କରୋନା ଅପ୍-ଡ଼େଟ୍

 ବାସ୍ତବ ବ୍ୟୁରୋ-କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ କରୋନା ସମ୍ପର୍କିତ ଅପ୍-ଡ଼େଟ୍ ଦେଇ କହିଛନ୍ତି ଯେ ଗତ ୨୪ ଘଣ୍ଟାରେ ଭାରତରେ ୧୪୦୯ଟି ନୂଆ ମାମଲା ଜଣାପଡ଼ିଛି । ଏହା ଫଳରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୧୩୯୩ ଥିବା ବେଳେ ଏଯାଏଁ ୬୮୧ ଜଣଙ୍କର ମୃତ୍ୟୁ ହୋଇଛି । ବର୍ତ୍ତମାନ ୧୬,୪୫୪ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ୪୨୫୭ଜଣ ସୁସ୍ଥ ହୋଇଛନ୍ତି । ଆଜି ସୁଦ୍ଧା ଦେଶର ୧୨ ଟି ଜିଲ୍ଲାରେ ଗତ ୨୮ ଦିନ ହେଲା କୌଣସି ନୂଆ ମାମଲା ଦେଖାଯାଇନାହିଁ ଓ ୭୮ଟି ଜିଲ୍ଲାରେ ଗତ ୧୪ ଦିନରେ କୌଣସି ନୂଆ ମାମଲା ଦେଖାଯାଇନାହିଁ ।

ଏହି ଅବସରରେ କେନ୍ଦ୍ର ଗୃହମନ୍ତ୍ରାଳୟର ଯୁଗ୍ମ ସଚିବ ପୁଣ୍ୟ ସଲିଳା ଶ୍ରୀବାସ୍ତବ କହିଛନ୍ତି ଯେ ସହରାଞ୍ଚଳରେ ବରିଷ୍ଠ ନାଗରିକମାନଙ୍କ ଘରକୁ ଯାଇ ସ୍ୱାସ୍ଥ୍ୟସେବା ପ୍ରଦାନ କରୁଥିବା ବ୍ୟକ୍ତି, ପ୍ରିପେଡ ମୋବାଇଲ ରିଚାର୍ଜ କରୁଥିବା ସଂସ୍ଥା, ଏହାସହ ମିଲ୍କ ପ୍ରୋସେସିଂ ୟୁନିଟ୍ ଉପରେ ମଧ୍ୟ ଲାଗୁ ହୋଇଥିବା କଟକଣାକୁ କିଛି ମାତ୍ରାରେ କୋହଳ କରାଯାଇଛି । ଏଥିସହ ତାଲାବନ୍ଦ କଟକଣା ଭିତରେ ଅଟା ଓ ଡାଲି ମିଲ ଖୋଲା ରହିବ । ବହି ଦୋକାନ, ପଙ୍ଖା ମରାମତି ଦୋକାନ ଖୋଲା ରହିବ । ସଡ଼କ ନିର୍ମାଣ, ଇଟା ଭାଟି କାମ ଆରମ୍ଭ ହୋଇଛି । ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ର୍ଦୁବ୍ୟବହାର କଲେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ । ଡାକ୍ତରଙ୍କ ସୁରକ୍ଷା ପାଇଁ ଆବଶ୍ୟକୀୟ ପଦକ୍ଷେପ ନିଆଯିବ ।

ବିଶ୍ୱର ଅନ୍ୟ ଦେଶଗୁଡ଼ିକ ତୁଳନାରେ ଭାରତରେ କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବାରେ ଓ ସଂକ୍ରମିତ ସଂଖ୍ୟା ଦ୍ୱିଗୁଣିତ ହାରକୁ ବଢାଇବାରେ ସରକାର ସଫଳ ହୋଇଛନ୍ତି ବୋଲି କେନ୍ଦ୍ର ପରିବେଶ ସଚିବ ତଥା କରୋନା ନିୟନ୍ତ୍ରଣ ପାଇଁ କେନ୍ଦ୍ର ସରକାର ଗଠନ କରିଥିବା କ୍ଷମତାପ୍ରାପ୍ତ ଗୋଷ୍ଠୀର ଅଧ୍ୟକ୍ଷ ସି.କେ. ମିଶ୍ର କହିଛନ୍ତି । ସେ କହିଛନ୍ତି ଯେ ଗତ ମାର୍ଚ୍ଚ ୨୩ରେ ଦେଶରେ ମୋଟ ୧୪୯୧୫ ନମୁନା ପରୀକ୍ଷଣ ହୋଇଥିଲା, ଏପ୍ରିଲ ୨୨ ସୁଦ୍ଧା ଆମେ ୫ ଲକ୍ଷ ପରୀକ୍ଷା କରିଛୁ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ସରକାରଙ୍କ ଦୃଢ ନିଷ୍ପତି...ସଟ୍ ଡାଉନ୍ ରେ ବାଲେଶ୍ୱର, ଭଦ୍ରକ, ଯାଜପୁର

Thu Apr 23 , 2020
ବାସ୍ତବ ବ୍ୟୁରୋ-ସଟ୍ ଡାଉନ୍ ହେଲା ରାଜ୍ୟର ତିନି ଜିଲ୍ଲା-ବାଲେଶ୍ୱର, ଭଦ୍ରକ, ଯାଜପୁର । ଏହି ତିନି ଜିଲ୍ଲା ସଟ୍ ଡାଉନ୍ ରଖିବାକୁ ଘୋଷଣା କରିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ଆଜି ରାତି ୧୦ଟାରୁ ୨୬ ତାରିଖ ସକାଳ ୧୦ଟା ଅର୍ଥାତ୍ ପରବର୍ତ୍ତୀ ୬୦ ଘଣ୍ଟା ଯାଏଁ ସଟ୍ ଡ଼ାଉନ୍ ହେବ । ଏହି ୩ଟି ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରୁ ଏହିପରି ପଦକ୍ଷେପ ନିଆଯାଇଛି […]

You May Like

Pin It on Pinterest