ପ୍ଲାଷ୍ଟିକ ଗୋଡାଉନରେ ନିଆଁ

ବାସ୍ତବ ବ୍ୟୁରୋ: ଆସାମର ଏକ ପ୍ଲାଷ୍ଟିକ ଗୋଡାଉନରେ ନିଆଁ ଲାଗିଯାଇଛି। ଫଳରେ ଲକ୍ଷ୍ୟାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି।

ଆଜି ଏହି ଭୟଙ୍କର ଦୁର୍ଘଟଣା ଘଟିଛି। କାମରୁପ ମେଟ୍ରୋ ଜିଲ୍ଲାରେ ଥିବା ଜୋରବାତ ପ୍ଲାଷ୍ଟିକ ଗୋଡାଉନରେ ଅଗ୍ନିକାଣ୍ଡ ଘଟିଥିଲା। ସ୍ଥାନୀୟ ଲୋକଙ୍କଠୁ ଖବର ପାଇ ପୁଲିସ ଓ ଅଗ୍ନିଶମ ବାହିନୀ ପହଁଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। କିନ୍ତୁ ଲକ୍ଷ୍ୟାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି।

ପୁଲିସ କହିଛି ଯେ, ଏହି ଗୋଡାଉନ ୧୪ ମାଇଲ ଅଞ୍ଚଳକୁ ବ୍ୟାପିଥିଲା। ତେଣୁ ବହୁତ ପରିମାଣରେ କ୍ଷୟକ୍ଷତି ହୋଇଛି। ଅଗ୍ନିକାଣ୍ଡର କାରଣ ଜଣାପଡି ନଥିବାବେଳେ ସୌଭାଗ୍ୟ ବଶତଃ ଏପର୍ଯ୍ୟନ୍ତ କୌଣସି ମୃତାହତଙ୍କ ସୂଚନା ମିଳିନାହିଁ। 

ସେୟାର କରନ୍ତୁ

Next Post

ଶୁକ୍ରବାର ପ୍ରବଳ ବର୍ଷିବ

Thu Sep 7 , 2023
ବାସ୍ତବ ବ୍ୟୁରୋ: ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ଲାଗି ରହିଛି। ଆସନ୍ତା କାଲି ମଧ୍ୟ ରାଜ୍ୟର କେତେକ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୮ ତାରିଖ ପରଠାରୁ ରାଜ୍ୟରେ ବର୍ଷାର ପ୍ରଭାବ କମିବ। ତେବେ ୧୨ ତାରିଖଠାରୁ ପୁଣି ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ହେବାର ସମ୍ଭାବନା ରହିଥିବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । […]

You May Like

Pin It on Pinterest