ତାମିଲନାଡୁ ବାଣ କାରଖାନାରେ ବିସ୍ଫୋରଣ ଘଟି ୮ ମୃତ….

ବାସ୍ତବ ବ୍ୟୁରୋ: ଆଜି ସକାଳେ ତାମିଲନାଡୁର କୃଷ୍ଣଗିରିରେ ଥିବା ଗୋଟାଏ ବାଣ କାରଖାନାରେ ପ୍ରଚଣ୍ଡ ବିସ୍ଫୋରଣ ଘଟି ୮ଜଣ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ କେତେଜଣ ଆହତ ହୋଇଥିବା ସୂଚନା ମିଳିଛି।

ବିସ୍ଫୋରଣ ଏତେ ତୀବ୍ର ଥିଲା ଯେ, ପାଖରେ ଥିବା ଗୋଟାଏ ହୋଟେଲ୍‌ ଭାଙ୍ଗିପଡ଼ିବା ସହିତ ଆଉ ୪ଟି କୋଠାଘର ମଧ୍ୟ ଆଂଶିକ ଭାଙ୍ଗିଯାଇଛି। ହୋଟେଲ୍‌ ଓ କୋଠାଘରର ଭଗ୍ନସ୍ତୂପ ତଳେ ଅନେକ ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି।

ଏଯାବତ୍‌ ଗୁରୁତର ଆହତ ହୋଇଥିବା ଅବସ୍ଥାରେ ଉଦ୍ଧାର କରାଯାଇଥିବା ୧୨ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା କଥା ପୁଲିସ କହିଛି।

ବିସ୍ଫୋରଣ ପରେ ପରେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିବା ଦମକଳ ଓ ଉଦ୍ଧାରକାରୀ ଦଳ ନିଆଁ ଲିଭାଇବା ସହିତ ଘର ଭିତରେ ରହିଯାଇଥିବା ଲୋକମାନଙ୍କୁ ବାହାର କରିବାକୁ ଉଦ୍ୟମ କରୁଛନ୍ତି।

ଜିଲ୍ଲାପାଳଙ୍କ ସୂଚନାନୁଯାୟୀ, “ପ୍ରଚଣ୍ଡ ବିସ୍ଫୋରଣ ଯୋଗୁଁ ଗୋଟାଏ ହୋଟେଲ୍‌ ଅଟ୍ଟାଳିକା ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି ଓ ନିକଟରେ ଥିବା ୩/୪ଟି କୋଠାଘର ମଧ୍ୟ ଆଶିଂକ ନଷ୍ଟ ହୋଇଯାଇଛି। ଭଗ୍ନସ୍ତୂପ ତଳେ କେତେ ଲୋକ ପୋତି ହୋଇ ରହିଛନ୍ତି ତାହା ଉଦ୍ଧାରକାରୀ ଦଳ ଏଯାବତ ସୁନିଶ୍ଚିତ କରି କହି ପାରି ନାହାନ୍ତି।ବିସ୍ଫୋରଣର କାରଣ ଜାଣିବା ଲାଗି ପୁଲିସ ତଦନ୍ତ ଆରମ୍ଭ କରିଛି।”

ସେୟାର କରନ୍ତୁ

Next Post

୨୦୨୪ ନିର୍ବାଚନ ପୂର୍ବରୁ ବିଜେପିର ନୂଆ ଟିମ୍‌ ଘୋଷଣା ; ବୈଜୟନ୍ତ ପଣ୍ଡା ପୁଣି ରାଷ୍ଟ୍ରୀୟ ଉପାଧ୍ୟକ୍ଷ...

Sat Jul 29 , 2023
ବାସ୍ତବ ବ୍ୟୁରୋ: ୨୦୨୪ ନିର୍ବାଚନ ପୂର୍ବରୁ ବିଜେପିର ନୂଆ ଟିମ୍‌ ଘୋଷଣା କରାଯାଇଥିବା ବେଳେ ଏଥିରେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଭାବେ ପୁଣି ଥରେ ନିଜ ପଦ ବଜାୟ ରଖିଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା । ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡାଙ୍କ ନୂଆ ଟିମରେ ୩୮ ନେତାଙ୍କ ନାମ ଘୋଷଣା କରାଯାଇଛି । ବୈଜୟନ୍ତ ପଣ୍ଡା ତୃତୀୟ ଥର ଲାଗି ଦଳର ଏହି ଉଚ୍ଚ ପଦ ପାଇବାରେ ସକ୍ଷମ […]

You May Like

Pin It on Pinterest