ଦେଶର ନମ୍ବର ୱାନ୍ ସ୍ମାର୍ଟସିଟି-ଇନ୍ଦୋର

ବାସ୍ତବ ବ୍ୟୁରୋ: ଇଣ୍ଡିଆ ସ୍ମାର୍ଟସିଟି ପୁରସ୍କାର ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଶୁକ୍ରବାର ଘୋଷଣା କରାଯାଇଥିବା ଏହି ପୁରସ୍କାରରେ ଇନ୍ଦୋର ପୁଣିଥରେ ଦେଶର ଶ୍ରେଷ୍ଠ ସ୍ମାର୍ଟ ସିଟି ହେବାର ଗୌରବ ଅର୍ଜନ କରିଛି । ସେହିପରି ଏଥର ଏହି ଲିଷ୍ଟରେ ସୁରତ ଦ୍ୱିତୀୟ ସ୍ଥାନରେ ଥିବାବେଳେ, ଆଗ୍ରା ତୃତୀୟ ସ୍ଥାନରେ ରହିଛି ।

ଅନ୍ୟପଟେ ସ୍ମାର୍ଟ ସିଟି ମିଶନ୍ ଲାଗୁ କରିବାରେ ଦେଶର ସର୍ବଶ୍ରେଷ୍ଠ ରାଜ୍ୟ ହେଇଛି ମଧ୍ୟପ୍ରଦେଶ । ଏହା ପଛକୁ ଏହି ଲିଷ୍ଟରେ ତାମିଲନାଡୁ ଯଥାକ୍ରମେ ଦ୍ୱିତୀୟ ଏବଂ ରାଜସ୍ଥାନ ଓ ଉତ୍ତପ୍ରଦେଶ ଯୁଗ୍ମ ଭାବେ ତୃତୀୟ ସ୍ଥାନରେ ରହିଛନ୍ତି । ସେପଟେ ଦେଶର ଶ୍ରେଷ୍ଠ କେନ୍ଦ୍ର ଶାସିତ ପ୍ରଦେଶ ଭାବେ ଚଣ୍ଡୀଗଡ ପ୍ରଥମ ସ୍ଥାନ ଅକ୍ତିଆର କରିଛି ।

ଦେଶର ୧୦୦ଟି ସ୍ମାର୍ଟ ସିଟି ଭିତରୁ ଇନ୍ଦୋର ଏଥର ବି ପ୍ରଥମ ସ୍ଥାନ ଗ୍ରହଣ କରିଛି । ସ୍ୱଚ୍ଛତା ସର୍ବେକ୍ଷଣରେ ଇନ୍ଦୋରର ଜଲୱା ଏଥର ମଧ୍ୟ ଦେଖିବାକୁ ମିଳିଛି । ଗତବର୍ଷ ଅକ୍ଟୋବରରେ ଘୋଷଣା କରାଯାଇଥିବା ଏହି ପୁରସ୍କାରରେ ମଧ୍ୟ ଇନ୍ଦୋର ପ୍ରଥମ ସ୍ଥାନ ଅକ୍ତିଆର କରିଥିଲା । ସୂଚନାଯୋଗ୍ୟ ଯେ, ସମସ୍ତ ବିଭାଗରେ ବିଜେତାମାନଙ୍କୁ ଆସନ୍ତା ସେପ୍ଟେମ୍ବର ୨୭ ତାରିଖରେ ଏକ ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ମାନିତ କରିବେ ।

ସେୟାର କରନ୍ତୁ

Next Post

ପ୍ରତିବର୍ଷ ଅଗଷ୍ଟ ୨୩ରେ ପାଳିତ ହେବ ଜାତୀୟ ମହାକାଶ ଦିବସ: ପ୍ରଧାନମନ୍ତ୍ରୀ ମୋଦି

Sat Aug 26 , 2023
ବାସ୍ତବ ବ୍ୟୁରୋ: ଚନ୍ଦ୍ରଯାନ -୩ ର ସଫଳତା ଅବସରରେ ବେଙ୍ଗଳୁରୁର ଇସ୍ରୋ ବୈଜ୍ଞାନିକଙ୍କୁ ଅଭିନନ୍ଦନ ଜଣାଇବା ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଘୋଷଣା କରିଛନ୍ତି କି ପ୍ରତିବର୍ଷ ଅଗଷ୍ଟ ୨୩ରେ ପାଳିତ ହେବ ଜାତୀୟ ମହାକାଶ ଦିବସ। ତା ସହିତ ଯେଉଁଠି ଚନ୍ଦ୍ରଯାନ ୩ ଅବତରଣ କରିଛି, ଚନ୍ଦ୍ରର ସେହି ସ୍ଥାନକୁ ଶିବଶକ୍ତି ଏବଂ ଯେଉଁଠି ଚନ୍ଦ୍ରୟାନ ୨ ଅବତରଣ କରିଥିଲା, ତାର ନାଁ ତ୍ରିରଙ୍ଗା ରଖିଛନ୍ତି ମୋଦି। ଗତ ୨୩ରେ ଚନ୍ଦ୍ରଯାନ […]

You May Like

Pin It on Pinterest