
ବାସ୍ତବ ବ୍ୟୁରୋ: ୱାର୍ଲଡ ଅଫ୍ ଷ୍ଟାଟିଷ୍ଟିକ୍ସ ଏକ ରିପୋର୍ଟ ମୁତାବକ ଗ୍ଲୋବାଲ ଆର୍ଥିକ ସଂକଟ କାରଣରୁ ସାରା ବିଶ୍ୱରେ ବେରୋଜଗାରୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ବିଶେଷ କରି କୋଭିଡ-୧୯ ମହମାରୀ ଓ ଋଷ-ୟୁକ୍ରେନ ଯୁଦ୍ଧ ପରେ ବିଶ୍ୱ ପାଇଁ ଆର୍ଥିକ ଚ୍ୟାଲେଞ୍ଜ ବୃଦ୍ଧି ପାଇଛି । ଅନେକ ଦେଶ ଏବେ ଆର୍ଥିକ ସଂକଟ ଦେଇ ଗତି କରିବ ବୋଲି ଅନୁମାନ ମଧ୍ୟ କରାଯାଉଛି । ସେହି ଦେଶମାନଙ୍କ ମଧ୍ୟରେ ଜର୍ମାନୀ, ୟୁକେ, ଆମେରିକା ଓ ୟୁରୋପ ଭଳି ଦେଶ ରହିଛି । ଆର୍ଥିକ ସଂକଟ ଦେଖାଦେବା ଆଶଂକା କରି ଅନେକ ଦେଶରେ ଏବେ ବେରୋଜଗାରୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।
ବିଶ୍ୱ ସ୍ତରରେ ଆର୍ଥିକ ସଂକଟ କାରଣରୁ ବଡ ବଡ କମ୍ପାନୀମାନେ ଲକ୍ଷ ଲକ୍ଷ କର୍ମଚାରୀଙ୍କୁ ଛଟେଇ କରୁଛନ୍ତି । ଷ୍ଟାଟଅପ୍ କମ୍ପାନୀମାନେ ବି ବଡ ଧରଣର କର୍ମଚାରୀ ଛଟେଇ କରୁଛନ୍ତି । ବିଶେଷ କରି ଆଇଟି ସେକ୍ଟରରେ ସର୍ବାଧିକ ଛଟେଇ ଚାଲିଛି । ଏହି କାରଣରୁ ଭାରତ ସମେତ ସାରା ବିଶ୍ୱରେ ବେରୋଜଗାରୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।
ବିଶ୍ୱରେ ସବୁଠାରୁ ଅଧିକ ବେରୋଜଗାରୀ ଦେଶ ଭାବେ ଦକ୍ଷିଣ ଆଫ୍ରିକାକୁ ଚିହ୍ନଟ କରାଯାଇଛି । ଏଠାରେ ବେରୋଜଗାରୀ ହାର ୩୨.୬ ପ୍ରତିଶତ । ସେହିଭଳି ଇରାକରେ ୧୫.୫୫ ବେରୋଜଗାରୀ ହାର । ତୃତୀୟ ସ୍ଥାନରେ ରହିଛି ବୋସ୍ନିୟା ଓ ହର୍ଜିଗୋବିନା । ଏଠାରେ ବେରୋଜଗାରୀ ହାର ୧୩.୩ ପ୍ରତିଶତ । ଆଫଗାନିସ୍ତାନ ବି ୧୩.୩ ପ୍ରତିଶତ ସହିତ ଚତୁର୍ଥ ସ୍ଥାନରେ ରହିଛି ।
ଭାରତର ପଡୋଶୀ ଦେଶ ପାକିସ୍ତାନରେ ବେରୋଜଗାରୀ ହାର ୬.୩ ପ୍ରତିଶତ ରହିଥିବା ବେଳେ ଭାରତରେ ବେରୋଜଗାରୀ ହାର ୮ ପ୍ରତିଶତ । ଏହାର ଅର୍ଥ ପାକିସ୍ତାନ ତୁଳନାରେ ଭାରତର ବେରୋଜଗାରୀଙ୍କ ସଂଖ୍ୟା ଅଧିକ । ସବୁଠାରୁ ବଡ କଥା ହେଉଛି କି ପାକିସ୍ତାନର ବେରୋଜଗାରୀ ହାର ସ୍ପେନ, ଇାନ ଓ ୟୁକ୍ରେନ ଠାରୁ ମଧ୍ୟ କମ୍ ।