
ବାସ୍ତବ ବ୍ୟୁରୋ: ଦିଲ୍ଲୀରେ ଆୟୋଜିତ G-୨୦ ଶିଖର ସମ୍ମିଳନୀରେ ଆଫ୍ରିକୀୟ ୟୁନିଅନକୁ ସ୍ଥାୟୀ ସଦସ୍ୟ ଭାବରେ G-୨୦ରେ ଅନ୍ତର୍ଭୁକ୍ତ କରାଯାଇଛି । G-୨୦ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀ ଆଫ୍ରିକୀୟ ୟୁନିଅନକୁ ସ୍ଥାୟୀ ସଦସ୍ୟ ଭାବେ ଘୋଷଣା କରିଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କର ସ୍ବାଗତ ଭାଷଣରେ କହିଛନ୍ତି ଯେ “ଆପଣଙ୍କ ସମସ୍ତଙ୍କ ସହମତିରେ ଏହି ସମ୍ମିଳନୀ ପ୍ରକ୍ରିୟା ଆରମ୍ଭ କରିବା ପୂର୍ବରୁ ମୁଁ ଆଫ୍ରିକୀୟ ୟୁନିଅନର ଚେୟାରମ୍ୟାନଙ୍କୁ G-୨୦ ର ସ୍ଥାୟୀ ସଦସ୍ୟ ଭାବରେ ତାଙ୍କ ଆସନ ଗ୍ରହଣ କରିବାକୁ ନିମନ୍ତ୍ରଣ କରୁଛି ।”
G-୨୦ ଗୋଷ୍ଠୀରେ ୧୯ ଟି ଦେଶ ଅନ୍ତର୍ଭୁକ୍ତ – ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ, ବ୍ରାଜିଲ, କାନାଡା, ଚୀନ୍, ଫ୍ରାନ୍ସ, ଜର୍ମାନୀ, ଭାରତ, ଇଣ୍ଡୋନେସିଆ, ଇଟାଲୀ, ଜାପାନ, ରିପବ୍ଲିକ୍ ଅଫ୍ କୋରିଆ, ମେକ୍ସିକୋ, ରୁଷ, ସାଉଦି ଆରବ, ଦକ୍ଷିଣ ଆଫ୍ରିକା, ତୁର୍କୀ, ବ୍ରିଟେନ ଏବଂ ଆମେରିକା। ଏହି ଗୋଷ୍ଠୀର ୨୦ତମ ସଦସ୍ୟ ହେଉଛନ୍ତି ୟୁରୋପୀୟ ୟୁନିଅନ୍ ।
ଆଫ୍ରିକୀୟ ୟୁନିଅନ୍ ଏହି ସଂଗଠନରେ ସ୍ଥାୟୀ ସଦସ୍ୟ ଭାବରେ ଯୋଗଦେବା ପରେ ବର୍ତ୍ତମାନ ୧୯ ଟି ଦେଶ ଏବଂ ଦୁଇଟି ସଂଘ ଏହାର ସଦସ୍ୟ ହୋଇଛନ୍ତି ।