ପଶ୍ଚିମବଙ୍ଗ ବିଧାୟକଙ୍କ ଦରମା ବୃଦ୍ଧି ନେଇ ମମତାଙ୍କ ଘୋଷଣା

ବାସ୍ତବ ବ୍ୟୁରୋ: ଆଜି (ଗୁରୁବାର) ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟର ବିଧାୟକଙ୍କ ଦରମା ବୃଦ୍ଧି ନେଇ ଘୋଷଣା କରିଛନ୍ତି । ଘୋଷଣା ମୁତାବକ ଏବେ ପଶ୍ଚିମବଙ୍ଗର ବିଧାୟକମାନେ ୪୦ ହଜାର ଟଙ୍କା ମାସିକ ଅଧିକ ଦରମା ପାଇବେ । ହେଲେ ନିଜ ଦରମାର କୌଣସି ବୃଦ୍ଧି ହୋଇନଥିବା କଥା କହିଛନ୍ତି ମମତା ବାନାର୍ଜୀ । କାରଣ ଦୀର୍ଘବର୍ଷ ହେବ ମମତା ବାନାର୍ଜୀ ବିଧାୟକ କିମ୍ବା ମୁଖ୍ୟମନ୍ତ୍ରୀ ପଦରେ ଥିଲେ ବି ରାଜକୋଷରୁ ଦରମା ନେଇନଥାନ୍ତି ।

ମମତା କହିଛନ୍ତି କି, ଅନ୍ୟ ରାଜ୍ୟ ତୁଳନାରେ ପଶ୍ଚିମବଙ୍ଗରେ ବିଧାୟକଙ୍କ ଦରମା ବହୁତ କମ୍ । ଏହି କାରଣରୁ ଏବେ ସେମାନଙ୍କର ମାସିକ ଦରମା ୪୦ ହଜାର ଟଙ୍କା ବୃଦ୍ଧି କରାଯାଇଛି । କେବଳ ବିଧାୟକ ନୁହଁନ୍ତି ରାଜ୍ୟ କ୍ୟାବିନେଟ ମନ୍ତ୍ରୀ ଓ ରାଜ୍ୟମନ୍ତ୍ରୀମାନଙ୍କର ଦରମା ମଧ୍ୟ ବୃଦ୍ଧି ପାଇଛି । ଏବେ ରାଜ୍ୟର ମନ୍ତ୍ରୀମାନଙ୍କର ଦରମା ୧୦,୯୦୦ ଟଙ୍କା ବୃଦ୍ଧି ପାଇ ୫୦,୯୦୦ ଟଙ୍କାରେ ପହଂଚିଛି । ସେହିଭଳି କ୍ୟାବିନେଟ ମନ୍ତ୍ରୀମାନଙ୍କର ଦରମା ୧୧ ହଜାର ଟଙ୍କା ବୃଦ୍ଧି ପାଇ ୫୧ ହଜାର ଟଙ୍କାରେ ପହଂଚିଛି ।

ପଶ୍ଚିମବଙ୍ଗ ସରକାରଙ୍କର ଜଣେ ଅଧିକାରୀଙ୍କ କହିବା ମୁତାବକ ଏବେ ବିଧାୟକମାନେ ମାସିକ ଦରମା ଓ ଭତାକୁ ମିଶାଇ ମୋଟ ୧.୨୧ ଲକ୍ଷ ଟଙ୍କା ପାଇବେ । ସେହିଭଳି ମନ୍ତ୍ରୀମାନେ ଦରମା ଓ ଭତାକୁ ମିଶାଇ ମାସିକ ୧.୫୦ ଲକ୍ଷ ଟଙ୍କା ପାଇବେ ।

ସେୟାର କରନ୍ତୁ

Next Post

ଭାରତ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍

Fri Sep 8 , 2023
ଜି-୨୦ ସମ୍ମିଳନୀରେ ଭାଗ ନେବାକୁ ଆଜି ଭାରତ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ଶୁକ୍ରବାର ସନ୍ଧ୍ୟା ପ୍ରାୟ ୭ଟାରେ ନୂଆଦିଲ୍ଲୀରେ ପହଞ୍ଚିବା ପରେ ରାଷ୍ଟ୍ରପତି ବାଇଡେନ ସିଧା ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଦ୍ବିପାକ୍ଷିକ ଆଲୋଚନାରେ ଭାଗ ନେବା ପାଇଁ।  ନୂଆଦିଲ୍ଲୀରେ ରାଷ୍ଟ୍ରପତି ବାଇଡେନଙ୍କ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ପ୍ରଥମ ବାହ୍ୟ ସ୍ତରରେ ଅର୍ଦ୍ଧସାମରିକ ବାହିନୀ ନିୟୋଜିତ ରହିବେ। ଦ୍ବିତୀୟ ସ୍ତରରେ ଭାରତର […]

You May Like

Pin It on Pinterest