ଏଲପିଜି ଗ୍ୟାସ ସିଲିଣ୍ଡର ଉପରେ ୨୦୦ ଟଙ୍କାର ସବସିଡି; ସବସିଡିକୁ କ୍ୟାବିନେଟର ମଞ୍ଜୁରୀ…

ବାସ୍ତବ ବ୍ୟୁରୋ: ଆଗକୁ ନିର୍ବାଚନ ଥିବାରୁ ଖାଉଟିଙ୍କୁ ବଡ଼ ଆଶ୍ୱସ୍ତି ଦେଇଛନ୍ତି କେନ୍ଦ୍ର ସରକାର । ଉଜ୍ଜଳା ଯୋଜନା ଆଧାରରେ ଗ୍ୟାସ ସିଲିଣ୍ଡର ଉପରେ ୨୦୦ ଟଙ୍କା ସବସିଡି ଦେବାକୁ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଏନେଇ ଆଜି କେନ୍ଦ୍ର କ୍ୟାବିନେଟରେ ମଞ୍ଜୁରୀ ମିଳିଛି ।

ଚଳିତ ମାସ ଅଗଷ୍ଟ ପହିଲାରୁ ପେଟ୍ରୋଲିୟନ କମ୍ପାନୀ କମର୍ସିଆଲ ଏଲପିଜି ସିଲିଣ୍ଡର ଦର ୧୦୦ ଟଙ୍କା ହ୍ରାସ କରିଥିଲେ । ତେବେ ଘରୋଇ ଗ୍ୟାସ ସିଲିଣ୍ଡର ଦାମରେ କୌଣସି ପରିବର୍ତନ କରାଯାଇନଥିଲା । ଅଗଷ୍ଟ ମାସରେ ରାଜଧାନୀ ଦିଲ୍ଲୀରେ ଘରୋଇ ରୋଷେଇ ଗ୍ୟାସ୍ ସିଲିଣ୍ଡର ଦର ୧୧ଶହ ୩ ଟଙ୍କା ଥିଲା । ଏବେ ୨୦୦ ଟଙ୍କା ସବସିଡି ଦ୍ୱାରା ଗ୍ୟାସ ଦର କମିବ । ଯାହା ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି ଦେଇଛି । ତେବେ ଏହାର ଫାଇଦା କେବଳ ଉଜ୍ଜଳା ଯୋଜନା ହିତାଧିକାରୀଙ୍କୁ ମିଳିବ । ଦେଶରେ ୧୦ କୋଟିରୁ ଅଧିକ ହିତାଧିକାରୀ ଉଜ୍ଜଳା ଯୋଜନାରେ ଗ୍ୟାସ ପାଉଛନ୍ତି । ସେଥିମଧ୍ୟରୁ କେବଳ ଓଡ଼ିଶାରେ ୫୩ଲକ୍ଷରୁ ଅଧିକ ହିତାଧିକାରୀ ରହିଛନ୍ତି ।

ସେୟାର କରନ୍ତୁ

Next Post

ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା

Wed Aug 30 , 2023
ବାସ୍ତବ ବ୍ୟୁରୋ: ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ଆଜି ଦିନରେ ଭଉଣୀ ନିଜ ଭାଇ ହାତରେ ରାକ୍ଷୀ ବାନ୍ଧି ନିଜର ସୁରକ୍ଷା ମନାସିଥାଏ। ରାକ୍ଷୀପୂର୍ଣ୍ଣିମାକୁ ନେଇ ଆଜି ସବୁଠି ଉତ୍ସାହ ଥିବା ବେଳେ ନୀତିକାନ୍ତିକୁ ନେଇ ଦ୍ୱନ୍ଦ୍ୱ ଉପୁଜିଛି। ଆଜି ବିଷ୍ଟି ଯୋଗ ଥିବାରୁ ରାକ୍ଷୀ ବାନ୍ଧିବା ଉଚିତ କି ଅନୁଚିତ୍ ତାକୁ ନେଇ ଭିନ୍ନ ମତ ପ୍ରକାଶ ପାଇଛି। କିଛି ଜ୍ୟୋତିର୍ବିଦଙ୍କ କହିବା ଅନୁସାରେ ,୩୦ ତାରିଖରେ ରକ୍ଷା […]

You May Like

Pin It on Pinterest