ମୋଦୀ ସରକାରଙ୍କ ବିରୋଧରେ ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବକୁ ବାଚସ୍ପତିଙ୍କ ମଞ୍ଜୁରୀ…

ବାସ୍ତବ ବ୍ୟୁରୋ: ମଣିପୁର ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ବିରୋଧରେ ବିରୋଧୀଦଳମାନେ ଆଗତ କରିଥିବା ଅନାସ୍ଥା ପ୍ରସ୍ତାବକୁ ଗ୍ରହଣ କରାଯାଇଥିବା କଥା ଆଜି ଲୋକସଭାର ବାଚସ୍ପତି କହିଛନ୍ତି। ଏହା ସହ ସବୁ ରାଜନୈତିକ ଦଳ ସହିତ ଆଲୋଚନା କରିବା ପରେ ନିୟମ ଅନୁସାରେ, ଆଲୋଚନା ପାଇଁ ନିର୍ଦ୍ଧାରଣ କରାଯାଇଥିବା ସମୟ ବିଷୟରେ ଅବଗତ କରାଇବାକୁ କହିଛନ୍ତି ବାଚସ୍ପତି ଓମ୍‌ ବିର୍ଲା ।

ସୂଚନାନୁଯାୟୀ, ଆଜି କଂଗ୍ରେସ ଓ ଭାରତ ରାଷ୍ଟ୍ର ସମିତି ଏହି ଅନାସ୍ଥା ପ୍ରସ୍ତାବ ଲୋଡ଼ି ନୋଟିସ୍‌ ଦାଖଲ କରିଥିଲେ। ଏହି ନୋଟିସକୁ ଲୋକସଭାରେ କଂଗ୍ରେସର ଉପନେତା ଗୌରବ ଗୋଗୋଇ ଲୋକସଭା ସେକ୍ରେଟାରୀ ଜେନେରାଲଙ୍କ କାର୍ୟ୍ୟାଳୟରେ ଦାଖଲ କରିଥିଲେ। ସେହିପରି, ‘ଭାରତ ରାଷ୍ଟ୍ର ସମିତି’ ଫ୍ଲୋର୍‌ ଲିଡର୍‌ ନାଗେଶ୍ୱର ରାଓ ଅନାସ୍ଥା ପ୍ରସ୍ତାବ ପାଇଁ ବାଚସ୍ପତିଙ୍କ ନିକଟରେ ପୃଥକ୍‌ ନୋଟିସ୍‌ ଦାଖଲ କରିଥିଲେ।

ସେୟାର କରନ୍ତୁ

Next Post

ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଘୋଷଣା ହେଲା ମାଟ୍ରିକ୍ ପରୀକ୍ଷା ତାରିଖ

Thu Jul 27 , 2023
ବାସ୍ତବ ବ୍ୟୁରୋ: ଘୋଷଣା  ହେଲା ମାଟ୍ରିକ୍ ପରୀକ୍ଷାର ତାରିଖ। ଏହା ୨୦୨୪ ଫେବ୍ରୁଆରି ୨୦ରୁ ଆରମ୍ଭ ହେବ। ମାର୍ଚ୍ଚ ୪ ତାରିଖ ଚାଲିବ ପରୀକ୍ଷା। ମାଟ୍ରିକ ସହ ମଧ୍ୟମା, ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ହେବ। ଏନେଇ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦର ସଭାପତି ଏକ ସାମ୍ବାଦିକ ସମ୍ମିଳନୀରେ ‌ଘୋଷଣା କରିଛନ୍ତି। ଆସନ୍ତା ଅକ୍ଟୋବର ମାସରେ ଫର୍ମପୂରଣ ହେବ। ସେହିପରି ମାର୍ଚ୍ଚ ୧୨ରୁ ମାଟ୍ରିକ୍ ଖାତାଦେଖା ଆରମ୍ଭ ହେବ। ତେବେ […]

You May Like

Pin It on Pinterest