ସଫଳ ହେଲା ଭାରତର ଚନ୍ଦ୍ରଯାନ-୩

ବାସ୍ତବ ବ୍ୟୁରୋ: ଇତିହାସ ରଚିଲା ଭାରତର ମହାକାଶ ଗବେଷଣା ସଂସ୍ଥା ଇସ୍ରୋ । ଇସ୍ରୋର ଚନ୍ଦ୍ରଯାନ-୩ ନିରାପଦରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିଛି । ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି । ଇସ୍ରୋ ବୈଜ୍ଞାନିକଙ୍କ ସମସ୍ତ ପ୍ରଚେଷ୍ଠା ଓ ପରିଶ୍ରମର ଫଳ ଆଜି ଦେଶବାସୀଙ୍କୁ ମିଳିଛି । ଇସ୍ରୋ ବୈଜ୍ଞାନିକଙ୍କୁ ନେଇ ସାରା ଦେଶ ଗର୍ବ କରୁଥିବା ବେଳେ ପ୍ରଶଂସାରେ ପୋତି ପକାଇଛି ବିଶ୍ୱ । ୨୦୧୯ ରେ ଭାରତ ତାର ଚନ୍ଦ୍ର ଅଭିଯାନରେ ବିଫଳ ହୋଇଥିବା ବେଳେ ଦୀର୍ଘ ୫ବର୍ଷର ଅକ୍ଳାନ୍ତ ପରିଶ୍ରମ ପରେ ଏବେ ଇସ୍ରୋର ଚନ୍ଦ୍ର ମିଶନ ଚନ୍ଦ୍ରଯାନ-୩ ସଫଳତାପୂର୍ବକ ଚନ୍ଦ୍ରରେ ଅବତରଣ କରିଛି ।

ଏପରି ସଫଳତା ହାସଲ କରିବାରେ ଭାରତ ବିଶ୍ବର ୪ର୍ଥ ମହାକାଶ ସଂସ୍ଥାରେ ପରିଣତ ହୋଇଛି । ପୂର୍ବରୁ ଆମେରିକା, ରୁଷ, ଚୀନ  ଏହି ସଫଳତା ହାସଲ କରିଛନ୍ତି । କିନ୍ତୁ ଚନ୍ଦ୍ରର ଦକ୍ଷିଣ ମେରୁରେ ଓହ୍ଲାଇବାରେ ଭାରତ ପ୍ରଥମ ଦେଶରେ ପରିଣତ ହୋଇଛି ।

ଏହି ସଫଳତା ପାଇଁ ପ୍ରଧାନମନ୍ତ୍ରୀ ଇସ୍ରୋ ବୈଜ୍ଞାନିକ  ଓ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହା ଭାରତର ଉଦୟର କ୍ଷଣ ବୋଲି ସେ କହିଛନ୍ତି ।

ଚନ୍ଦ୍ରପୃଷ୍ଟରେ ଚନ୍ଦ୍ରଯାନ-୩ ସଫଳତାର ସହ ଅବତରଣ କରିବା ପରେ ଏବେ ଚନ୍ଦ୍ରରେ ଥିବା ସମସ୍ତ ଗୁପ୍ତ ରହସ୍ୟ ଉନ୍ମୋଚନ ହେବ ବୋଲି ଆଶା କରାଯାଉଛି । ଚନ୍ଦ୍ରର ମାଟି, ଜଳ ଓ ଜୀବନର ସନ୍ଧାନ କରିବାରେ ବୈଜ୍ଞାନିକମାନଙ୍କୁ ଏବେ ସହଜ ହେବ । ଚନ୍ଦ୍ରଯାନ-୩ ଚନ୍ଦ୍ରପୃଷ୍ଟରେ ଥିବା ସମସ୍ତ ରହସ୍ୟକୁ ଉନ୍ମୋଚନ କରିବା ସହ ଏହାର ତଥ୍ୟ ଭାରତକୁ ପ୍ରଦାନ କରିବ ।

ଚନ୍ଦ୍ରଯାନ ୩ର ସଫଳତା କେବଳ ଭାରତ ପାଇଁ ନୁହେଁ ବରଂ ସାରା ବିଶ୍ୱପାଇଁ ଏକ ସଫଳତା ବୋଲି କୁହାଯାଉଛି । ଏହାର କାରଣ ହେଉଛି ଚନ୍ଦ୍ରଯାନ-୩ ଚନ୍ଦ୍ରରୁ ଯେଉଁ ତଥ୍ୟ ପ୍ରଦାନ କରିବ ତାହା କେବଳ ଭାରତ ନୁହେଁ ବରଂ ଅନ୍ୟଦେଶର ବୈଜ୍ଞାନିକଙ୍କୁ ଚନ୍ଦ୍ର ଅଭିଯାନରେ ଅନେକ ସହାୟକ ହେବ ।

ସେୟାର କରନ୍ତୁ

Next Post

ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ ଅସୁସ୍ଥ

Thu Aug 24 , 2023
ବାସ୍ତବ ବ୍ୟୁରୋ: ସୁନାମ ଧନ୍ୟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ ଅସୁସ୍ଥ ହୋଇ ପଡ଼ିଛନ୍ତି। ଏବେ ସେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ତାଙ୍କୁ ଓଡିଆ ସିନେ ଇଣ୍ଡଷ୍ଟ୍ରିର କଳାକାର ଏବଂ ଅନ୍ୟ ବ୍ୟକ୍ତିବିଶେଷ ଭେଟିଛନ୍ତି। ଏହାସହ ପ୍ରଣବଙ୍କ ଆସୁ କାମନା କରିଛନ୍ତି ସାରା ଓଡ଼ିଶାବାସୀ ଏବଂ ତାଙ୍କୁ ଭଲ ପାଉଥିବା କୋଟି କୋଟି ସଙ୍ଗୀତପ୍ରେମୀ । କିଛି ଦିନ ତଳେ ପ୍ରଣବଙ୍କୁ ଡେଙ୍ଗୁ ହୋଇଥିଲା। ତାଙ୍କୁ ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଥିଲା। […]

You May Like

Pin It on Pinterest