି । ଆସନ୍ତାକାଲି ଅର୍ଥାତ ଜୁଲାଇ ୨୦ ତାରିଖରୁ ଏହା ସାଧାରଣ ଲୋକଙ୍କ ପାଇଁ ଉପଲବ୍ଧ ହେବ ।

କେନ୍ଦ୍ର ସରକାର ଗତ ସପ୍ତାହର ଶୁକ୍ରବାରଠାରୁ ରିହାତି ଦରରେ ଟମାଟୋ ବିକ୍ରି କରିବା ଆରମ୍ଭ କରିଥିଲେ । ବଜାରରେ ଟମୋଟୋର ବଢୁଥିବା ଦାମକୁ ଦେଖି ସରକାର ଏହି ନିଷ୍ପତ୍ତି ନେଇଥିଲେ । ସରକାରଙ୍କ ତରଫରୁ ସହକାରୀ ସଂସ୍ଥା ଭାରତୀୟ ରାଷ୍ଟ୍ରୀୟ କୃଷି ସହକାରୀ ବିପଣନ ସଂଘ ଲିମିଟେଡ୍ ଏବଂ ଭାରତୀୟ ରାଷ୍ଟ୍ରୀୟ ଉପଭୋକ୍ତା ସହକାରୀ ସଂଘ ଲିମିଟେଡ୍ ଲୋକଙ୍କ ପାଖରେ ରିହାତି ଦରରେ ଟମାଟୋ ପହଞ୍ଚାଇବା ସହ ଏହାକୁ କମ୍ ଦାମରେ ବିକ୍ରି କରୁଥିଲେ ।

ମିଳିଥିବା ସୂଚନା ମୁତାବକ, ପୂର୍ବରୁ ଟମାଟୋ କେଜି ପିଛା ୮୦ ଟଙ୍କାରେ ବିକ୍ରି କରାଯାଉଥିଲା । ଏବେ ଟମାଟୋ ଦାମ ବଜାରରେ କମ୍ ହେଉଥିବାରୁ, ଏହାକୁ ଦୃଷ୍ଟିରେ ରଖି ସରକାର ମଧ୍ୟ ଟମାଟୋ ଦାମ କମ୍ କରିଛନ୍ତି । ଏଣିକି ୭୦ ଟଙ୍କାରେ ଏହି ସବସିଡି ଟମାଟୋ ମିଳିପାରିବ ।

ସେୟାର କରନ୍ତୁ

Next Post

ଅଗଷ୍ଟ ୩୦ରୁ ଆରମ୍ଭ ହେବ ଏସିଆ କପ୍; ସେପ୍ଟେମ୍ବର ୨ରେ ଭାରତ-ପାକିସ୍ତାନ ମ୍ୟାଚ୍ 

Wed Jul 19 , 2023
ବାସ୍ତବ ବ୍ୟୁରୋ: ଆସନ୍ତା ଅଗଷ୍ଟ ୩୦ ତାରିଖରୁ ଆରମ୍ଭ ହେବାକୁ ଯାଉଛି ବହୁ ପ୍ରତୀକ୍ଷିତ ଏସିଆ କପ୍ ଟୁର୍ଣ୍ଣାମେଣ୍ଟ । ଏଥିସହିତ ସେପ୍ଟେମ୍ବର ୨ ତାରିଖରେ ଦୁୁଇ ପାରମ୍ପରିକ ପ୍ରତିଦ୍ୱନ୍ଦୀ ଭାରତ-ପାକିସ୍ତାନ କ୍ରିକେଟ୍ ପଡିଆରେ ମୁହାଁମୁହିଁ ହେବେ ବୋଲି ଜୟ ଶାହା ଘୋଷଣା କରିଛନ୍ତି । ଏସିଆନ୍ କ୍ରିକେଟ୍ କାଉନସିଲ୍ ତରଫରୁ ଏସିଆ କପ୍ ଖେଳସୂଚୀ ଜାରି କରାଯାଇଛି । ଆସନ୍ତା ଅଗଷ୍ଟ ୩୦ ତାରିଖରୁ ଏହା ଆରମ୍ଭ ହେଇ […]

You May Like

Pin It on Pinterest