‘ଦ ଜେଙ୍ଗାବୁରୁ କର୍ସ’ର ସୁଟିଂ ପାଇଁ ଖଣିର ୫୦୦ ଫୁଟ୍ ଭିତରକୁ ମୁଁ ଯାଇଥିଲି – ଫାରିଆ ଅବ୍‌ଦୁଲ୍ଲା …

ପ୍ରମୋଦ ନାୟକ(ଭୁବନେଶ୍ୱର) : ଚଳଚିତ୍ର ନିର୍ମାତାମାନେ କଷ୍ଟ୍ୟୁମ୍ ହେଉ କିମ୍ବା ମେକ୍‌ଅପ୍‌, ଭାଷା କିମ୍ବା ସେମାନ ସୁଟ୍ କରୁଥିବା ସ୍ଥାନ, ନିଜ କାର୍ଯ୍ୟକୁ ବାସ୍ତବ ରୂପ ଦେବା ପାଇଁ ସବୁବେଳେ ଚେଷ୍ଟା କରିଥାନ୍ତି । ଯେତେବେଳେ କୌଣସି ସ୍ଥାନ କିମ୍ବା ପୃଷ୍ଠଭୂମି ପ୍ରାସଙ୍ଗିକ ହୋଇଥାଏ, ସେତେବେଳେ ଏହା ଏକ ବାସ୍ତବ ସ୍ଥାନ ହୋଇଥାଉ କି ନାହିଁ, ଦର୍ଶକ ଶୋ’, କାହାଣୀ ଓ ଚରିତ୍ର ସହିତ ଯୋଡ଼ି ହେବାକୁ ସକ୍ଷମ ହୋଇଥାନ୍ତି । ବାସ୍ତବ ଓ ପ୍ରକୃତ ସ୍ଥାନଗୁଡିକ କିଭଳି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ସୃଷ୍ଟି କରିଥାଏ ତାହାକୁ ସୁନ୍ଦର ଭାବେ ଚିତ୍ରଣ କରିଛି ସୋନି ଲିଭ୍‌ର ନୂଆ ଶୋ’ ଦ ଜେଙ୍ଗାବୁରୁ କର୍ସ।

ନିଜର ସୁଟିଙ୍ଗ୍ ସମୟର ଅନୁଭୂତି ସମ୍ପର୍କରେ ଉଲ୍ଲେଖ କରି ଏହି ୱେବ୍‌ସିରିଜ୍‌ରେ ପ୍ରିୟମ୍ବଦା ଦାସ ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ ଫାରିଆ ଅବ୍‌ଦୁଲ୍ଲା କହିଛନ୍ତି, ‘ଏୟାରପୋର୍ଟ ହେଉ କିମ୍ବା ବଜାର, ଆମେ ପ୍ରକୃତ ସ୍ଥାନଗୁଡିକରେ ସୁଟିଂ କରିଥିଲୁ । ଦ ଜେଙ୍ଗାବୁରୁ ଟିମ୍ ସ୍ଥାନଗୁଡିକର ବାସ୍ତବତା ଓ ସତ୍ୟତାକୁ ବଜାୟ ରଖିବା ପାଇଁ ପ୍ରୟାସ କରିଛି ।’

ସେ ଆହୁରି ମଧ୍ୟ କହିଛନ୍ତି, ‘ମୋର ଏକ ଜନଗହଳିପୂର୍ଣ୍ଣ ବଜାରରେ ସୁଟିଙ୍ଗ୍ କରିବା ଏବଂ ଆମ ଟିମ୍ ବାରମ୍ବାର ଲୋକମାନଙ୍କୁ କ୍ୟାମେରାକୁ ନଦେଖିବା ପାଇଁ ଓ ଅନ୍ୟ ଆଡେ ଦେଖିବା ପାଇଁ ନିର୍ଦ୍ଦେଶ ଦେଉଥିବା କଥା ମନେ ଅଛି । ଏହି ସୁଟିଂର ସବୁଠାରୁ ଉତ୍ସାହଜନକ ଓ ରୋମାଂଚକର ଅଂଶ ହେଉଛି ପ୍ରକୃତ ଖଣିରେ ସୁଟିଂ କରିବା । ଆମେ କିଛି ସିନ୍‌ର ସୁଟିଂ କରିବା ପାଇଁ ଖଣି ଭିତରେ ୫୦୦ ଫୁଟ୍ ପର୍ଯ୍ୟନ୍ତ ଗଭୀରକୁ ଯାଇଥିଲୁ ।

ଆମକୁ ହେଲ୍‌ମେଟ୍ ଓ ବୁଟ୍ ପିନ୍ଧିବାକୁ ପଡିଥିଲା, ଆମେ ଖଣିର ଯେତେ ଭିତରକୁ ଯାଉଥିଲୁ ଅମ୍ଳଜାନ ସ୍ତର ସେତେ ହ୍ରାସ ପାଉଥିଲା । ଆମେ ଭୟଭୀତ ହୋଇପଡିଥିଲୁ କିନ୍ତୁ ସେହି ଅନୁଭୂତି ଅବାସ୍ତବ ଥିଲା ।ଷ୍ଟୁଡିଓ ନେକ୍ସଟ୍ ଦ୍ୱାରା ପ୍ରଯୋଜିତ ଦ ଜେଙ୍ଗାବୁରୁ କର୍ସକୁ ନୀଳମାଧବ ପଣ୍ଡା ନିର୍ମାଣ କରିବା ସହ ନିର୍ଦ୍ଦେଶନା ଦେଇଛନ୍ତି । ମୟଙ୍କ ତିୱାରିଙ୍କ ଦ୍ୱାରା ଲିଖିତ ଏହି ସିରିଜ୍‌ରେ ପାଓଲୋ ପେରେଜ୍ ଡିଓପି ଭାବେ କାର୍ଯ୍ୟ କରିଛନ୍ତି ।

ସେହିପରି ଅଳକାନନ୍ଦା ଦାସଗୁପ୍ତା ଓ ଦୂର୍ଗାପ୍ରସାଦ ମହାପାତ୍ର ସଙ୍ଗୀତ ନିର୍ଦ୍ଦେଶକ ଓ ପ୍ରଡକ୍ସନ ଡିଜାଇନର୍ ଭାବେ କାର୍ଯ୍ୟ କରିଥିଲେ । ଜବିନ୍ ମର୍ଚ୍ଚାଂଟ୍‌ଙ୍କ ଦ୍ୱାରା ସମ୍ପାଦିତ ଏହି ସିରିଜ୍‌ରେ ଫାରିଆ ଅବ୍‌ଦୁଲ୍ଲା, ନାସିର, ମକରନ୍ଦ, ଦେଶପାଣ୍ଡେ, ସୁଦେବ ନାୟର, ଦୀପକ ସମ୍ପତ ଓ ହିତେଶ ଦାଭେ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି ।

ସେୟାର କରନ୍ତୁ

Next Post

ଆଜି ୨ଦିନିଆ ଓଡ଼ିଶା ଗସ୍ତରେ ନିର୍ମଳା ସୀତାରମଣ

Wed Aug 16 , 2023
ବାସ୍ତବ ବ୍ୟୁରୋ: ଆଜି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଭୁବନେଶ୍ୱର ଓ ପୁରୀରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ । ଆଜି ସଂଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିବା ପରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଏକ କାର୍ଯ୍ୟକ୍ରମରେ ଯୋଗଦେବେ । ଏହା ପରେ ସେ ପୁରୀ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଆସନ୍ତାକାଲି ସକାଳୁ ସେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରିବେ । ଏହା […]

You May Like

Pin It on Pinterest