ମୁମ୍ବାଇ- ବେଙ୍ଗାଲୁରୁ ଉଦୟନ ଏକ୍ସପ୍ରେସରେ ଲାଗିଲା ନିଆଁ

ବାସ୍ତବ ବ୍ୟୁରୋ: ଆଜି ସକାଳ ପ୍ରାୟ ୭ଟା ୩୦ ବେଳେ ମୁମ୍ବାଇ- ବେଙ୍ଗାଲୁରୁ ଉଦୟନ ଏକ୍ସପ୍ରେସଟି ବେଙ୍ଗାଲୁରୁର କାନ୍ତିବୀର ସଙ୍ଗୋଲି ଷ୍ଟେସନରେ ପହଞ୍ଚିବା ପରେ ଦୁଇଟି ବଗିରେ ହଠାତ୍‌ ନିଆଁ ଲାଗି ଯାଇଥିଲା । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିଥିଲେ । ଟ୍ରେନରେ ନିଆଁ ଲାଗିବା ବେଳେ ସେଥିରେ କୌଣସି ଯାତ୍ରୀ ନଥିଲେ । ସମସ୍ତ ଯାତ୍ରୀ ଓହ୍ଲାଇବାର ପ୍ରାୟ ୨ ଘଣ୍ଟା ପରେ ନିଆଁ ଲାଗିଥିବାରୁ ଏକ ବଡ ଅଘଟଣକୁ ଏଡାଇ ଦିଆଯାଇଛି। ତେବେ କେଉଁ କାରଣରୁ ଟ୍ରେନରେ ନିଆଁ ଲାଗିଲା ସେ ସମ୍ପର୍କରେ ଜଣାପଡିନାହିଁ ।

ଆଜି ସକାଳେ ଟ୍ରେନ୍‌ଟି କାନ୍ତିବୀର ସଙ୍ଗୋଲି ଷ୍ଟେସନରେ ପହଞ୍ଚିବା ପରେ ତାହାର ୨ଟି ବଗିରୁ ପ୍ରବଳ ମାତ୍ରାରେ ଧୂଆଁ ବାହାରିବାକୁ ଲାଗିଲା। ଫଳରେ ସମ୍ପୂର୍ଣ୍ଣ ପ୍ଲାଟଫର୍ମ ଧୂଆଁମୟ ହୋଇ ଯାଇଥିଲା।

ତୁରନ୍ତ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ବେଳେ ବରିଷ୍ଠ ରେଳବାଇ ଅଧିକାରୀ ପହଞ୍ଚି ଘଟଣାର ତଦନ୍ତ କରୁଥିବା ଜଣାଯାଇଛି ।

ସେୟାର କରନ୍ତୁ

Next Post

ରାଷ୍ଟ୍ରୀୟ ପ୍ରବାସୀ ଓଡ଼ିଆ ପରିବାର ପକ୍ଷରୁ ଅମୃତ ମହୋତ୍ସବ ଆୟୋଜନ....

Sun Aug 20 , 2023
ନୂଆଦିଲ୍ଲୀ: ୨୦.୦୮ ରାଷ୍ଟ୍ରୀୟ ପ୍ରବାସୀ ଓଡ଼ିଆ ପରିବାର (ଆର.ପି.ଓ.ପି.) ପକ୍ଷରୁ ନିକଟରେ ମହାସମାରୋହରେ ସ୍ବାଧିନତାର ଅମୃତ ମହୋତ୍ସବ ଆୟୋଜନ କରାଯାଇଛି। ଏହି ଉପଲକ୍ଷେ ଉତ୍ସବସ୍ଥଳ ତ୍ୟାଗରାଜ ନଗର ଜଗନ୍ନାଥ ମନ୍ଦିରସ୍ଥିତ ସୁଭଦ୍ରା ମଣ୍ଡପକୁ ବେଶ ସୁନ୍ଦର ଭାବେ ସଜ୍ଜା ଯାଇଥିବା ଦେଖା ଦେଇଥିଲା। ନୂଆଦିଲ୍ଲୀ ଓ ଜାତୀୟ ରାଜଧାନୀ କ୍ଷେତ୍ରରେ ବସବାସ କରୁଥିବା ପରିବାରର ଶତାଧିକ ସଦସ୍ୟ, କର୍ମକର୍ତ୍ତା ଓ ଶୁଭାକାଂକ୍ଷୀମାନେ ସେମାନଙ୍କର ପରିବାରବର୍ଗଙ୍କ ସହିତ ଏହି ଅବସରରେ ମନ୍ଦିର […]

You May Like

Pin It on Pinterest